Anshuman Rath: ମୋ ପ୍ରତି ଅନ୍ୟାୟ ହୋଇଛି, କାହିଁକି ଏଭଳି କହିଲେ ଅଂଶୁମାନ ?
ଟିମ ମ୍ୟାନେଜମେଣ୍ଟ ଓ କୋଚ ନିଜର ପ୍ରିୟ ଖେଳାଳି ମାନଙ୍କୁ ଦଳରେ ରଖିବାକୁ ଚାହୁଁଥିଲେ। ଏହା ଏକ ଖରାପ ପରମ୍ପରା ସୃଷ୍ଟି କରିଥିଲା ବୋଲି କହିଥିଲେ ଅଂଶୁମାନ। ନିଜ ପିତାଙ୍କ ସହ କଥା ହେବା ପରେ ପୁନର୍ବାର ହଂକଂ ପାଇଁ ଖେଳିବାକୁ ନିଷ୍ପତ୍ତି ନେଇଥ
ଟିମ ମ୍ୟାନେଜମେଣ୍ଟ ଓ କୋଚ ନିଜର ପ୍ରିୟ ଖେଳାଳି ମାନଙ୍କୁ ଦଳରେ ରଖିବାକୁ ଚାହୁଁଥିଲେ। ଏହା ଏକ ଖରାପ ପରମ୍ପରା ସୃଷ୍ଟି କରିଥିଲା ବୋଲି କହିଥିଲେ ଅଂଶୁମାନ। ନିଜ ପିତାଙ୍କ ସହ କଥା ହେବା ପରେ ପୁନର୍ବାର ହଂକଂ ପାଇଁ ଖେଳିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଅଂଶୁମାନ।
ଓଡ଼ିଶା କ୍ରିକେଟର ଭବିଷ୍ୟତ ଅନ୍ଧାର ଆଡକୁ ଗତି କରୁଛି। ବିଗତ ୨୦ ବର୍ଷ ଭିତରେ ଜଣେ ବି ଖେଳାଳି ଜାତୀୟ ଦଳରେ ସ୍ଥାନ ପାଇ ନାହାନ୍ତି। ଏପରିକି ପରସ୍ଥିତି ଏମିତି ଯେ ଆସନ୍ତା କିଛି ବର୍ଷ ମଧ୍ୟରେ କୌଣସି ଖେଳାଳି ସ୍ଥାନ ପାଇବାର ସମ୍ଭାବନା ମଧ୍ୟ କ୍ଷୀଣ ଜଣାପଡୁଛି। ରଣଜୀ ଟ୍ରଫିରେ ମଧ୍ୟ ଦଳର ପ୍ରଦର୍ଶନ ଦିନକୁ ଦିନ ଖରାପ ହେବାକୁ ଲାଗିଛି। ଓଡ଼ିଶା ରଣଜୀ ଦଳ ଶେଷ ଥର ପାଇଁ ୨୦୦୦-୦୧ ମସିହାରେ ରଣଜୀ ଟ୍ରଫି ସେମି ଫାଇନାଲରେ ପ୍ରବେଶ କରିଥିଲା। ଦଳ ଥରୁଟିଏ ଟାଇଟଲ ଜିତି ପାରି ନ ଥିବା ବେଳେ ଖେଳାଳି ମାନଙ୍କ ପ୍ରଦର୍ଶନ ମଧ୍ୟ ସାଧାରଣ ରହିଛି।
ଆସନ୍ତା ଏସିଆ କପ ୨୦୨୫ରେ ଭାରତୀୟ ଦଳ ବିପକ୍ଷରେ ଖେଳିବାକୁ ଯାଉଛନ୍ତି ଜଣେ ଓଡ଼ିଆ ପୁଅ। ଭୁବନେଶ୍ବରରେ ଜନ୍ମିତ ଅଂଶୁମାନ ହଂକଂ ଦଳ ପକ୍ଷରୁ ନିଜ ଦେଶ ବିପକ୍ଷରେ ଖେଳିବେ। ତେବେ ଅଂଶୁମାନ ଏସିଆ କପ ମ୍ୟାଚ ପୂର୍ବରୁ ଏକ ସାକ୍ଷାତକାର ଦେଇ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ବିରୋଧରେ ବିଷୋଦଗାର କରିଛନ୍ତି। ଓଡ଼ିଶା ପାଇଁ ଖେଳିବା ଦ୍ବାରା ତାଙ୍କ ପ୍ରତି କିଭଳି ଅନ୍ୟାୟ କରାଯାଇଥିଲା ତାହା କହିଥିଲେ। ଏପରିକି କହିବା ସମୟରେ ଭାବବିହ୍ବଳ ହୋଇ ପଡିଥିଲେ ଅଂଶୁମାନ।
