Assam Aadhaar Tightened Rules: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ଆଧାର ପାଇଁ ଏବେ ଜରୁରୀ ସରକାରୀ ଅନୁମତି

Jun 13, 2026 - 17:50
Assam Aadhaar Tightened Rules: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ଆଧାର ପାଇଁ ଏବେ ଜରୁରୀ ସରକାରୀ ଅନୁମତି

ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଆସାମ ସରକାର। ଶନିବାର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। କୌଣସି ବେଆଇନ ଅନୁପ୍ରବେଶକାରୀ ଯେପରି ଭାରତର ଆଧାର କାର୍ଡ ହାସଲ କରି ନପାରିବେ, ସେଥିପାଇଁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଆଧାର କାର୍ଡ ଦିଆଯିବ ନାହିଁ। କେବଳ ସ୍ୱତନ୍ତ୍ର କ୍ଷେତ୍ରରେ ଜିଲ୍ଲା କମିଶନରଙ୍କ ସୁପାରିଶ ଏବଂ ରାଜ୍ୟ ସରକାରଙ୍କ ଯାଞ୍ଚ ପରେ ହିଁ ଏହି କାର୍ଡ ପ୍ରଦାନ ପାଇଁ ଅନୁମତି ମିଳିବ।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ରାଜ୍ୟର କେତେକ ଜିଲ୍ଲାରେ ଆଧାର କାର୍ଡ ସଂଖ୍ୟା ଜନସଂଖ୍ୟା ତୁଳନାରେ ୧୦୦ ପ୍ରତିଶତ ପାର୍ କରିଯାଇଛି। ତେଣୁ ଏହି ଅତିରିକ୍ତ କାର୍ଡ ନେଉଥିବା ଲୋକମାନେ କିଏ, ତାହା ଚିହ୍ନଟ କରିବା ଜରୁରୀ ହୋଇପଡ଼ିଛି। ବାଂଲାଦେଶୀ ଅନୁପ୍ରବେଶ ରୋକିବା ଦିଗରେ ନିକଟରେ ୧୪ ଜଣ ବେଆଇନ ଅନୁପ୍ରବେଶକାରୀଙ୍କୁ ଭାରତ ଭିତରକୁ ପ୍ରବେଶ କରିବାରୁ ମଧ୍ୟ ରୋକାଯାଇଛି। ଆସାମରେ ଆଧାର କାର୍ଡ ନିୟମକୁ ଅତ୍ୟନ୍ତ କଡ଼ାକଡ଼ି କରାଯିବ ବୋଲି ସରକାର ପୂର୍ବରୁ ସ୍ପଷ୍ଟ କରିସାରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।