Ayodhya Ram Temple Donation Theft Case: ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ଚୋରି ମାମଲା, ଟ୍ରଷ୍ଟ ସାଧାରଣ ସଂପାଦକ ଚମ୍ପତ ରାୟଙ୍କ ଇସ୍ତଫା
ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ଚୋରି ମାମଲାରେ ଚମ୍ପତ ରାୟଙ୍କ ଇସ୍ତଫା। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସଂପାଦକ ପଦରୁ ସେ ଇସ୍ତଫା ଦେଇଛନ୍ତି। ଏହି ଘଟଣାରେ ଟ୍ରଷ୍ଟର ଅନ୍ୟ ଜଣେ ସଦସ୍ୟ ଅନିଲ ମିଶ୍ରା ମଧ୍ୟ ଇସ୍ତଫା ଦେଇଛନ୍ତି। ଉଭୟ ନୈତିକତା ଦୃଷ୍ଟିରୁ ପଦ ଛାଡିଥିବା କହିଛନ୍ତି। ଏଇ ମାମଲାର ତଦନ୍ତ କରିଥିବା SIT ର ପ୍ରାରମ୍ଭିକ ରିପୋର୍ଟ ଆସିବାପରେ ସେମାନେ ଇସ୍ତଫା ଦେଇଛନ୍ତି।
SIT ର ସୁପାରିସ ଆଧାରରେ ମାମଲାରେ ପ୍ରଥମ FIR ଦାଖଲ ହୋଇସାରିଛି। ଚମ୍ପତ ରାୟ ଏବଂ ଅନିଲ ମିଶ୍ରଙ୍କ ନାମ FIRରେ ନାହିଁ । ତେବେ ନୈତିକତା ଦୃଷ୍ଟିରୁ ସେମାନେ ଇସ୍ତଫା ଦେଇଛନ୍ତି। ବିରୋଧୀ ଦଳ ଏହି ମାମଲାରେ ଚମ୍ପତ ରାୟଙ୍କ ନାମ ଲଗାତାର ଉଠାଇ ତାଙ୍କ ଇସ୍ତଫା ଦାବି କରିଥିଲେ। ଏପର୍ଯ୍ୟନ୍ତ ଏହି ମାମଲାରେ ଆଠ ଜଣ ଗିରଫ ହୋଇଛନ୍ତି। ଦାନ ସୂତ୍ରରେ ଆସିଥିବା ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ....
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସାଧାରଣ ସଂପାଦକ ପଦରୁ ଇସ୍ତଫା
ନୈତିକତା ଆଧାରରେ ଇସ୍ତଫା ଦେଲେ ଚମ୍ପତ ରାୟ
ଅନ୍ୟ ଜଣେ ସଦସ୍ୟ ଅନୀଲ ମିଶ୍ରା ବି ଦେଲେ ଇସ୍ତଫା
SIT ତଦନ୍ତ ଆଧାରରେ ଏଯାବତ୍ ୮ ଜଣ ଗିରଫ ହୋଇଛନ୍ତି