Bagu Khan: ବାଗୁ ଖାନ ଓରଫ ସମନ୍ଦର ଚାଚା ନିପାତ, ଆତଙ୍କୀଙ୍କ ପ୍ରିୟ ଥିଲେ କାହିଁକି...ଗୋଟିଏ କ୍ଲିକରେ ପଢ଼ନ୍ତୁ

ବାଗୁ ଖାନ ହିଜବୁଲର କମାଣ୍ଡର ହୋଇଥିଲେ ହେଁ ସମସ୍ତ ଆତଙ୍କବାଦୀ ସଂଗଠନର ସଦସ୍ୟଙ୍କୁ ଭାରତ ମଧ୍ୟରେ ଅନୁପ୍ରବେଶ କରିବାରେ ସହଯୋଗ କରିଆସୁଥିଲା। ପ୍ରାୟ ସବୁ ଆତଙ୍କବାଦୀ ସଂଗଠନ ପାଇଁ ଅନୁପ୍ରବେଶ ଯୋଜନା ପ୍ରସ୍ତୁତ କରିବାରେ ଓ ସେଗୁଡ଼ିକୁ କାର୍ଯ୍ୟ

30 August 2025 09:40 PM IST
Bagu Khan: ବାଗୁ ଖାନ ଓରଫ ସମନ୍ଦର ଚାଚା ନିପାତ, ଆତଙ୍କୀଙ୍କ ପ୍ରିୟ ଥିଲେ କାହିଁକି...ଗୋଟିଏ କ୍ଲିକରେ ପଢ଼ନ୍ତୁ

ବାଗୁ ଖାନ ହିଜବୁଲର କମାଣ୍ଡର ହୋଇଥିଲେ ହେଁ ସମସ୍ତ ଆତଙ୍କବାଦୀ ସଂଗଠନର ସଦସ୍ୟଙ୍କୁ ଭାରତ ମଧ୍ୟରେ ଅନୁପ୍ରବେଶ କରିବାରେ ସହଯୋଗ କରିଆସୁଥିଲା। ପ୍ରାୟ ସବୁ ଆତଙ୍କବାଦୀ ସଂଗଠନ ପାଇଁ ଅନୁପ୍ରବେଶ ଯୋଜନା ପ୍ରସ୍ତୁତ କରିବାରେ ଓ ସେଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ସହଯୋଗ କରୁଥିଲା। ସେଥିପାଇଁ ଆତଙ୍କବାଦୀମାନେ ତାକୁ ‘ହ୍ୟୁମେନ ଜିପିଏସ୍‌’ ନାଁରେ ସମ୍ବୋଧନ କରୁଥିଲେ।

ଜମ୍ମୁ-କଶ୍ମୀରର ଗୁରେଜ ସେକ୍ଟରରେ ସୁରକ୍ଷା ବଳକୁ ମିଳିଛି ବଡ଼ ସଫଳତା। ଏକନାଉଣ୍ଟରରେ ନିହତ ହୋଇଛି ବାଗୁ ଖାନ ଓରଫ ସମନ୍ଦର ଚାଚା, ଯିଏ ଆତଙ୍କବାଦୀଙ୍କ ମଧ୍ୟରେ ‘ହ୍ୟୁମେନ ଜିପିଏସ୍‌’ ଭାବେ ପରିଚିତ ଥିଲା। ତା’ସହିତ ଆଉ ଜଣେ ଆତଙ୍କବାଦୀ ଭାରତୀୟ ସୁରକ୍ଷା ବଳଙ୍କ ଗୁଳିରେ ନିହତ ହୋଇଛି। ସେମାନେ ନୌଶେରା ନାର ଅଞ୍ଚଳରେ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କଲା ବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ।

ବାଗୁ ଖାନ ଓରଫ ସମନ୍ଦର ଚାଚା ୧୯୯୫ ମସିହାରୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ରହୁଥିଲା। ସୁରକ୍ଷା ଏଜେନ୍ସୀଗୁଡ଼ିକରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଗତ ତିନି ଦଶନ୍ଧି ବା ୩୦ ବର୍ଷ ମଧ୍ୟରେ ସେ ଗୁରେଜ ସେକ୍ଟର ଓ ଏହାର ଆଖପାଖ ଅଞ୍ଚଳରେ ୧୦୦ରୁ ଅଧିକ ଅନୁପ୍ରବେଶ ପ୍ରୟାସ କରାଇଥିଲା ଏବଂ ସେଥିରୁ ଅଧିକାଂଶରେ ସଫଳ ହୋଇଥିଲା। କାରଣ ସେ ଏହି ଅଞ୍ଚଳ ବିଷୟରେ ଭଲ ଭାବେ ଅବଗତ ଥିଲା। ସେଥିପାଇଁ ସମସ୍ତ ଆତଙ୍କବାଦୀ ସଂଗଠନ ପାଇଁ ସେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା।

ବାଗୁ ଖାନ ହିଜବୁଲର କମାଣ୍ଡର ହୋଇଥିଲେ ହେଁ ସମସ୍ତ ଆତଙ୍କବାଦୀ ସଂଗଠନର ସଦସ୍ୟଙ୍କୁ ଭାରତ ମଧ୍ୟରେ ଅନୁପ୍ରବେଶ କରିବାରେ ସହଯୋଗ କରିଆସୁଥିଲା। ପ୍ରାୟ ସବୁ ଆତଙ୍କବାଦୀ ସଂଗଠନ ପାଇଁ ଅନୁପ୍ରବେଶ ଯୋଜନା ପ୍ରସ୍ତୁତ କରିବାରେ ଓ ସେଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ସହଯୋଗ କରୁଥିଲା। ସେଥିପାଇଁ ଆତଙ୍କବାଦୀମାନେ ତାକୁ ‘ହ୍ୟୁମେନ ଜିପିଏସ୍‌’ ନାଁରେ ସମ୍ବୋଧନ କରୁଥିଲେ।

ସୂଚନା ଅନୁଯାୟୀ, ଅଗଷ୍ଟ ୨୮ ତାରିଖ ରାତିରେ ନୌଶେରା ନାର ଅଞ୍ଚଳରେ ବାଗୁ ଖାନ ଓ ତା’ର ଜଣେ ସାଥୀ ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଘେରିଯାଇଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସେଥିରେ ବାଗୁ ଖାନ ଓରଫ ସମନ୍ଦର ଚାଚା ଓ ଅନ୍ୟ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ୨୯ ତାରିଖ ସକାଳ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିଲା।

ସୁରକ୍ଷା ଅଧିକାରୀମାନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବାଗୁ ଖାନର ମୃତ୍ୟୁ ଅନେକ ଆତଙ୍କବାଦୀ ସଂଗଠନ ପାଇଁ ବଡ଼ ଝଟକା। ତା’ର ମୃତ୍ୟୁ ସହିତ ଅନେକ ସମ୍ଭାବ୍ୟ ଅନୁପ୍ରବେଶ ଯୋଜନା ପଣ୍ଡ ହୋଇଯାଇଛି।

Disclaimer: This content has been automatically aggregated from television for informational purposes. To read the original article, please visit television.