Welcome!

Unlock your personalized experience.
Sign Up

AI Robot Fight : ମୁଣ୍ଡ ଅଲଗା ହୋଇଗଲା , ତଥାପି ଲଢିବା ଛାଡ଼ି ନଥିଲା ରୋବୋଟ୍ ! ଫାଇଟ୍ ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ

Jul 19, 2026 - 18:13
AI Robot Fight :  ମୁଣ୍ଡ ଅଲଗା ହୋଇଗଲା , ତଥାପି ଲଢିବା ଛାଡ଼ି ନଥିଲା ରୋବୋଟ୍ ! ଫାଇଟ୍ ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ରୋବୋଟର ଦୁନିଆ ଖୁବ୍‌ ଜୋରରେ ବଦଳିବାରେ ଲାଗିଛି। କେତେବେଳେ ହ୍ୟୁମନାଇଡ୍ ରୋବୋଟ ମଣିଷ ପରି ଦୌଡ଼ିବା ଓ ଡ୍ୟାନ୍ସ କରିବାର ନଜର ଆସୁଛି , ତ ଆଉ କେତେବେଳେ ଫ୍ୟାକ୍ଟ୍ରିରେ କାମ କରିବା ଦେଖା ଯାଉଛି। ରୋବୋଟର ଏମିତି ହିଁ ଏକ ଆଶ୍ଚର୍ଯ୍ୟକର କାରନାମା ଚୀନରୁ ସାମ୍ନାକୁ ଆସିଛି। ଭିଡିଓରେ ଦୁଇଟି ହ୍ୟୁମନାଇଡ୍ ରୋବୋଟ ପ୍ରଫେସନାଲ ଫାଇଟରଙ୍କ ପରି ପରସ୍ପରକୁ ପଞ୍ଚ ଓ କିକ୍‌ ମାରିବାର ଦେଖିବାକୁ ମିଳୁଛି। ମୁକାବିଲା ଏତେ ଜବରଦସ୍ତ ଥିଲା ଯେ, ଗୋଟେ ରୋବୋଟର ମୁଣ୍ଡ ବି ଶରୀରରୁ ଅଲଗା ହୋଇଗଲା। ଆଶ୍ଚର୍ଯ୍ୟକର କଥା ଏହା ଯେ, ମୁଣ୍ଡ କ୍ଷତିଗ୍ରସ୍ତ ହେବା ସତ୍ତ୍ୱେ ବି ମୁଣ୍ଡ ବିହୀନ ରୋବୋଟ ତାର ଫାଇଟ୍‌  ଜାରି ରଖିବାକୁ ଚେଷ୍ଟା କରୁ ଥିଲା।

ନ୍ୟୁଜୱିକ୍ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଚୀନର ଶେନଝେନରେ ବିଶ୍ୱର ପ୍ରଥମ ଫୁଲ-ସାଇଜ ମାନବୀୟ ରୋବୋଟ୍ (ହ୍ୟୁମନାଇଡ୍ ରୋବୋଟ୍) ମୁକ୍ତ-ଯୁଦ୍ଧ ପ୍ରତିଯୋଗିତା ସମୟରେ ଘଟିଛି। ଅଲଟିମେଟ୍ ରୋବୋଟ୍ ନକ୍-ଆଉଟ୍ ଲେଜେଣ୍ଡସ୍ (URKL) ନାମକ ଏହି ପ୍ରତିଯୋଗିତାରେ ରୋବୋଟମାନେ ଏକ ଯୁଦ୍ଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଏହି ଯୁଦ୍ଧର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଲଢେଇ ହ୍ୱାଇଟ୍ ଇଗଲ ଓ ମେଟାଡୋର ନାମକ ଦୁଇଟି T800 ହ୍ୟୁମାନାଏଡ୍ ରୋବୋଟ୍‌ ମଧ୍ୟରେ ହୋଇଥିଲା । ଲଢ଼େଇ ସମୟରେ, ଦୁଇଟି ରୋବୋଟ୍ ପଞ୍ଚ୍ ଏବଂ କିକ୍ ମାରି ଥିଲେ। ଏହି ସମୟରେ, ହ୍ୱାଇଟ୍ ଇଗଲ୍ ମାଟାଡୋର୍‌ ଉପରେ ଏକ ଶକ୍ତିଶାଳୀ ହାଇ କିକ୍ ମାରିଲା ଯେ, କିକ୍ ଏତେ ଶକ୍ତିଶାଳୀ ଥିଲା ,ଯାହାକି ମାଟାଡୋର୍‌ର ମୁଣ୍ଡ ବାହାରିଯାଇ ଝୁଲି ରହିଲା । କିନ୍ତୁ କଥା ଏଇଠି ଅଟକି ନଥିଲା। ମୁଣ୍ଡ ପୂରା କ୍ଷତିଗ୍ରସ୍ତ ହେବା ସତ୍ତ୍ୱେ ବି ମେଟାଡୋର୍ ଲଢେଇ ଜାରି ରଖି ଥିଲା। ଉଭୟ ରୋବୋଟ ପରସ୍ପରକୁ ଆକ୍ରମଣ କରୁଥିଲେ। ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ।

ଆହୁରି ମଧ୍ୟ ପଢନ୍ତୁ - ସୈନିକଙ୍କର ହେବ ଟେଷ୍ଟୋଷ୍ଟେରନ୍ ଟେଷ୍ଟ ; ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ନେଇ ସୃଷ୍ଟି ହୋଇଛି ବିବାଦ ?

