Bahuda Yatra Germany: ଜର୍ମାନୀରେ ଧୁମଧାମରେ ପାଳିତ ହେଲା ପବିତ୍ର ବାହୁଡ଼ା ଯାତ୍ରା
"ମ୍ୟୁନିଖ, ଜର୍ମାନୀ : ପବିତ୍ର ଶ୍ରୀକ୍ଷେତ୍ର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ତିଥି ଓ ପରମ୍ପରା ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ବାହୁଡ଼ା ଯାତ୍ରା ଗତ ୨୪ ଜୁଲାଇରେ ଜର୍ମାନୀର ମ୍ୟୁନିଖସ୍ଥିତ ଶିବାଳୟମ ମନ୍ଦିର ପ୍ରାଙ୍ଗଣରେ ଅତ୍ୟନ୍ତ ଭକ୍ତି, ଶୃଙ୍ଖଳା ସହିତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି।
ଶ୍ରୀଜଗନ୍ନାଥ ସେବା ଜର୍ମାନୀ , ଶିବାଳୟମ ଇ.
ଭି ଏବଂ ଓଡ଼ିଆ ସମାଜ ମ୍ୟୁନିଖର ମିଳିତ ସହଯୋଗରେ ଏହି ପବିତ୍ର ଆୟୋଜନ ସମ୍ପନ୍ନ ହୋଇଥିଲା।
ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ସୁସଜ୍ଜିତ ରଥକୁ ବିଜେ କରାଯାଇଥିଲା। “ଜୟ ଜଗନ୍ନାଥ” ଓ “ହରିବୋଲ” ଧ୍ୱନିରେ ସମଗ୍ର ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା।Advertisment ବିଦେଶ ମାଟିରେ କମ୍ପିଲା “ଜୟ ଜଗନ୍ନାଥ” ଓ “ହରିବୋଲ” ଧ୍ୱନି ମ୍ୟୁନିଖ ସମେତ ଇଙ୍ଗୋଲଷ୍ଟାଡ୍, ଆଗସବର୍ଗ, ରେଗେନସବର୍ଗ, ନ୍ୟୁରେମ୍ବର୍ଗ, ଫୁର୍ଥ, ପୋଇଂ, ଫ୍ରାଙ୍କଫୁର୍ଟ ଏବଂ ବାଭାରିଆର ବିଭିନ୍ନ ସହରରୁ ଆସିଥିବା ଭାରତୀୟ ପ୍ରବାସୀ, ଓଡ଼ିଆ ପ୍ରବାସୀ ତଥା ଅନ୍ୟାନ୍ୟ ଭକ୍ତମାନଙ୍କର ବହୁ ସଂଖ୍ୟକ ସମାଗମ ଏହି ବାହୁଡ଼ା ଯାତ୍ରାକୁ ଆହୁରି ଭବ୍ୟ କରିଥିଲା।
ଭକ୍ତମାନେ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ମହାପ୍ରଭୁଙ୍କ ପବିତ୍ର ରଥ ଟାଣି ଦିବ୍ୟ ଆଶୀର୍ବାଦ ଲାଭ କରିଥିଲେ।
ବିଦେଶ ମାଟିରେ ଶ୍ରୀକ୍ଷେତ୍ର ପୁରୀର ପରମ୍ପରାକୁ ଜୀବନ୍ତ ରୂପେ ଅନୁଭବ କରିବା ସମସ୍ତଙ୍କ ପାଇଁ ଏକ ଅପୂର୍ବ ଆଧ୍ୟାତ୍ମିକ ଅନୁଭୂତି ଥିଲା।
ତାମିଲନାଡ଼ୁ ମନ୍ଦିରରେ ପାଣ୍ଠି ହେରଫେର୍; ୮ ଅଧିକାରୀ ନିଲମ୍ବିତ ଏହି ସମଗ୍ର ଆୟୋଜନର ସବୁଠାରୁ ବଡ଼ ବିଶେଷତା ଥିଲା ସାମୂହିକ ସେବା ଓ ସମର୍ପଣର ଭାବନା।
