Another Jolt to TMC: ଟିଏମସିକୁ ପୁଣି ଝଟକା, ଦଳ ଛାଡ଼ିଲେ ନେତାଜୀଙ୍କ ନାତି ଚନ୍ଦ୍ର କୁମାର ବୋଷ
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ( ବଡ ଭାଇଙ୍କ ନାତି) ଚନ୍ଦ୍ର କୁମାର ବୋଷ ବ୍ୟକ୍ତିଗତ କାରଣ ଦର୍ଶାଇ ତୃଣମୂଳ କଂଗ୍ରେସ (TMC) ରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ତାଙ୍କ ରାଜନୈତିକ ଯାତ୍ରାରେ ଆଉ ଏକ ବଡ଼ ପରିବର୍ତ୍ତନ ଭାବେ ଦେଖାଯାଉଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଭାରତୀୟ ଜନତା ପାର୍ଟି (BJP) ଛାଡ଼ି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସିରେ ଯୋଗ ଦେଇଥିଲେ।
ଚନ୍ଦ୍ର କୁମାର ବୋଷ ଇସ୍ତଫା ଘୋଷଣା କରି ସେ କହିଛନ୍ତି ଯେ, ବ୍ୟକ୍ତିଗତ କାରଣରୁ ସେ ଦଳରୁ ଅଲଗା ହେଉଛନ୍ତି। ତେବେ ତାଙ୍କ ଇସ୍ତଫା ନେଇ ଟିଏମସି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।
ନେତାଜୀଙ୍କ ପରିବାରର ସଦସ୍ୟ ତଥା ପୂର୍ବତନ ବିଜେପି ନେତା ଚନ୍ଦ୍ର କୁମାର ବୋଷ 2026 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିରେ ଯୋଗ ଦେଇଥିଲେ। ସେ ଏକ ସାମଗ୍ରୀକ ରାଜନୈତିକ ଆଭିମୁଖ୍ୟ ପାଇଁ ଆହ୍ୱାନ ଦେଇଥିଲେ।
ଚନ୍ଦ୍ର କୁମାର ବୋଷ 2023 ମସିହାରେ ବିଜେପିରୁ ଇସ୍ତଫା ଦେଇଥିଲେ। 2016 ମସିହାରେ ବିଜେପିରେ ଯୋଗ ଦେଇଥିବା ଚନ୍ଦ୍ର କୁମାର ବୋଷ ଦଳର ଟିକେଟରେ 2016 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଏବଂ 2019 ଲୋକସଭା ନିର୍ବାଚନ ଲଢ଼ିଥିଲେ।
2016 ମସିହାରେ ତାଙ୍କୁ ପଶ୍ଚିମବଙ୍ଗ ବିଜେପିର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। କିନ୍ତୁ 2020 ମସିହାରେ ଦଳର ସାଂଗଠନିକ ପୁନର୍ଗଠନ ସମୟରେ ତାଙ୍କୁ ଏହି ପଦରୁ ହଟାଯାଇଥିଲା।
ଚନ୍ଦ୍ର କୁମାର ବୋଷ କିଏ?
ଚନ୍ଦ୍ର କୁମାର ବୋଷ ଭାରତର ଏକ ପ୍ରମୁଖ ରାଜନୈତିକ ପରିବାରରୁ ଆସିଛନ୍ତି। ସେ ପୂର୍ବତନ ସାଂସଦ ତଥା ବରିଷ୍ଠ ଆଇନଜୀବୀ ଅମୀୟ ନାଥ ବୋଷଙ୍କ ପୁଅ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବଡ଼ ଭାଇ ଶରତ ଚନ୍ଦ୍ର ବୋଷଙ୍କ ନାତି ହେଉଛନ୍ତି ଚନ୍ଦ୍ର କୁମାର। ଏହି କାରଣରୁ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଭାବେ ପରିଚିତ।
ରାଜନୀତିକୁ ଆସିବା ପୂର୍ବରୁ ଚନ୍ଦ୍ର କୁମାର ବୋଷ କର୍ପୋରେଟ୍ ପରିଚାଳନା ଏବଂ ଉଦ୍ୟୋଗ କ୍ଷେତ୍ରରେ କାର୍ଯ୍ୟ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।