Balasore: ଗୋଡଧୁଆ ବାଲଟି ପାଇଁ ଗାଁରେ ଚହଳ, ଯିଏ ଶୁଣିଲା ହସି ହସି ଗଡ଼ିଲା
ଥାନାରୁ ମୁକୁଳିଲା ଗୋଡ଼ଧୁଆ ବାଲ୍ଟି । ହେଲେ ଚୋର ଫସିଗଲା । ନାଁ ଗାଁ ପଡିଲା । ମାନ୍ ଇଜତ ଗଲା । ତୁଚ୍ଛ ବାଲଟି ଚୋରି କଲା ପରେ ଏବେ ଚୋର ମହୋଦୟ ଥାନା ବାବୁଙ୍କ ଅତିଥି । ଆଉ ବାଲ୍ଟି ମାଲିକ ଚୋରି ବାଲ୍ଟି ଫେରିପାଇବା ପରେ ହସି ହସି ବେଦମ
ଥାନାରୁ ମୁକୁଳିଲା ଗୋଡ଼ଧୁଆ ବାଲ୍ଟି । ହେଲେ ଚୋର ଫସିଗଲା । ନାଁ ଗାଁ ପଡିଲା । ମାନ୍ ଇଜତ ଗଲା । ତୁଚ୍ଛ ବାଲଟି ଚୋରି କଲା ପରେ ଏବେ ଚୋର ମହୋଦୟ ଥାନା ବାବୁଙ୍କ ଅତିଥି । ଆଉ ବାଲ୍ଟି ମାଲିକ ଚୋରି ବାଲ୍ଟି ଫେରିପାଇବା ପରେ ହସି ହସି ବେଦମ । ଆଉ ବାଲ୍ଟି ଚୋର ଏବେ ହାଜତ ଭିତରେ । ପୂରା ଘଟଣା ଜାଣିଲେ ଆପଣ ବି ହସି ହସି ଗଡ଼ିଯିବେ ।
ଥାନାରୁ ମୁକୁଳିଲା ଗୋଡ଼ଧୁଆ ବାଲ୍ଟି । ଚୋର କିନ୍ତୁ ଫଶିଗଲା…ନାଁ ଗାଁ ପଡିଲା । ମାନ୍ ଇଜତ୍ ଗଲା...ଗୋଡଧୁଆ ଅଳିଆ ବାଲ୍ଟି ଟିଏ ପାଇଁ ଏତେ ସବୁ ନାଟବାଲେଶ୍ଵର ଜିଲ୍ଲା ସହଦେବଖୁଣ୍ଟାର ଭାସ୍କରଗଞ୍ଜରେ ରୁହନ୍ତି ଅଭିରାମ ନାୟକ। ଗତକାଲି ତାଙ୍କ ଘର ବାହାରେ ଥୁଆ ହୋଇଥିଲା ଗୋଡଧୁଆ ବାଲଟି । ଦ୍ୱିପହର ସମୟ, କେହି କୁଆଡେ ନଥିଲେ। ହଠାତ୍ ଚୋର ବାଲଟିକୁ ଧରି ମାରିଥିଲା ଛୁ । ନେଇଗଲା... ନେଇଗଲା... ବୋଲି ଗାଁରେ ପଡିଲା ଚହଳ । ଚୋର ବେଳା ବି ଖରାପ ପଡ଼ିଥିଲା ।
ଗୋଡେଇ ଗୋଡେଇ ଛକ ନିକଟରେ ଚୋରକୁ କାବୁ କଲେ ସ୍ଥାନୀୟ ଲୋକ । ବାଲ୍ଟି ମାଲିକ ସହ ପୋଲିସକୁ ଖବର ଦେଲେ । ପହଞ୍ଚିଥିଲା ପୋଲିସ ଗାଡ଼ି। ଚୋରକୁ ନେଇଗଲା ଥାନାକୁ । ମାଲିକ ବି ଚୋର ପଛେ ପଛେ ଥାନାରେ ପହଞ୍ଚିଗଲେ ।
ଗୋଡଧୁଆ ବାଲଟି ସିନା ମିଳିଗଲା କିନ୍ତୁ ଫଶିଗଲା ଚୋର । ସୁନା ଗହଣା କି ଟଙ୍କା ପଇସା ଚୋରେଇ ବନ୍ଧା ହୋଇଥିଲେ ଅଲଗା କଥା କିନ୍ତୁ, ଗୋଡଧୁଆ ବାଲଟି ଚୋରି କରି ନାଁ ଗାଁ ପକାଇଲା ଚୋର । ବାଲଟି ଧରି ଖୁସିରେ ଘରକୁ ଫେରିଲେ ମାଲିକ ଆଉ ହାଜତରେ ରହିଲା ଚୋର ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
