Bail First, Jail Later! ନିସ୍ତୁକ ମାଡ଼ ମାରିଥିବା ଲୋକଙ୍କୁ ପ୍ରଥମେ ବେଲ୍, ତାପରେ ଜେଲ୍!

Jul 01, 2026 - 14:03
Bail First, Jail Later! ନିସ୍ତୁକ ମାଡ଼ ମାରିଥିବା ଲୋକଙ୍କୁ ପ୍ରଥମେ ବେଲ୍, ତାପରେ ଜେଲ୍!

ପ୍ରଥମେ ବେଲ୍ ତାପରେ ଜେଲ। କଥାଟା ଅଜବ ଲାଗୁଥିଲେ ବି ସତ। ଏମିତି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରକେଲା ଥାନା ଅଂଚଳରେ। ଗତ ୯ ତାରିଖରେ ତୁରେକେଲା ଥାନା ଯୁବାମାଳ ଗାଁରେ ବନ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଗାଁ ଲୋକେ। ଜଙ୍ଗଲ ବିଭାଗ ତରଫରୁ ଥାନାରେ ଅଭିଯୋଗ କରାଗଲା। 

ଏନେଇ ଡିଏଫଓ ପୋଲିସ ବିଭାଗର ଉପରିସ୍ଥ ଅଧିକାରୀ ମାନଙ୍କୁ ମଧ୍ୟ ଜଣାଇଥିଲେ। କିନ୍ତୁ ତୁରକେଲା ପୋଲିସ ଜାମିନ ଯୋଗ୍ୟ ମାମଲା କହି ଅଭିଯୁକ୍ତ ମାନଙ୍କୁ ଥାନାରୁ ବେଲ୍ ଦେଇ ଛାଡିଦେଇଥିଲା। କିନ୍ତୁ ଘଟଣାର ପ୍ରାୟ କୋଡିଏ ଦିନ ପରେ ଭାଇରାଲ ହୋଇଥିଲା ମାଡ଼ର ଭିଡିଓ। 

ଗଣମାଧ୍ୟମରେ ଖବର ମଧ୍ୟ ହେଲା। ତାପରେ ଏବେ ପୋଲିସ ବେଲ୍ ଦେଇ ଛାଡ଼ିଥିବା ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ କଣ ପାଇଁ ପ୍ରଥମେ ଜାମିନ ଦେଲା ଓ ପରେ ଜେଲ ପଠାଇଲା? ଜଣେ ଫରେଷ୍ଟର ସହିତ ଫରେଷ୍ଟଗାର୍ଡ ମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ କଣ ପାଇଁ କୋହଳ ମନୋଭାବ ରଖିଥିଲା ପୋଲିସ?