Bahuda Yatra 2026: ସୁନାବେଶ ଦେଖିବାକୁ ଭକ୍ତଙ୍କ ଭିଡ଼, ହେଲା ପହଣ୍ଡି ବିଜେ

Jul 24, 2026 - 20:41
Bahuda Yatra 2026: ସୁନାବେଶ ଦେଖିବାକୁ ଭକ୍ତଙ୍କ ଭିଡ଼, ହେଲା ପହଣ୍ଡି ବିଜେ

"ବାରିପଦା (ବଟକୃଷ୍ଣ ବିହାରୀ): ଆସନ୍ତାକାଲି ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାଥହୁଡାଯାତ୍ରା।

ତେଣୁ ପରମ୍ପରା ଓ ରୀତିନୀତି ଅନୁଯାୟୀ ଆଜି ପୂର୍ବାହ୍ନ ୧୧ଟା ଜନ୍ମବେଦୀରେ ଠାକୁରଙ୍କ ସୁନାବେଶ ହୋଇଥିଲା।

ସୁନାବେଶରେ ଠାକୁରଙ୍କୁ ଦର୍ଶନ ନିମନ୍ତେ ଭକ୍ତଙ୍କ ଭିଡ ଜମିଥିଲା।

ସଂଧ୍ୟାରେ ପହଣ୍ଡି ହୋଇଥିଲା।

ପ୍ରଥମେ ବଳଭଦ୍ର, ତାପରେ ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କ ପହଣ୍ଡି ବିଜେ ହୋଇଥିଲା।

ତାପରେ ରଥ ଉପରେ ଶ୍ରୀଜିଉଙ୍କୁ ନେଇ ଅବସ୍ଥାନ କରାଯାଇଥିଲା।

ରଥରେ ଠାକୁରଙ୍କ ଦର୍ଶନ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନଙ୍କ ଲମ୍ବା ଲାଇନ ଲାଗିଥିଲା।

Advertisment ଆସନ୍ତାକାଲି ନିର୍ଦ୍ଧାରିତ ସମୟରେ ପ୍ରଥମେ ଜଗନ୍ନାଥ ବିଜେ କରିବେ।

ତାଙ୍କ ପଛେ ପଛେ ଭଉଣୀ ସୁଭଦ୍ରାଙ୍କ ରଥ ଗଡ଼ିବ।

ସୁଭଦ୍ରା ରଥକୁ କେବଳ ମହିଳାମାନେ ଟାନିବେ।

୨୬ ତାରିଖ ଅର୍ଥାତ ରବିବାର ବଡଭାଇ ବଳରାମ ମନ୍ଦିର ଅଭିମୁଖେ ଯାତ୍ରା କରିବେ।

ଘୋଷଯାତ୍ରା ଭଳି ୨ ଦିନ ଧରି ବାହୁଡାଯାତ୍ରା ଅନୁଷ୍ଠିତ ହେବ।

Bahuda Yatra Puri Live Update: ବାହୁଡ଼ାଯାତ୍ରା ୨୦୨୬; ରତ୍ନବେଦିକୁ ଫେରିବେ ସାଆନ୍ତ; ଶ୍ରୀମନ୍ଦିର ଅଭିମୁଖେ ତିନିରଥ ଅଗ୍ରସର ବାହୁଡ଼ା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସୁପରିଚାଳନା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ହୋଇଛି।

ପୁରୀ ଶ୍ରୀକ୍ଷେତ୍ର ସମେତ ଅନ୍ୟ ସବୁ ଆଡେ ଗୋଟିଏ ଦିନରେ ଘୋଷଯାତ୍ରା ଓ ବାହୁଡ଼ା ଯାତ୍ରା ହୋଇଥାଏ।

ତେବେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ଗୋଟିଏ ଦିନ ପରେ ଦୁଇ ଦିନ ଧରି ଉଭୟ ଘୋଷଯାତ୍ରା ଓ ବାହୁଡ଼ା ଯାତ୍ରା କେବେଠାରୁ ଅନୁଷ୍ଠିତ ହୋଇ ଆସୁଅଛି।

ରଥଯାତ୍ରା ଅବସରରେ ବାରିପଦା ସହରରେ ଚାଲିଥିବା ମେଳା ଏକ ମାସ ଧରି ଚାଲିବ।

ମେଳାରେ ସଂଧ୍ୟାରୁ ରାତି ଯାଏ ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।