ରିପୋର୍ଟ ଅନୁଯାୟୀ, କିଛି ସମୟ ପରେ, ମାଟାଡୋର ଆଗକୁ ପଡ଼ି ଗଲା। ପଡ଼ିବା ସମୟରେ, ଏହାର ମୁଣ୍ଡ ତା'ର ଶରୀର ତଳେ ରହିଗଲା। ତା'ପରେ ରୋବୋଟଟି ପୁଣି ଥରେ ନିଜ ଗୋଡ଼ରେ ଠିଆ ହେବାକୁ ଚେଷ୍ଟା କଲା, କିନ୍ତୁ ତା'ର ମୁଣ୍ଡ ସମ୍ପୂର୍ଣ୍ଣ କଟିଗଲା ଏବଂ ଏହା ପୁଣି ପଡ଼ି ଗଲା। ଏହାପରେ  ହ୍ୱାଇଟ୍ ଇଗଲ୍ ପ୍ରତିଯୋଗିତାରେ ବିଜୟୀ ହେଲା। ଜିତିବା ପରେ ରୋବୋଟ୍  ନୃତ୍ୟ କରିବା ସହ ଭିକ୍ଟ୍ରି ପୋଜ୍ ଦେଇ ତା'ର ବିଜୟ ପାଳନ କରିଥିଲା। ପରେ ଅଧିକାରୀମାନେ କ୍ଷତିଗ୍ରସ୍ତ ରୋବୋଟକୁ ଏରିନାରୁ ହଟାଇ ଦେଲେ।

T800 ହ୍ୟୁମାନୋଇଡ୍ ରୋବୋଟ୍ କ’ଣ ?

T800 ଏକ ଫୁଲ୍‌ –ସାଇଜ୍‌ ହ୍ୟୁମାନୋଇଡ୍ ରୋବୋଟ୍। ଏହାକୁ ଚୀନର ରୋବୋଟିକ୍ସ କମ୍ପାନୀ EngineAI ଦ୍ୱାରା ବିକଶିତ କରାଯାଇଛି। କମ୍ପାନୀ ଏହା ପୂର୍ବରୁ ମଧ୍ୟ T800କୁ ଅନେକ ପ୍ରକାରର ମାର୍ଶାଲ ଆର୍ଟ-ପ୍ରେରିତ ମୁଭ୍ସ କରିବାର ପ୍ରଦର୍ଶନ କରିଛି, ଯେଉଁଥିରେ ପଞ୍ଚ କମ୍ବିନେସନ୍, ରାଉଣ୍ଡହାଉସ୍ କିକ୍ ଏବଂ କିକ୍-ପଞ୍ଚ୍ କମ୍ବିନେସନ୍ ଅନ୍ତର୍ଭୁକ୍ତ।

URKLକୁ ହ୍ୟୁମାନାଇଡ୍ ରୋବୋଟ୍ ପାଇଁ ଏକ ମୁକ୍ତ-ଯୁଦ୍ଧ ପ୍ରତିଯୋଗିତା ଭାବେ ପ୍ରଦର୍ଶିତ କରାଯାଇଛି। ଏହି ପ୍ରକାରର ପ୍ରତିଯୋଗିତା ମାଧ୍ୟମରେ ରୋବୋଟ୍‌ର ମୋସନ ନିୟନ୍ତ୍ରଣ, ସନ୍ତୁଳନ ଏବଂ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ପ୍ରଦର୍ଶନ କରିବାର କ୍ଷମତା ପରୀକ୍ଷା କରାଯାଏ। ଉକ୍ତ ପ୍ରତିଯୋଗିତାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ବିଶେଷକରି, ରୋବୋଟ୍‌ର ମୁଣ୍ଡ କ୍ଷତିଗ୍ରସ୍ତ ହେବା ସତ୍ତ୍ୱେ ଲଢ଼େଇ ଜାରି ରଖିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଭବିଷ୍ୟତରେ ହ୍ୟୁମାନୋଇଡ୍ ରୋବୋଟ୍‌ଗୁଡ଼ିକ କ’ଣ ସବୁ କାମ କରି ପାରିବେ ତାହାର ଏକ ଆକର୍ଷଣୀୟ ଝଲକ ଏବି ଭିଡିଓ ପ୍ରଦାନ କରେ।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।