Baitarani River: ବୈତରଣୀ-କାଣୀରେ ଭୟଙ୍କର ବନ୍ୟା: ଯାଜପୁର ୧୨୨ ଗାଁ କ୍ଷତିଗ୍ରସ୍ତ

Jul 30, 2026 - 05:32
Baitarani River: ବୈତରଣୀ-କାଣୀରେ ଭୟଙ୍କର ବନ୍ୟା: ଯାଜପୁର ୧୨୨ ଗାଁ କ୍ଷତିଗ୍ରସ୍ତ

"ଯାଜପୁର/ଦଶରଥପୁର: ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ଭୟଙ୍କର ବନ୍ୟା ଆସିଛି।

ଦଶରଥପୁର ବ୍ଲକ୍‌ର ବୈତରଣୀ ଓ କାଣୀ ନଦୀରେ ଏକାଧିକ ଘାଇ ସୃଷ୍ଟି ହୋଇଛି।

ତଳିଆ ଅଞ୍ଚଳରେ ୫ରୁ ୬ ଫୁଟ ଉଚ୍ଚର ପାଣି ଜମି ରହିବାରୁ ସ୍ଥିତି ସଙ୍ଗିନ ହୋଇପଡ଼ିଛି।

ଯାଜପୁର ସଦର ଥାନା ସିମିଳିଆ ପଞ୍ଚାୟତ ଅଙ୍କୁରାଘାଇ ପୋଲ ନିକଟରେ ବନ୍ୟାଜଳରେ ଭାସିଯାଇ ମନୋଜ ଜେନା (୩୫) ନାମକ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି।

ଅଛନ୍ତି।

ଆଜି ମଧ୍ୟାହ୍ନରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ରାଜ୍ୟ ରିଲିଫ୍‌ କମିସନର(ଏସ୍‌ଆରସି) ରାଜେଶ ପ୍ରଭାକର ପାଟିଲ ଜିଲ୍ଲାର ବନ୍ୟା ସ୍ଥିତି ଉପରେ ସମୀକ୍ଷା କରିଛନ୍ତି।

ବୁଧବାର ସନ୍ଧ୍ୟା ୭ଟା ସୁଦ୍ଧା ଆଖୁଆପଦାଠାରେ ବୈତରଣୀର ଜଳସ୍ତର ୧୯.୬୫ ମିଟରକୁ ହ୍ରାସ ପାଇଥିଲେ ସୁଦ୍ଧା ଏହା ବିପଦ ସଙ୍କେତଠାରୁ ଯଥେଷ୍ଟ ଉପରେ ରହିଛି।Advertisment Oil: ଇ୨୦ ପାଇଁ ବିଏସ୍‌-୩ ଗାଡ଼ିର ରବର୍‌ ପାର୍ଟସ୍‌ ବଦଳାଇବାକୁ ପଡ଼ିପାରେ: ଗଡ଼କରୀ ଦଶରଥପୁରରେ ୪ ବଡ଼ ଘାଇ, ନଦୀବନ୍ଧ ଉପରେ ବନ୍ୟାଜଳଭାସିଗଲେ ଯୁବକ, ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ଯାଜପୁର, କୋରେଇ ଓ ଦଶରଥପୁର ବ୍ଲକ୍‌ର ୩୧ଟି ପଞ୍ଚାୟତର ୧୨୨ରୁ ଅଧିକ ଗାଁ ବନ୍ୟା ପ୍ରଭାବିତ ହୋଇଛି।

୨୫,୧୯୬ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି।

୧୧,୫୬୫ ଜଣଙ୍କୁ ୩୭ଟି ଆଶ୍ରୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

୧୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି।

୭୫୯୬ ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ବେଳେ ୧୧,୪୯୭ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି।ଦଶରଥପୁର ବ୍ଲକ୍‌ର ୬ଟି ପଞ୍ଚାୟତର ୧୦ଟି ଆଶ୍ରୟକେନ୍ଦ୍ରରେ ୧,୭୦୦ ବିପନ୍ନଙ୍କୁ ରଖାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ ସୂଚନା ଦେଇଛନ୍ତି।

ଦଶରଥପୁରର ଜୟନ୍ତରା ମହାପାତ୍ରସାହିରେ ବୈତରଣୀ ଘେରିବନ୍ଧରେ ପ୍ରାୟ ୧୦୦ ଫୁଟର ଘାଇ ହେବାରୁ ଶତାଧିକ ପରିବାର ଜଳବନ୍ଦି ହୋଇଛନ୍ତି।

କାଣୀ ନଦୀର ପାଟଣାରେ ୭୦ ଓ ୮୦ ଫୁଟ, ଡୋଭାବିଲରେ ୫୦ ଫୁଟ ଏବଂ କସପା ପଞ୍ଚାୟତ ଜଙ୍ଗିଲିସାହିରେ ବଡ଼ ଘାଇ ସୃଷ୍ଟି ହୋଇଛି।

କଟିକଟା ମୁଖ୍ୟ ନଦୀବନ୍ଧ ଉପରେ ୨ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ତରାଇସାହି, ମାଝିସାହି, ଓ କପୁଡ଼ିଆସାହି ପାଣିଘେରରେ ରହିଛି।

କାଣୀନଦୀର ବ୍ରହ୍ମଚାରୀପାଟଣା, ପଞ୍ଚପଡ଼ା, ପଲାସାହି, କଣ୍ଟପଡ଼ା, ତରପଦା, ଡୋଭାବିଲ ଓ ପାଟଣାରେ ବନ୍ଧ ବୁଡ଼ି ବନ୍ୟାଜଳ ଗାଁ ଓ ଚାଷଜମିକୁ ମାଡ଼ି ଯାଇଛି।