୨୦୨୧ ମସିହାରେ ୱାସିମ ଜାଫର ଓସିଏର କୋଚ ହେବା ପରେ ଅଂଶୁମାନ ଓଡ଼ିଶା ପକ୍ଷରୁ ଖେଳିଥିଲେ। ଦୁଇଟି ସିଜନ ଓଡ଼ିଶା ପାଇଁ ଖେଳିବା ପରେ ପୁଣି ହଂକଂ ଦଳକୁ ଫେରିଛନ୍ତି। ୨୦୧୪ରୁ ଅଂଶୁମାନଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ ହୋଇଥିଲା। ତେବେ ନିଜ ଜନ୍ମମାଟି ପାଇଁ ଖେଳିବାର ସ୍ବପ୍ନକୁ ସାକାର କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ।
୨୦୧୯ ମସିହା ଯେଉଁ ସମୟରେ ଦିନକିଆରେ ୫୧.୭୫ ଓ ଟି୨୦ରେ ତାଙ୍କ ଆଭରେଜ ୩୦.୪୦ ରହିଥିଲା। ହଂକଂ କ୍ରିକେଟରେ ନିଜକୁ ପ୍ରତିଷ୍ଠିତ ମଧ୍ୟ କରି ସାରିଥିଲେ। ତଥାପି ଭାରତରେ ଖେଳିବା ଲାଗି ଅଂଶୁମାନ ଅବସର ଘୋଷଣା କରିଥିଲେ। ୨୦୨୧ରେ ଓଡ଼ିଶା ପାଇଁ ଖେଳିଥିଲେ ମଧ୍ୟ ତାଙ୍କୁ ଉପଯୁକ୍ତ ସମ୍ମାନ ମିଳି ନ ଥିଲା। ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ଉପଯୁକ୍ତ ସୁବିଧା ମିଳୁ ନ ଥିବା ବେଳେ ଆହତ ସମସ୍ୟାର ଶିକାର ହେବାକୁ ପଡୁଥିଲା। ଟିମ ମେଟ ମାନେ ମଧ୍ୟ ତାଙ୍କୁ ସହଯୋଗ କରୁ ନଥିଲେ। ଚାମଚରେ ଭାତ ଖାଉଥିବା କାରଣରୁ ଟିମ ମେଟ ମାନେ ତାଙ୍କୁ ଥଟ୍ଟା କରୁଥିଲେ। ଏହି ସମୟରେ ତାଙ୍କର ୨୦ କେଜି ଓଜନ ମଧ୍ୟ ବଢ଼ି ଯାଇଥିଲା। ଆହତ ସମସ୍ୟାର ଶିକାର ହେବା ପରେ ସେ ନିଜେ ଟିମକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁନଥିଲେ।
ଟିମ ମ୍ୟାନେଜମେଣ୍ଟ ଓ କୋଚ ନିଜର ପ୍ରିୟ ଖେଳାଳି ମାନଙ୍କୁ ଦଳରେ ରଖିବାକୁ ଚାହୁଁଥିଲେ। ଏହା ଏକ ଖରାପ ପରମ୍ପରା ସୃଷ୍ଟି କରିଥିଲା ବୋଲି କହିଥିଲେ ଅଂଶୁମାନ। ନିଜ ପିତାଙ୍କ ସହ କଥା ହେବା ପରେ ପୁନର୍ବାର ହଂକଂ ପାଇଁ ଖେଳିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଅଂଶୁମାନ। ଅଂଶୁମାନ ମିଡିଲସେକ୍ସ ଓ କାଣ୍ଟରବରୀ ଭଳି କ୍ଳବ ପାଇଁ ମଧ୍ୟ ଖେଳିଛନ୍ତି। ହଂକଂ ପାଇଁ ୧୮ ଦିନିକିଆ ଓ ୬୮ ଟି୨୦ ମ୍ୟାଚ ଖେଳିଛନ୍ତି। ସେ ଦିନିକିଆରେ ୮୨୮ ଓ ଟି୨୦ରେ ୧୮୨୪ ରନ ସ୍କୋର କରିଛନ୍ତି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
