Ai:ବ୍ଲର୍ଗସ୍‌ ଏଆଇ’ର ୨.୨ ନିୟୁତ ଡଲାର ସଂଗ୍ରହ

Jul 08, 2026 - 14:50
Ai:ବ୍ଲର୍ଗସ୍‌ ଏଆଇ’ର ୨.୨ ନିୟୁତ ଡଲାର ସଂଗ୍ରହ

"ଭୁବନେଶ୍ବର: ଅଗ୍ରଣୀ ଡିପ୍‌-ଟେକ୍‌ ସଂସ୍ଥା ବ୍ଲର୍ଗସ ଏଆଇ ୨.୨ ନିୟୁତ ଡଲାର ପାଣ୍ଠି ସଂଗ୍ରହ କରିଛି।

ପାଣ୍ଠି ସଂଗ୍ରହ ପର୍ଯ୍ୟାୟର ନେତୃତ୍ବ ପ୍ରଭେଗା ଭେଞ୍ଚର୍ସ, ଶାସ୍ତ୍ର ଭିସି ନେଇଥିଲେ ଏବଂ ଏଞ୍ଜେଲ ନିବେଶକ ‌ପ୍ଲେ ସିମ୍ପଲ ଗେମ୍‌ସର ସହ-ପ୍ରତିଷ୍ଠାତା ସୁରଜ ନଲିନ୍ ଓ ଫ୍ଲାଇର ସହ-ପ୍ରତିଷ୍ଠାତା ଯଶୱନ୍ତ ମଧୁସୂଦନ ଅଂଶଗ୍ରହଣ କରିଥିଲେ।

ଏହି ପୁଞ୍ଜିକୁ କମ୍ପାନିର ମୂଳ ପ୍ରଯୁକ୍ତିକୁ ଆହୁରି ସୁଦୃଢ଼ କରିବା, ଦଳର ସମ୍ପ୍ରସାରଣ କରିବା ଏବଂ ବାଣିଜ୍ୟିକ ସାମୁଦ୍ରିକ କ୍ଷେତ୍ର ପାଇଁ ଉତ୍ପାଦ ବିକାଶକୁ ଦ୍ରୁତ କରିବାରେ ବ୍ୟବହାର କରାଯିବ।Advertisment ଆହୁରି ପଢନ୍ତୁ :America:ଆମେରିକା ବିମାନ ଆକ୍ରମଣର କଡ଼ା ଜବାବ ଦେଲା ଇରାନ  ବ୍ଲର୍ଗସ୍‌ ଏଆଇକୁ ଆଇଆଇଟି ମାଡ୍ରାସର ପୂର୍ବତନ ଛାତ୍ର ରୋଶନ ରାଜ ମହାନ୍ତି ଓ ଡକ୍ଟର ଅଭିନାଶ କୋରି ପ୍ରତିଷ୍ଠା କରିଛନ୍ତି।ଏହି ଅବସରରେ ନିବେଶକମାନଙ୍କୁ ଧନ୍ୟବାଦ ଜଣାଇ ଶ୍ରୀ ମହାନ୍ତି ସେ କହିଛନ୍ତି ଯେ ଆମେ ଭାରତରୁ ଡିପ୍‌ଟେକ୍‌ ପ୍ଲାଟଫର୍ମ ନିର୍ମାଣ କରୁଛୁ ଯାହା ଦେଶ, ଉଦ୍ୟୋଗ ଓ ସମ୍ପ୍ରଦାୟକୁ ଭଲ ଭାବରେ ଦେଖିବା, ଶୀଘ୍ର ନିଷ୍ପତ୍ତି ନେବା ଓ ଅଧିକ ଆତ୍ମବିଶ୍ୱାସର ସହିତ କାର୍ଯ୍ୟ କରିବାରେ ସାହାଯ୍ୟ କରୁଛି।

ଶ୍ରୀ କୋରି କହିଛନ୍ତି ଯେ ବ୍ଲଗର୍ସ ଏଆଇର ମୂଳ ଉଦ୍ଦେଶ୍ୟ ହେଉଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣରେ ବୈଜ୍ଞାନିକ ପଦ୍ଧତି ପ୍ରୟୋଗ କରିବା।

ଆହୁରି ପଢନ୍ତୁ :Donald Trump:ଡୋନାଲ୍ଡ ଟ୍ରମ୍ପ ଏବଂ ଜର୍ଜିଆ ମେଲୋନିଙ୍କ ମନୋମାଳିନ୍ୟ ଶେଷ  ପ୍ରଭେଗା ଭେଞ୍ଚର୍ସର ମୁଖପାତ୍ର କହିଛନ୍ତି ଯେ ବ୍ଲର୍ଗସ୍‌ ଏଆଇ ବିଷୟରେ ଆମକୁ ସବୁଠାରୁ ଅଧିକ ଉତ୍ସାହିତ କରୁଥିବା କଥା ହେଉଛି,ଏହା ବନ୍ଦର, ଜାହାଜ ନିର୍ମାଣ କେନ୍ଦ୍ର, ମତ୍ସ୍ୟ କ୍ଷେତ୍ର ଏବଂ ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ରର ସମସ୍ୟାର ସମାଧାନ ଉପରେ କାମ କରୁଛନ୍ତି।

ଶାସ୍ତ୍ର ଭିସିର ମ୍ୟାନେଜିଂ ପାର୍ଟନର ବସନ୍ତ ରାଓ କହିଛନ୍ତି ଯେ ବ୍ଲର୍ଗସ୍‌ ଏଆଇ ଏପରି ଏକ ବୁଦ୍ଧିମତ୍ତା ସ୍ତର ବିକଶିତ କରୁଛି ଯାହା ବିଭିନ୍ନ ସେନ୍ସର ଓ କାର୍ଯ୍ୟପରିଚାଳନା ସମ୍ବନ୍ଧୀୟ ଡାଟାକୁ ଏକତ୍ର କରି ତୁରନ୍ତ ବ୍ୟବହାରଯୋଗ୍ୟ ଓ ନିଷ୍ପତ୍ତି ଗ୍ରହଣ ପାଇଁ ପ୍ରସ୍ତୁତ ଅନ୍ତର୍ଦୃଷ୍ଟିରେ ପରିଣତ କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।