Baba Venga's Prediction: ବାବା ଭେଙ୍ଗାଙ୍କ ଆଉ ଏକ ବଡ଼ ଭବିଷ୍ୟବାଣୀ, ପୃଥିବୀକୁ ମାଡ଼ି ଆସୁଛି ଭୟଙ୍କର ବିପଦ...ସଫା ହୋଇଯିବେ ମଣିଷ

ବିଶ୍ୱରେ ଦେଖାଯିବ ଭୟଙ୍କର ଆର୍ଥିକ ସଂକଟ। ୨୦୨୫ରେ ହେବ ତୃତୀୟ ବିଶ୍ୱଯୁଦ୍ଧ। ପୃଥିବୀରୁ ବିଲୁପ୍ତ ହେବ ମାନବ ସମ୍ବଳ। ବାବା ଭେଙ୍ଗାଙ୍କ ଏମିତି ଭବିଷ୍ୟବାଣୀ ଲୋକଙ୍କ ମନରେ ଛନକା ପୂରେଇ ଦେଇଛି।

30 August 2025 05:30 PM IST
Baba Venga's Prediction: ବାବା ଭେଙ୍ଗାଙ୍କ ଆଉ ଏକ ବଡ଼ ଭବିଷ୍ୟବାଣୀ, ପୃଥିବୀକୁ ମାଡ଼ି ଆସୁଛି ଭୟଙ୍କର ବିପଦ...ସଫା ହୋଇଯିବେ ମଣିଷ

ବିଶ୍ୱରେ ଦେଖାଯିବ ଭୟଙ୍କର ଆର୍ଥିକ ସଂକଟ। ୨୦୨୫ରେ ହେବ ତୃତୀୟ ବିଶ୍ୱଯୁଦ୍ଧ। ପୃଥିବୀରୁ ବିଲୁପ୍ତ ହେବ ମାନବ ସମ୍ବଳ। ବାବା ଭେଙ୍ଗାଙ୍କ ଏମିତି ଭବିଷ୍ୟବାଣୀ ଲୋକଙ୍କ ମନରେ ଛନକା ପୂରେଇ ଦେଇଛି।

ବିଶ୍ୱରେ ଦେଖାଯିବ ଭୟଙ୍କର ଆର୍ଥିକ ସଂକଟ । ୨୦୨୫ରେ ହେବ ତୃତୀୟ ବିଶ୍ୱଯୁଦ୍ଧ । ପୃଥିବୀରୁ ବିଲୁପ୍ତ ହେବ ମାନବ ସମ୍ବଳ । ବାବା ଭେଙ୍ଗାଙ୍କ ଏମିତି ଭବିଷ୍ୟବାଣୀ ଲୋକଙ୍କ ମନରେ ଛନକା ପୂରେଇ ଦେଇଛି। କାରଣ ୨୦୨୫ ମସିହାରେ ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇଛି ଆଉ ମାନବଜାତି ଏକ ବିରାଟ କ୍ଷତି ସହିଛି। ୨୦୨୫ ମସିହାରେ ହୋଇଥିବା ଯୁଦ୍ଧରେ ହଜାର ହଜାର ଲୋକଙ୍କ ଜୀବନ ଯାଇଛି, ମିଆଁମାର ଭୂମିକମ୍ପରେ ପାଖାପାଖି ୨୦୦୦ରୁ ଲୋକଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ପ୍ରାକୃତିକ ବିପର୍ଯ୍ୟୟ ତାଣ୍ଡବ ସୃଷ୍ଟି କରୁଛି।

ୟୁରୋପୀୟ ସଂଘର୍ଷ, ଭାରତ-ପାକିସ୍ତାନ ଯୁଦ୍ଧ, ମହାଜାଗତିକ ଘଟଣା, ବନ୍ୟା, ବାଦଲ ଫାଟିବା, ଜଙ୍ଗଲ ନିଆଁ, ଜ୍ୱାଳାମୁଖୀ ଉଦ୍‌ଗିରଣ ଆଦି ବାବାଙ୍କ ଅନେକ ଭବିଷ୍ୟବାଣୀ ୨୦୨୫ରେ ସତ ହୋଇଛି। ଭାରତ କଥା କହିଲେ, ଦେଶର ଅଧିକାଂଶ ରାଜ୍ୟରେ ବର୍ଷା ଏବଂ ବନ୍ୟା ତାଣ୍ଡବ ସୃଷ୍ଟି କରିଛି। ଜମ୍ମୁ-କାଶ୍ମୀରରୁ କେରଳ ପର୍ଯ୍ୟନ୍ତ, ପ୍ରବଳ ବର୍ଷା ଯୋଗୁଁ ଲୋକମାନେ କଷ୍ଟ ପାଉଛନ୍ତି। ପାହାଡିଆ ରାଜ୍ୟଗୁଡ଼ିକରେ ବାଦଲ ଫାଟିବାର ଅନେକ ଘଟଣା ଘଟିଛି, ଯେଉଁଥିରେ ଡଜନ ଡଜନ ଲୋକଙ୍କ ଜୀବନ ଯାଇଛି।

ବାବା ଭେଙ୍ଗାର ଭବିଷ୍ୟବାଣୀ ତାଲିକାରେ ଆହୁରି ଏମିତି ଅନେକ କଥା ଅଛି ଯାହା ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି। ଏହି ସବୁ ଭବିଷ୍ୟବାଣୀ ଭିତରେ ବିଶ୍ୱର ଅନେକ ଦେଶ ଆର୍ଥିକ ସଂକଟର ସାମ୍ନା କରିବ, ୨୦୨୫ରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ, ୟୁରୋପରେ ଇସଲାମର ଶାସନ ଏବଂ ପୃଥିବୀରୁ ମାନବ ସମ୍ବଳ ବିଲୁପ୍ତ ହେବା ଭଳି ଭୟଙ୍କର ଘଟଣା ରହିଛି। ଏ ସବୁ ସତ ହେବନି ତ? ଏହାକୁ ନେଇ ଏବେ ଭୟର ସାରା ବିଶ୍ୱ।

ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ ଭିତରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜଣେ ଶକ୍ତିଶାଳୀ ବିଶ୍ୱ ନେତା ହୋଇ ଉଭା ହେବେ। ତେବେ ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଏହା ସତ ହେବା ଅନୁମାନ କରାଯାଏ। ବାବା ଭେଙ୍ଗାଙ୍କ ସତ ହୋଇଥିବା ଅନେକ ଭବିଷ୍ୟବାଣୀ ଭିତରେ ମଧ୍ୟରେ ୯/୧୧ ଆକ୍ରମଣ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ, ବାରାକ ଓବାମା ଆମେରିକାର ରାଷ୍ଟ୍ରପତି ହେବା ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ରହିଛି।

Disclaimer: This content has been automatically aggregated from television for informational purposes. To read the original article, please visit television.