Alive but Officially Dead: ଜୀଇଁ ଥାଉଥାଉ ମୃତ ଘୋଷଣା, ଆଧାରକାର୍ଡରେ ତ୍ରୁଟି ଯୋଗୁଁ ମିଳୁନି ରାସନ

Jul 21, 2026 - 16:36
Alive but Officially Dead: ଜୀଇଁ ଥାଉଥାଉ ମୃତ ଘୋଷଣା, ଆଧାରକାର୍ଡରେ ତ୍ରୁଟି ଯୋଗୁଁ ମିଳୁନି ରାସନ

ଜୀବିତ ବ୍ୟକ୍ତିଙ୍କୁ ଆଧାର କାର୍ଡରେ ମୃତ ଦର୍ଶାଯାଇଥିବା ଅଭିଯୋଗ । ଆଧାର କାର୍ଡରେ ତ୍ରୁଟି ଯୋଗୁଁ ମିଳୁନି ରାସନ୍ ଚାଉଳ । ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଲକ୍ ମହେନ୍ଦ୍ରଗଡ ପଂଚାୟତ ରଣାଲଇ ଗାଁରୁ ଅସିଛି ଏଭଳି ଅଭିଯୋଗ l  ଏହି ଗାଁର ଜିଖରିୟ ପାଳ ନାମକ ଜଣେ ହିତାଧୀକାରୀଙ୍କୁ ଆଧାର କାର୍ଡରେ ମୃତ ବୋଲି ଦର୍ଶାଯାଇଛି l

ପଞ୍ଚାୟତକୁ ଚାଉଳ ଆଣିବାକୁ ଯିବା ପରେ ତାଙ୍କର ଆଧାର କାର୍ଡଟି ନିଷ୍କ୍ରିୟ ହୋଇଯାଇଥିବା ସେ ଜାଣିବା ସହ ଅନଲାଇନରେ ମୃତ ବୋଲି ଦର୍ଶାଯାଇଛି l ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲପାଳ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି l  ତୁରନ୍ତ ତାହାକୁ ସଂଶୋଧନ କରିବାକୁ ଦାବି କରିଛନ୍ତି l ଜିଲ୍ଲପାଳ ବ୍ଲକ୍ ଯୋଗଣ ଅଧିକାରୀଙ୍କୁ ପଚାରି ବୁଝିବା ସହ ଯଦି ସେଭଳି ତ୍ରୁଟି ହୋଇଛି ତୁରନ୍ତ ସଂଶୋଧନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି l.... 

ଜୀଇଁ ଥାଉଥାଉ ମୃତ ଘୋଷଣା
ଆଧାରକାର୍ଡରେ ତ୍ରୁଟି ଯୋଗୁଁ ମିଳୁନି ରାସନ
ହନ୍ତସନ୍ତ ହେଉଛନ୍ତି ଜିଖରିୟ ପାଳ
ଜିଲ୍ଲାପାଳ ଅଭିଯୋଗ ଶୁଣାଣିରେ ଅଭିଯୋଗ
ତୁରନ୍ତ ତ୍ରୁଟି ସୁଧାରିବାକୁ ଦାବି 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।