Aishwarya Rai Bachchan: ଚିନ୍ତାରେ ଐଶ୍ବର୍ଯ୍ୟା, ହାଇକୋର୍ଟର ଦ୍ୱାରସ୍ଥ

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ବ୍ୟକ୍ତିଗତ ଅଧିକାରର ଉଲ୍ଲଂଘନ ହେଉଥିବା ଅଭିଯୋଗରେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସେ ଏହା ଉପରେ ତୁରନ୍ତ ରୋକ ଲଗାଇବାକୁ ଦାବି କରିଛନ୍ତି।

10 September 2025 09:25 AM IST
Aishwarya Rai Bachchan: ଚିନ୍ତାରେ ଐଶ୍ବର୍ଯ୍ୟା, ହାଇକୋର୍ଟର ଦ୍ୱାରସ୍ଥ

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ବ୍ୟକ୍ତିଗତ ଅଧିକାରର ଉଲ୍ଲଂଘନ ହେଉଥିବା ଅଭିଯୋଗରେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସେ ଏହା ଉପରେ ତୁରନ୍ତ ରୋକ ଲଗାଇବାକୁ ଦାବି କରିଛନ୍ତି।

ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଐଶ୍ୱର୍ଯ୍ୟା ତାଙ୍କ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି। ତାଙ୍କ ଅନୁମତି ବିନା ନାଁ, ଫଟୋ, ପରିଚୟ ଏବଂ ଏଆଇ ଜେନେରେଟେଡ୍ ଅଶ୍ଳୀଳ ବିଷୟବସ୍ତୁ ଓ ବ୍ୟବସାୟିକ କ୍ଷେତ୍ରରେ ଅନୁପଯୁକ୍ତ ବ୍ୟବହାର ହେଉଥିବାରୁ ସେ ଅତ୍ୟନ୍ତ ଚିନ୍ତା ପ୍ରକଟ କରିଛନ୍ତି। ଏ ନେଉ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ଐଶ୍ୱର୍ଯ୍ୟାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ସନ୍ଦୀପ ସେଠୀ କୋର୍ଟକୁ ଜଣାଇଛନ୍ତି ଯେ, ତାଙ୍କ ନାମ ଓ ଫଟୋର ବ୍ୟବସାୟିକ ଉଦ୍ଦେଶ୍ୟରେ ଦୁରୁପଯୋଗ ହେଉଛି ଏବଂ ତାଙ୍କ ଅନୁମତି ବିନା ଅଶ୍ଳୀଳ, ଓ ଏଆଇ ଜେନେରେଟେଡ୍ ଫଟୋ ଇଣ୍ଟରନେଟରେ ପ୍ରସାରିତ ହେଉଛି। ଅନେକ ଓ୍ୱେବସାଇଟ୍ ମିଛରେ ଦାବି କରୁଛନ୍ତି ଯେ ସେଗୁଡ଼ିକ ତାଙ୍କର ଔପଚାରିକ ପ୍ଲାଟଫର୍ମ। ସେମାନେ ଭ୍ରମାତ୍ମକ ପଅଚାର କରୁଛନ୍ତି ଓ ଐଶ୍ବର୍ଯ୍ୟାଙ୍କ ଫଟୋ ଲଗାଇ ନିଚର ଫାଇଦା ଉଠାଉଛନ୍ତି।

ଅନଲାଇନରେ ଆଇନଗତ ଅନୁମତି ବିନା ଐଶ୍ୱର୍ଯ୍ୟାଙ୍କ ଫଟୋ ଓ ନାଁ ବ୍ୟବହାର କରି ମଗ, ଟି-ସାର୍ଟ ଏବଂ ପାନୀୟ ଦ୍ରବ୍ୟ ଭଳି ଉତ୍ପାଦ ବିକ୍ରି ହେଉଛି। ‘ଐଶ୍ୱର୍ଯ୍ୟା ନେସନ ଓ୍ୱେଲ୍ଥ’ ନାମକ ଏକ କମ୍ପାନୀ ନିଜର ଲେଟରହେଡରେ ଐଶ୍ୱର୍ଯ୍ୟାଙ୍କ ଫଟୋ ଲଗାଇ ତାଙ୍କୁ ଚେୟାରପର୍ସନ ବୋଲି କହିଛି। ଏ ସମ୍ପର୍କରେ ଐଶ୍ୱର୍ଯ୍ୟା କିଛି ଜାଣି ନାହାନ୍ତି। ଐହା ସମ୍ପୂର୍ଣ୍ଣ ରୂପେ ଜାଲିଆତି।

ଅଭିନେତ୍ରୀଙ୍କ ଫଟୋର ଦୁରୁପଯୋଗ କରି ଅଭିନେତ୍ରୀଙ୍କର ଅଶ୍ଳୀଳ ଏବଂ ଏଆଇ ଜେନେରେଟେଡ୍ ଫଟୋ ଅନେକ ଡିଜିଟାଲ ପ୍ଲାଟଫର୍ମରେ ପ୍ରସାରିତ ହେଉଛି। ସେ ଏହାକୁ ତାଙ୍କ ମର୍ଯ୍ୟାଦା ଓ ଗୋପନୀୟତାର ଗମ୍ଭୀର ଉଲ୍ଲଂଘନ ବୋଲି କହିଛନ୍ତି।

ଗୁଗଲ ତରଫରୁ ଉପସ୍ଥିତ ଆଇନଜୀବୀ ମମତା ରାଣୀ କଣ୍ଟେଣ୍ଟ ହଟାଇବା ପ୍ରକ୍ରିୟା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଫଟୋ ହଟାଇବା ପାଇଁ ନିର୍ଦ୍ଦିଷ୍ଟ URL ଆବଶ୍ୟକ ହେବ।

ମାମଲାର ଶୁଣାଣୀ କରୁଥିବା ଜଷ୍ଟିସ ତେଜସ୍ କରିୟା କହିଛନ୍ତି ଯେ, ଐଶ୍ୱର୍ଯ୍ୟାଙ୍କ ବିନା ଅନୁମତିରେ ତାଙ୍କ ଫଟୋ ବଦଳାଇ କିମ୍ବା ତାଙ୍କ ଏଆଇ ଜେନେରେଟେଡ୍ ଫଟୋ ବ୍ୟବହାର କରୁଥିବା ବ୍ୟକ୍ତିବିଶେଷ ଏବଂ ଅନଲାଇନ୍ ପ୍ଲାଟଫର୍ମ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୬ ଜାନୁଆରୀ ୧୫ରେ ହେବ।

Disclaimer: This content has been automatically aggregated from television for informational purposes. To read the original article, please visit television.