Amar Satpathy:ମହାରାଷ୍ଟ୍ର ଷ୍ଟାଇଲରେ ହାଇଜାକ୍ ହେଇଯିବ କି ବିଜେଡି ? କିଏ ସାଜିବେ ବିଜେଡି ସିନ୍ଦେ ବଢ଼ିଲା ଚର୍ଚ୍ଚା
ତଥାଗତଙ୍କ ସମର୍ଥନ ରେ ବାହାରି ନୂଆ ଆଂଚଳିକ ଦଳ ଗଠନ ନେଇ ସଙ୍କେତ ଦେଲେ ବରିଷ୍ଠ ରାଜନେତା ଅମର ଶତପଥୀ। ସାଧାରଣ ନିର୍ବାଚନ ପରେ ବିଜେଡିକୁ ବାଏ ବାଏ କରିଥିବା ପୂର୍ବତନ ମନ୍ତ୍ରୀ ଅମର ଶତପଥୀ ଆଜି ଗଣମାଧ୍ୟମ କୂ ଦେଇଥିବା ବୟାନ ଏଭଳି କିଛି ଦିଗ
ତଥାଗତଙ୍କ ସମର୍ଥନ ରେ ବାହାରି ନୂଆ ଆଂଚଳିକ ଦଳ ଗଠନ ନେଇ ସଙ୍କେତ ଦେଲେ ବରିଷ୍ଠ ରାଜନେତା ଅମର ଶତପଥୀ। ସାଧାରଣ ନିର୍ବାଚନ ପରେ ବିଜେଡିକୁ ବାଏ ବାଏ କରିଥିବା ପୂର୍ବତନ ମନ୍ତ୍ରୀ ଅମର ଶତପଥୀ ଆଜି ଗଣମାଧ୍ୟମ କୂ ଦେଇଥିବା ବୟାନ ଏଭଳି କିଛି ଦିଗ ଆଡକୁ ଇସାରା କରୁଛି।
ଆସିବ ନୂଆ ବିଜେଡ଼ି! ଭାଙ୍ଗିଯିବ ପୁରୁଣା! ମହାରାଷ୍ଟ୍ର ଭଳି ନୂଆ ସମୀକରଣରେ ଗଠନ ହେବ କି ନୂଆ ବିଜୁ ଜନତା ଦଳ ? କିଏ ହେବ ଓଡ଼ିଶାର ଏକନାଥ ସିନ୍ଦେ ! ବିଜେଡିର ପୂର୍ବତନ ସାଂସଦ ତଥାଗତ ସତପଥୀ ବର୍ତ୍ତମାନର ବିଜେଡି ଭାଙ୍ଗି ନୂଆ ଆଂଚଳିକ ଦଳ ଆତ୍ମପ୍ରକାଶ କରିବ ବୋଲି କହିବା ପରେ ଜୋର୍ ଧରିଲା ଚର୍ଚ୍ଚା।
ତଥାଗତଙ୍କ ସମର୍ଥନ ରେ ବାହାରି ନୂଆ ଆଂଚଳିକ ଦଳ ଗଠନ ନେଇ ସଙ୍କେତ ଦେଲେ ବରିଷ୍ଠ ରାଜନେତା ଅମର ଶତପଥୀ। ସାଧାରଣ ନିର୍ବାଚନ ପରେ ବିଜେଡିକୁ ବାଏ ବାଏ କରିଥିବା ପୂର୍ବତନ ମନ୍ତ୍ରୀ ଅମର ଶତପଥୀ ଆଜି ଗଣମାଧ୍ୟମ କୂ ଦେଇଥିବା ବୟାନ ଏଭଳି କିଛି ଦିଗ ଆଡକୁ ଇସାରା କରୁଛି। ଅମର କହିଛନ୍ତି, ବର୍ତ୍ତମାନର ବିଜେଡି, ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି ।
