Baby elephant: କେନାଲ ଭିତରେ ଛୁଆ ହାତୀ ଛଟପଟ

Baby elephant: କେନାଲ ଭିତରେ ଛୁଆ ହାତୀ ଛଟପଟ

07 September 2025 03:05 PM IST
Baby elephant: କେନାଲ ଭିତରେ ଛୁଆ ହାତୀ ଛଟପଟ

Baby elephant: କେନାଲ ଭିତରେ ଛୁଆ ହାତୀ ଛଟପଟ

ଢେଙ୍କୋନାଳ : ନାଲରେ ପଶିଲା ହାତୀ ଛୁଆ, ବାହାରିବାକୁ ହେଲା ଛଟପଟ। ଢେଙ୍କାନାଳ ସଦର ରେଞ୍ଜ ହଳଦିଆବାହାଳ ନିକଟରେ କେନାଲରେ ପଶିଲା ଦନ୍ତା ହାତୀ। ରେଙ୍ଗାଲୀ କେନାଲ ମଧ୍ୟରେ ଦୀର୍ଘ ସମୟ ଧରି ହାତୀଟି ରହିବା ପରେ ବାହାରିବା ପାଇଁ ଚେଷ୍ଟା କରିଥିଲା। କେନାଲରେ ଅଧିକ ପାଣି ଥିବାରୁ ବାହାରିବାକୁ ସଙ୍ଘର୍ଷ କରିଥିଲା ଛୁଆ ହାତୀ ଟେ। ଶେଷରେ ନିଜସ୍ବ ପ୍ରଚେଷ୍ଟାରେ କେନାଲ ମଧ୍ୟରୁ ବାହାରିଥିଲା।

କେନାଲରୁ ବାହାରି ଦନ୍ତା ହାତୀଟି ଏବେ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିବା ଜଣାପଡିଛି। କେନାଲରେ ପଶିବା ପରେ ଖବରପାଇ ବନ କର୍ମଚାରୀ ଓ ନିକଟସ୍ଥ ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଥିଲେ।

Disclaimer: This content has been automatically aggregated from television for informational purposes. To read the original article, please visit television.