ତରପଦା, କସପା, ମଲ୍ଲିକାପୁର, ଛଚିଣା, ଜୟନ୍ତରା, କଟିକଟା, ଦୁଦୁରାଅଣ୍ଟା, କୟାଁ ଓ କମାରଡ଼ିହ ପଞ୍ଚାୟତର ଶତାଧିକ ଏକର ଚାଷଜମି ଜଳମଗ୍ନ ହୋଇଛି।

ଅହିୟାସ ବଜାର ସମ୍ପୂର୍ଣ୍ଣ ଜଳବନ୍ଦି ହୋଇଥିବା ବେଳେ କାଟିଆ-ବୈଷପାନ ମୁଖ୍ୟ ରାସ୍ତାରେ ୪ ଫୁଟର ବନ୍ୟାପାଣି ଚାଲିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ବାଲିବସ୍ତା, ଜରିପାଲ ଓ ବହ୍ଲା ପକାଇ ବନ୍ଧକୁ ସୁରକ୍ଷା ଦେବାକୁ ଉଦ୍ୟମ କରାଯାଉଥିଲେ ମଧ୍ୟ ପ୍ରବଳ ସ୍ରୋତ ଯୋଗୁଁ ତାହା ସମ୍ଭବ ହେଉନାହିଁ।

Investigation: କମର୍ଦ୍ଦା, ହାତୀହୁଡ଼ିରେ ଖଣି ସୁରକ୍ଷା ଉପନିର୍ଦ୍ଦେଶକଙ୍କ ତଦନ୍ତ ବନ୍ୟାରେ ଯାଜପୁର ସହର ମଧ୍ୟ ପ୍ରଭାବିତ ହୋଇଛି।

ବୈତରଣୀ ନଦୀକୂଳରେ ଥିବା ସପ୍ତମାତୃକା ମନ୍ଦିର, ଜଗନ୍ନାଥ ମନ୍ଦିର, ଲକ୍ଷ୍ମୀମନ୍ଦିର ସମେତ ଏହାର ଆଖପାଖରେ ଥିବା ୪୦ରୁ ଅଧିକ ଘରେ ପାଣି ପଶିଛି।

କିଲାପୋଲ ନିକଟରୁ ଭଦ୍ରକକୁ ସଂଯୋଗ କରୁଥିବା ଆଖୁଆପଦା ରାସ୍ତାରେ ୪ ଫୁଟ ଉଚ୍ଚର ପାଣି ଚାଲିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି।

ଯାଜପୁର ଟାଉନ-ପାଣିକୋଇଲି ଭାୟା ଭୁବନେଶ୍ବରପୁର ରାସ୍ତା, ଯାଜପୁର ଟାଉନ-ବରୁହାଁ ଭାୟା ସିମିଳିଆ ରାସ୍ତାର ଏକାଧିକ ସ୍ଥାନ ବୁଡ଼ିଯାଇଥିବା ଓ ଘାଇ ହୋଇଥିବାରୁ ଯାତାୟାତ ପ୍ରଭାବିତ ହୋଇଛି।

ମହାରାଜା ଯଯାତି କେଶରୀ ମେଡିକାଲ୍‌ କଲେଜ, ଜିଲ୍ଲା ଅଦାଲତ, ଆରଏମ୍‌ସି ହାଟ ସମେତ ସଦର ବ୍ଲକ୍‌ର ପଣସା, ଚଇନିପୁର, ଖଇରାବାଦ, ଅବଦଲପୁର, ମହେଶ୍ୱରପୁର, ଭୁବନେଶ୍ୱରପୁର, ଜାଫରପୁର, ଛତିଶଦେବିଲ, ବେରୁଦା, ଭୂଇଁପୁର, ସିମିଳିଆ, ବାସୁଦେବପୁର ପଞ୍ଚାୟତରେ ବନ୍ୟାଜଳ ପଶିଛି।

କୋରେଇ ବ୍ଲକ୍‌ର ପାଣିକୋଇଲି, ମୂଳାପାଳ, ପଥରପଦା, ବନ୍ଦାଳୋ, ଅମୃତିଆ, ମୁକୁନ୍ଦପୁର ଆଦି ପଞ୍ଚାୟତର ଅନେକ ଗାଁ ଓ ଚାଷଜମି ଜଳମଗ୍ନ ହେବା ସହ ଗାଁ ରାସ୍ତା ବୁଡ଼ି ଯାତାୟାତ ପ୍ରଭାବିତ ହୋଇଛି।

ଜିଲ୍ଲାରେ ଓଡ୍ରାଫ୍‌ର ୪ଟି, ଏନ୍‌ଡିଆର୍‌ଏଫ୍‌ର ଗୋଟିଏ ଏବଂ ଅଗ୍ନିଶମ ସେବାର ୧୨ଟି ଟିମ୍ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଜିଲ୍ଲାପାଳ ଅମ୍ବର କୁମାର କର ଓ ପୂର୍ବତନ ଜିଲ୍ଲାପାଳ ପି.

ଅନ୍ୱେଷା ରେଡ୍ଡୀ ବନ୍ୟାଞ୍ଚଳ ପରିଦର୍ଶନ କରିଥିବା ବେଳେ ବିଜେଡି ଉପସଭାପତି ପ୍ରଣବ ପ୍ରକାଶ ଦାସ, ବିଜେପି ନେତା ଗୌତମ ରାୟ, କୋ‌ରେଇ ବିଧାୟକ ଆକାଶ ଦାସନାୟକ ଓ ଅନ୍ୟମାନେ ବନ୍ୟା ଦୁର୍ଗତ ଅଞ୍ଚଳ ବୁଲିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।