ବିଜେଡ଼ି ଲୋକ ହିଁ ଗଠନ କରିବେ ନୂଆ ବିଜେଡ଼ି । କିଛି ଦିନ ତଳେ ଅମରଙ୍କ ଗଡ ରେ ଏକାଠି ହୋଇଥିଲେ ପୂର୍ବତନ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ , ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ । ପୁରୁଖା ନେତାଙ୍କ ଏଭଳି ବୈଠକ ନୂଆ ଦଳ ଗଠନ ନେଇ ଆଭାସ ଦେଉଥିବା ବେଳେ ଗତକାଲି ଭାସ୍କର ରାଓ ଓ ଲାଲ ବିହାରୀ ହିମିରିକା ବିଜେଡି ଛାଡି ବିଜୁ ସ୍ବାଭିମାନ ମଞ୍ଚ ଗଠନ କରିବା ଘଟଣା ଏଥିରେ ବଡ଼ ଖୋରାକ ଯୋଗାଇଛି। ପୂର୍ବରୁ ସ୍ବର୍ଗତ ଦାମୋଦର ରାଉତ ବିଜୁ ବିଚାର ମଞ୍ଚ କରିଥିଲେ ବି ସଫଳ ହେଇନଥିଲା। ଏବେ ପୁଣି ବିଜେଡି ବିଭାଜନ ନେଇ ଚର୍ଚ୍ଚା ହେଉଛି।
ସେପଟେ ବିଜେଡିରେ ଗୋଷ୍ଠୀ କନ୍ଦଳ ଏବେ ଥମିବାର ନା ନେଉନାହିଁ । ନବୀନ ନିବାସରେ ପହଞ୍ଚିଛି ବାଲେଶ୍ବର ଜିଲ୍ଲା ବିଜେଡ଼ି କଳି। ରବି ଜେନାଙ୍କୁ ଜିଲ୍ଲା ସଭାପତି କରିବାକୁ ଦାବି ନେଇ ସିମୁଳିଆ ବିଧାୟିକା ପ୍ରାର୍ଥୀ ସୁବାସିନୀ ସାହୁ , ରେମୁଣା ବିଧାୟିକା ପ୍ରାର୍ଥୀ ବିଦୁସ୍ମିତା ମହାଳିକଙ୍କ ସହ ବ୍ଲକ୍ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପୌରାଧ୍ୟକ୍ଷ ପ୍ରମୁଖ ଯାଇଥିଲେ। ନବୀନ ଦିଲ୍ଲୀ ଗସ୍ତରେ ଥିବା ବେଳେ କାହିଁକି ରବି ଜେନାଙ୍କ ଗୋଷ୍ଠୀ ନବୀନ ନିବାସ ଆସିଲେ ?
ଚର୍ଚ୍ଚା ହେଉଛି ଜ୍ୟୋତି ପାଣିଗ୍ରାହୀଙ୍କ ଗୋଷ୍ଠୀକୁ କାଉଣ୍ଟର କରି ଏଭଳି ରଣନୀତି କରାଯାଇଛି। ତେବେ ବାଲେଶ୍ବରର ବିଜେଡି ନେତାଗଣ ପରେ ବରିଷ୍ଠ ନେତା ପ୍ରତାପ ଜେନାଙ୍କୁ ଭେଟିଥିଲେ । ପ୍ରତାପ କହିଛନ୍ତି, ବାଲେଶ୍ୱର ବିଜେଡିରେ କୌଣସି ଫାଟ ନାହିଁ। ନବୀନ ବାବୁ ଫେରିଲେ ସମସ୍ତେ ମିଶି ଆଲୋଚନା କରିବେ ।
ବିଜେଡ଼ି ରେ ଗୋଷ୍ଠୀ କନ୍ଦଳ ଏବେ ତୀବ୍ର। ଛାୟା ଯୁଦ୍ଧ ଚାଲିଛି ଦଳୀୟ ନେତାଙ୍କ ଭିତରେ। ତେବେ ବିଜେଡି ବିଭାଜନ ଲାଗି ପ୍ରସ୍ତୁତ ହେଉଥିବା ରଣନୀତି କେତେ ସଫଳତା ପାଉଛି ତାଉପରେ ନଜର।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