ଓଡ଼ିଆ ମହିଳାମାନଙ୍କ ଦ୍ୱାରା ଭକ୍ତିଭାବର ସହ ପାରମ୍ପରିକ ଛପନ ଭୋଗ ପ୍ରସ୍ତୁତ କରାଯାଇଥିଲା।
ଅନେକ ସ୍ୱେଚ୍ଛାସେବୀ ପ୍ରସାଦ ପ୍ରସ୍ତୁତି, ପରିବେଷଣ ଓ ବଣ୍ଟନରେ ନିରନ୍ତର ସେବା କରିଥିଲେ।
ଏହା ସହିତ ପୂଜା-ନୀତି, ଫୁଲମାଳ ପ୍ରସ୍ତୁତି, ରଥ ସଜ୍ଜା, ମନ୍ଦିର ସଜାବଟ, ଭୋଗ ବ୍ୟବସ୍ଥା, ପରିଷ୍କାର ପରିଚ୍ଛନ୍ନତା, ଭିଡ଼ ପରିଚାଳନା, ପାର୍କିଂ ବ୍ୟବସ୍ଥା ଓ ଅନ୍ୟାନ୍ୟ ସମସ୍ତ ସେବାରେ ସ୍ୱେଚ୍ଛାସେବୀମାନଙ୍କର ନିଷ୍ଠା ଓ ସମର୍ପଣ ଉତ୍ସବକୁ ସଫଳ କରିଥିଲା।
ବିଦେଶ ମାଟିରେ ସମସ୍ତେ ଏକ ପରିବାର ପରି ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପିତ କରିଥିବା ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା।
ବାହୁଡ଼ା ଯାତ୍ରା ପରେ ମହାପ୍ରଭୁଙ୍କ ନିକଟରେ ପାରମ୍ପରିକ ଛପନ ଭୋଗ ଅର୍ପଣ କରାଯାଇଥିଲା।
ପରେ ସେହି ଭୋଗକୁ ପ୍ରସାଦ ରୂପେ ସମସ୍ତ ଉପସ୍ଥିତ ଭକ୍ତଙ୍କୁ ବଣ୍ଟନ କରାଯାଇଥିଲା।
ଶ୍ରୀଜଗନ୍ନାଥ ସେବା ଜର୍ମାନୀର ଟ୍ରଷ୍ଟି ପ୍ରିୟଦର୍ଶନ ସାମଲ ଏହି ଅବସରରେ ଶିବାଳୟମ ମନ୍ଦିର କମିଟି, ଓଡ଼ିଆ ସମାଜ ମ୍ୟୁନିଖର ସମସ୍ତ ସଦସ୍ୟ, ସମସ୍ତ ସ୍ୱେଚ୍ଛାସେବୀ, ଭକ୍ତ, ପ୍ରାୟୋଜକ ଏବଂ ଶୁଭେଚ୍ଛୁମାନଙ୍କୁ ହୃଦୟର ସହ କୃତଜ୍ଞତା ଜଣାଇ କହିଥିଲେ, "ସମସ୍ତଙ୍କର ନିଃସ୍ୱାର୍ଥ ସେବା, ଏକତା ଓ ସମର୍ପଣ ଯୋଗୁଁ ମ୍ୟୁନିଖରେ ଶ୍ରୀକ୍ଷେତ୍ର ପୁରୀର ତିଥି ଓ ପରମ୍ପରା ଅନୁଯାୟୀ ବାହୁଡ଼ା ଯାତ୍ରାକୁ ସଫଳତାର ସହ ଆୟୋଜନ କରାଯାଇପାରିଲା।
ମହାପ୍ରଭୁଙ୍କ କୃପାରୁ ଜର୍ମାନୀ ଏବଂ ସମଗ୍ର ୟୁରୋପରେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ପରମ୍ପରା ଓ ସାର୍ବଜନୀନ ବାର୍ତ୍ତାକୁ ପହଞ୍ଚାଇବା ପାଇଁ ଏହି ସେବା ଓ ପ୍ରୟାସ ଆଗାମୀ ଦିନରେ ମଧ୍ୟ ଅବ୍ୟାହତ ରହିବ।" "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।