Baby Bonuses: ୪ ସନ୍ତାନ ଥିଲେ ଉପହାର; ସରକାର କରିଛନ୍ତି ୧୪୦କୋଟି ଟଙ୍କାର ଯୋଜନା

ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ ଗ୍ରୀସ୍ ସରକାର ଚିନ୍ତାରେ ପଡିଯାଇଛନ୍ତି। ଫଳରେ ସରକାର ଲୋକମାନଙ୍କୁ ସନ୍ତାନ ଜନ୍ମ କରିବାକୁ ଲୋଭନୀୟ ଅଫର ଦେଉଛନ୍ତି।

10 September 2025 12:25 PM IST
Baby Bonuses: ୪ ସନ୍ତାନ ଥିଲେ ଉପହାର; ସରକାର କରିଛନ୍ତି ୧୪୦କୋଟି ଟଙ୍କାର ଯୋଜନା

ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ ଗ୍ରୀସ୍ ସରକାର ଚିନ୍ତାରେ ପଡିଯାଇଛନ୍ତି। ଫଳରେ ସରକାର ଲୋକମାନଙ୍କୁ ସନ୍ତାନ ଜନ୍ମ କରିବାକୁ ଲୋଭନୀୟ ଅଫର ଦେଉଛନ୍ତି।

୪ ସନ୍ତାନ ଥିଲେ ସରକାର ଦେବେ ଉପହାର। ଏନେଇ ସରକାର କରିଛନ୍ତି ୧୪୦କୋଟି ଟଙ୍କାର ଯୋଜନା। ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ ଏଠାକାର ସରକାର ଚିନ୍ତାରେ ପଡିଯାଇଛି। ଫଳରେ ସରକାର ଏମିତି ଲୋଭନୀୟ ପ୍ରସ୍ତାବ ଦେଉଛି ଯେ, ଲୋକମାନଙ୍କୁ ସନ୍ତାନ ଜନ୍ମ କରିବାକୁ ପ୍ରେରଣା ଯୋଗାଉଛି। ଏପରି ପରିସ୍ଥିତିରେ, ଏଠାକାର ସରକାର ସେହି ଲୋକମାନଙ୍କୁ ଟିକସ ରିହାତି ଦେବ ଯେଉଁମାନଙ୍କ ଘରେ ୪ଟି ସନ୍ତାନ ଅଛନ୍ତି।

ଏହି ପ୍ୟାକେଜ୍ ୨୦୨୬ରୁ କାର୍ଯ୍ୟକାରୀ ହେବ ଏବଂ ଏଥିରେ ସମସ୍ତ ଇନ୍‌କମ୍‌ ଟାକ୍ସ ହାରରେ ୨ ପ୍ରତିଶତ ହ୍ରାସ ପାଇବ। ଯେଉଁମାନଙ୍କର ୪ଟି ପିଲା ଥିବେ ଆଉ ସେମାନେ ଯଦି ନିମ୍ନ ଆୟକାରୀ ହୋଇଥିବେ ତେବେ ସେମାନଙ୍କ ପାଇଁ ଜିରୋ ଟାକ୍ସ ଲାଗିବ।

ଏକ ରିପୋର୍ଟ ଅନୁସାରେ, ଏଠାରେ ପ୍ରତି ମହିଳାଙ୍କ ପାଇଁ କେବଳ ୧.୪ ପିଲା ଅଛନ୍ତି। ଯଦି ଏହା ଜାରି ରହେ, ତେବେ ୨୦୫୦ ସୁଦ୍ଧା ଦେଶର ଜନସଂଖ୍ୟା ୮୦ ଲକ୍ଷ ରୁ କମ୍ ହୋଇଯିବ ଏବଂ ଜନସଂଖ୍ୟାର ପ୍ରାୟ ୩୬ ପ୍ରତିଶତ ହିଁ ବୃଦ୍ଧ ରହିବେ।

ତେବେ ଭାରତ ଏବଂ ଚୀନ୍ ଭଳି ଦେଶରେ ଜନସଂଖ୍ୟା ହୁ… ହୁ… ହୋଇ ବଢିଚାଲିଥିବା ବେଳେ ୟୁରୋପୀୟ ଦେଶଗୁଡ଼ିକର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ବୃଦ୍ଧଙ୍କ ଜନସଂଖ୍ୟା ଏକ ବଡ଼ ସମସ୍ୟା ହୋଇଛି। ଫଳରେ ସରକାର ଏମିତି ଲୋଭନୀୟ ପ୍ରସ୍ତାବ ଦେଉଛନ୍ତି ଯେ, ଲୋକମାନଙ୍କୁ ସନ୍ତାନ ଜନ୍ମ କରିବାକୁ ପ୍ରେରଣା ଦେଉଛି।

ଏହି ଲୋଭନୀୟ ଯୋଜନା ଗ୍ରୀସ ଦ୍ୱାରା କରାଯାଇଛି, ଯିଏ ଜନସଂଖ୍ୟା ହ୍ରାସକୁ ନେଇ ଖୁବ୍‌ ଅସ୍ତବ୍ୟସ୍ତ। ଦେଶରେ ହ୍ରାସ ପାଉଥିବା ଜନସଂଖ୍ୟା ଏବଂ ଦ୍ରୁତ ଗତିରେ ବଢୁଥିବା ବୃଦ୍ଧ ଜନସଂଖ୍ୟା ସମସ୍ୟାର ମୁକାବିଲା ପାଇଁ ସରକାର ଏମିତି ଯୋଜନା କରିବାକୁ ଯାଉଛନ୍ତି। ସରକାର କହିଛନ୍ତି ଯେ ଗ୍ରୀସରେ ଜନ୍ମହାର ୟୁରୋପରେ ସବୁଠାରୁ ସର୍ବନିମ୍ନ ସ୍ତରରେ ପହଞ୍ଚିଛି।

Disclaimer: This content has been automatically aggregated from television for informational purposes. To read the original article, please visit television.