Ashwin Questions Team India's Strategy: ବିଶ୍ୱକପ୍ ପୂର୍ବରୁ ଅଶ୍ୱିନଙ୍କ ବଡ଼ ଖୁଲାସା! ଗମ୍ଭୀରଙ୍କ ରଣନୀତି ଉପରେ ବଡ଼ ପ୍ରଶ୍ନ

Jul 24, 2026 - 12:00
Ashwin Questions Team India's Strategy: ବିଶ୍ୱକପ୍ ପୂର୍ବରୁ ଅଶ୍ୱିନଙ୍କ ବଡ଼ ଖୁଲାସା! ଗମ୍ଭୀରଙ୍କ ରଣନୀତି ଉପରେ ବଡ଼ ପ୍ରଶ୍ନ

୨୦୨୭ ଦିନିକିଆ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆର ପ୍ରସ୍ତୁତିକୁ ନେଇ ବଡ଼ ପ୍ରଶ୍ନ। ଭାରତର ପୂର୍ବତନ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ରଣନୀତି ଉପରେ ଉଠାଇଛନ୍ତି ପ୍ରଶ୍ନ।

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ହାରିବା ପରେ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ କଟାକ୍ଷ କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ସେ କହିଛନ୍ତି, ରାହୁଲ ଦ୍ରାବିଡ଼ଙ୍କ ସମୟରେ ଦଳରେ ସ୍ପଷ୍ଟ ଯୋଜନା ଥିଲା, କିନ୍ତୁ ବର୍ତ୍ତମାନର ମ୍ୟାନେଜମେଣ୍ଟ 'ବିଟ୍ସ ଆଣ୍ଡ ପିସେସ୍' କ୍ରିକେଟରଙ୍କ ଉପରେ ଅଧିକ ନିର୍ଭର କରୁଛି।

ଅଶ୍ୱିନଙ୍କ ମତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ଖୋଜିବାରେ ଟିମ୍ ଏପର୍ଯ୍ୟନ୍ତ ସଫଳ ହୋଇନାହିଁ। ନୀତୀଶ କୁମାର ରେଡ୍ଡି ଓ ଶିବମ ଦୁବେଙ୍କୁ ବିକଳ୍ପ ଭାବେ ଦେଖାଯାଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ମିଳିନାହିଁ।

ସେ ପରାମର୍ଶ ଦେଇଛନ୍ତି ଯେ, ବିଶ୍ୱକପ୍ ପୂର୍ବରୁ ୧୭ରୁ ୧୮ ଜଣ ଖେଳାଳିଙ୍କ ଏକ ନିର୍ଦ୍ଦିଷ୍ଟ ପୁଲ୍ ପ୍ରସ୍ତୁତ କରି ସେମାନଙ୍କୁ ଆଗାମୀ ୧୪ ମାସ ପର୍ଯ୍ୟନ୍ତ ସୁଯୋଗ ଦେବା ଉଚିତ୍। ଅଶ୍ୱିନଙ୍କ କହିବା ଅନୁସାରେ, ବିଶ୍ୱକପ୍ ଜିତିବା ପାଇଁ ଦଳରେ ସ୍ପଷ୍ଟତା ଓ ବିଶେଷଜ୍ଞ ଖେଳାଳିଙ୍କ ଉପରେ ଭରସା ଅତ୍ୟନ୍ତ ଜରୁରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।