Bahuda Yatra 2026: ବଡଘୁମୁରିରୁ ଛତିଆ ନଦିନ ପରେ ବାହୁଡ଼ିଲେ ଚତୁର୍ଦ୍ଦାମୂର୍ତ୍ତି
"ଛତିଆ (ମୋହନ ଖିଲାର): ବଡଘୁମୁରିମାଉସୀ ମା" ଘରୁ ଠାରୁ ଛତିଆ ପର୍ଯ୍ୟନ୍ତ ଦୀର୍ଘ ତମ ବଡ଼ଦାଣ୍ଡରେ ନଦିନ ପରେ ଆଜି ଚତୁର୍ଦ୍ଦା ମୂର୍ତ୍ତି ବାହୁଡି ଆସିଛନ୍ତିl ଛତିଆ କୁଞ୍ଜିଆ ଛକ ଜଗନ୍ନାଥ ମନ୍ଦିରରୁ ପବିତ୍ର ଗୁଣ୍ଡିଚାରେ ଭାଇଭଉଣୀଙ୍କୁ ନେଇ ମାଉସୀ ମା ଘରକୁ ନଅ ଦିନଧରି ଯାଇଥିଲେ ଏବଂ ସେଠାରେ ଲୀଳାଖେଳା ସାରି ପୁଣି ଆଜି ଫେରିଛନ୍ତିl ବଡଘୁମୁରି ମାଉସୀ ମା ମନ୍ଦିରରେ ସକାଳେ ଚତୁର୍ଦ୍ଦାମୂର୍ତ୍ତିଙ୍କ ପହଣ୍ଡି କରାଯାଇ ରଥକୁ ଅଣାଯାଇଥିଲାlAdvertisment ପ୍ରଥମେ ବଳଭଦ୍ର ପରେ ସୁଭଦ୍ରା ଏବଂ ଶେଷରେ ଜଗତର ନାଥ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଥିଲାl ରଥପ୍ରତିଷ୍ଟାତା ଉପେନ୍ଦ୍ର ଓଝା ଛେରାପହରା କରିଥିଲେ l ପରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ରଥ ରଣା ହୋଇଥିଲା l ବଡଘୁମୁରି ରୁ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଦୀର୍ଘ ୧୩ କିଲୋମିଟର ଛତିଆ କୁଞ୍ଜିଆ ଛକ ଜଗନାଥ ମନ୍ଦିର ନିକଟରେ ସନ୍ଧ୍ୟା ସମୟରେତିନି ରଥ ପହଞ୍ଚିଥିଲା l ଆଇନ ଶୃଙ୍ଖଳା ଦୃଷ୍ଟିରୁ ଡ଼ିଏସପି ରେଣୁବାଳା ତ୍ରିପାଠୀ, ଅତିରିକ୍ତ ଏସପି ରତିକାନ୍ତ ଗିରି ଏସଡିପିଓ ଶରତ ଚନ୍ଦ୍ର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବଡ଼ଚଣା ଥାନାଧିକାରୀ ଜଗଦିଶ କର ଓ ବୈରୀ ଥାନାଧିକାରୀ ରଂଜିତ ମହାନ୍ତିଙ୍କ ସହିତ ଦୁଇ ଥାନାର କିଛି ଅଧିକାରିଙ୍କ ସମେତ ପୁଲିସ ଫୋର୍ସ ଉପସ୍ଥିତ ଥିଲେl ଘଣ୍ଟ ଘଣ୍ଟା ଖୋଳ ତାଳ ହରିବୋଲ ଶବ୍ଦରେ ଆଜି ଜାତୀୟ ରାଜପଥ ଜଗନ୍ନାଥ ମୟ ହୋଇପଡ଼ିଥିଲାl ଦର୍ପଣ ତହସିଲଦାର ମାନସ କୁମାର ତ୍ରିପାଠୀ, ବିଡ଼ିଓ ରବିନ୍ଦ୍ର କୁମାର ପ୍ରଧାନ,ରଥ କମିଟିର ସଭାପତି ନିର୍ମଳ ଚନ୍ଦ୍ର ସାମଲ, ଛତିଆ ସରପଞ୍ଚ ରମେଶ ଚନ୍ଦ୍ର ପୃଷ୍ଟି, ଅକ୍ଷୟ କୁମାର ରାଉତରାୟ, ସମିତି ସଭ୍ୟ ଦିପକ ସାହୁ,ନୀଳମଣି ରାଉତ, ସନ୍ତୋଷ ସିଂହଙ୍କ ସହିତ ରଥ କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ l ପୂଜକ ସତ୍ୟବାଦୀ ପଣ୍ଡା, ଉଦୟ ଶଙ୍କର ଦାସ, ପ୍ରମୋଦ ପଣ୍ଡା, ବ୍ରଜକିଶୋର ଦାସ, କାଁହୁ ଧଳ ପ୍ରମୁଖ ରଥରେ ପୂଜା କରିଥିଲେ।ସେବାହିଁ ଧର୍ମ ସଙ୍ଘଠନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲାl ସେହିପରି ଜାତୀୟ ରାଜପଥ ବନ୍ଦାଳ ନିକଟରେ ଥିବା ଇଣ୍ଡିଆନ ପେଟ୍ରୋଲ ପମ୍ପ ପକ୍ଷରୁ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା।
ସେହିପରି ଅମରlବତୀ ପାଟଣା ରୁ ଛତିଆ ନନା ଟୁଙ୍ଗି ଜଗନ୍ନାଥ ମଠକୁ ରଥ ଟଣା ଯାଇଥିଲା, ବନ୍ଦଳୋ, ବୈରୀ, ସମିଆ ଓ ଶାଳପଡା ଠାରେ ରଥ ଟଣା ଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।