Attack Doctor: ଡାକ୍ତରଙ୍କୁ ଷ୍ଟୁଲ୍ ଫିଙ୍ଗି ଆକ୍ରମଣ କଲେ ଯୁବକ, ଅଭିଯୁକ୍ତ ଥାନାରେ ଅଟକ
"ବରଗଡ଼: ବରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଭାବନୀୟ ଘଟଣା।
ଚିକିତ୍ସାପାଇଁ ଆସି ଡାକ୍ତରଙ୍କୁ ଆକ୍ରମଣ କଲେ ଯୁବକ।
ଆକ୍ରମଣରେ ଡାକ୍ତର ସୁଦୀପ୍ତ ରାଉତ ଗୁରୁତର ଥିବା ସୂଚନା ମିଳିଛି।
ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖିଛି ଟାଉନ ଥାନା ପୁଲିସ lAdvertisment ଡାକ୍ତର ଗୁରୁତର ସୂଚନା ଅନୁଯାୟୀ, ୱାର୍ଡ ନମ୍ବର ୧୪ର ବିକି ସିଂ ନାମକ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ଆସି କାଯ୍ୟରତ ଡାକ୍ତର ସୁଦୀପ୍ତ ରାଉତ ଉପରେ ଆକ୍ରମଣ କରିଥିଲା।
ସାମାନ୍ୟ ବିପି ଚେକକୁ ନେଇ ଆକ୍ରମଣ କରିଥିଲା।
ଚିକିତ୍ସା ପାଇଁ ଆସି ଡାକ୍ତରଙ୍କ ଉପରେ ଷ୍ଟୁଲ୍ ଫିଙ୍ଗି ଆକ୍ରମଣ କରିଥିଲା ଅଭିଯୁକ୍ତ।
ଏହି ଆକ୍ରମଣରେ ଡାକ୍ତର ଗୁରୁତର ହୋଇଥିବାବେଳେ ସମଗ୍ର ଘଟଣା ସିସିଟିଭିରେ କଏଦ ହୋଇଛି ।
ଘଟଣାକୁ ନେଇ ବରଗଡ଼ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ଏହି ସମଗ୍ର ଘଟଣା ହସ୍ପିଟାଲରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।
ଭିଡିଓରେ ଅଭିଯୁକ୍ତ ଯୁବକ ହଠାତ୍ ଷ୍ଟୁଲ୍ ଉଠାଇ ଡାକ୍ତରଙ୍କ ଉପରକୁ ଫିଙ୍ଗୁଥିବା ଦୃଶ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।
ଘଟଣା ପରେ ହସ୍ପିଟାଲ କର୍ମଚାରୀ ଓ ସୁରକ୍ଷାକର୍ମୀମାନେ ଅଭିଯୁକ୍ତଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ ।
ଟାଉନ ଥାନା ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।
ତେବେ କେଉଁ କାରଣରୁ ଯୁବକ ଏପରି ଆକ୍ରମଣ କଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଡାକ୍ତରଙ୍କ ଉପରେ ଏଭଳି ଆକ୍ରମଣକୁ ସ୍ୱାସ୍ଥ୍ୟ କର୍ମଚାରୀମାନେ ତୀବ୍ର ନିନ୍ଦା କରିଥିବାବେଳେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
Samlei Project-2: ବର୍ଷାରେ ବିସ୍ଥାପନର ଆଦେଶ: ସମଲେଇ ପ୍ରକଳ୍ପ-୨ ପାଇଁ ଘର ଛାଡ଼ିବେ ୩୩୭ ପରିବାର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।