Amid Doctors' Strike Patient Death: କାଳ ହେଲା ଡାକ୍ତରଙ୍କ ଆନ୍ଦୋଳନ; ଦେଖିଲେନି ରୋଗୀ, ଚାଲିଗଲା ଜୀବନ

ଡାକ୍ତର ଆନ୍ଦୋଳନ ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରୁ ଆସିଛି ଅଭିଯୋଗ। ବିଶୋଇ ଥାନା ତମ୍ବାଝରି ଗାଁର ରମେଶ ଚନ୍ଦ୍ର ମୁର୍ମୁ ଅସୁସ୍ଥ ହେବାରୁ ତାଙ୍କୁ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ଆନ୍ଦୋଳନ ଯୋଗୁଁ ରୋଗୀଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା।
ସେଠାରେ ମଧ୍ୟ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଚିକିତ୍ସା ହୋଇ ପାରିନଥିଲା। କିଛି ସମୟ ପରେ ରୋଗୀ ରମେଶ ଚନ୍ଦ୍ର ମୁର୍ମୁ ଙ୍କ ମୃତ୍ୟୁ ଘଟିଥିଲା। ପରବର୍ତୀ ସମୟ ଡାକ୍ତରଖାନା କତ୍ତୃପକ୍ଷ ପୁଲିସ କୁ ସୂଚନା ଦେଇଥିଲେ। ବିଶୋଇ ଥାନା ପୁଲିସ ଘଟଣାକୁ ନେଇ ଏକ ଅସ୍ବାଭିକ ମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ହସ୍ତାନ୍ତର କରିଥିଲେ। ହେଲେ ଡାକ୍ତର ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ମୃତଦେହ ୧୫ ଘଣ୍ଟା ହେଲା ପଡିରହିଛି।