Adharapana 2026: ପଣା ରୂପକ ଅମୃତକୁ ପାନ କରାଇ ଶରୀରୀ ଓ ଅଶରୀରୀଙ୍କୁ ତୋଷ କରାଇବେ ମହାପ୍ରଭୁ
"ପୁରୀ (ସତ୍ୟ ନାରାୟଣ ରାଉତରାୟ): ମହାପ୍ରଭୁ ରଥଯାତ୍ରା ସମ୍ପନ୍ନ ହୋଇସାରିଛି।
ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଯିବା ପରେ କ୍ଳାନ୍ତି ମେଣ୍ଟାଇବା ପାଇଁ ପଣା ପିଇବେ।
ଶରୀରୀ ଓ ଅଶରୀରୀମାନଙ୍କୁ ନିଜ ଅଧର ସ୍ପର୍ଶ ହୋଇଥିବା ପଣା ରୂପକ ଅମୃତକୁ ପାନ କରାଇ ତୋଷ କରାଇବେ।
ଏହି ମାନବୀୟ ଲୀଳା ସଂରଚନାରେ ବି ଥାଏ ଅନେକ ସେବକଙ୍କ ଶ୍ରମର ଫଳଶ୍ରୁତି।
ରଥ ଓରାରୁ ମହାପ୍ରଭୁଙ୍କ ଓଠ ଛୁଇଁଲା ଭଳି ତୁମ୍ବକାର ମାଟି ହାଣ୍ଡି ପ୍ରସ୍ତୁତ କରି ସାଇତି ସାରିଲେଣି କୁମ୍ଭକାର ସେବକ।
ବଡ଼ଓଡ଼ିଆ ମଠ, ରାଘବ ଦାସ ମଠ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୩ଟି ଲେଖାଏଁ କରି ମୋଟ୍ ୯ଟି ହାଣ୍ଡି ତିନି ରଥ ଲାଗି ପ୍ରସ୍ତୁତ କରାଯାଇଛି।
ମହାପ୍ରଭୁଙ୍କର ଏହି ନୀତି ପାଇଁ ପ୍ରସ୍ତୁତି ଜାରି ରହିଛି।
Advertisment ଅଧର ନୀତି, ଶ୍ରୀଗରୁଡ଼ ଶୟନ (୨୬.୭.୨୦୨୫) ତିନି ରଥରେ ମଙ୍ଗଳ ଆଳତି: ସକାଳ ୬ରୁ ସାଢ଼େ ୬ଟା ମଇଲମ-ତଡ଼ପଲାଗି: ସକାଳ ୭ଟା ଅବକାଶ: ୮ଟା ବେଶଶେଷ: ୯ଟା ଗୋପାଳବଲ୍ଲଭ: ପୂର୍ବାହ୍ଣ ୧୦ଟାରୁ ସାଢ଼େ ୧୦ଟା ସକାଳ ଧୂପ: ସାଢ଼େ ୧୧ଟାରୁ ସାଢ଼େ ୧୨ଟା ମଇଲମ: ଦିନ ଗୋଟେ ମହାସ୍ନାନ ଓ ସର୍ବାଙ୍ଗ: ସାଢ଼େ ଗୋଟେ ବେଶଶେଷ: ଦିନ ୨ଟା ମଧ୍ୟାହ୍ନ ଧୂପ: ସାଢ଼େ ୩ଟାରୁ ସାଢ଼େ ୪ଟା ତିନି ରଥରେ ଅଧରପଣା ନୀତି ଶେଷ : ରାତି ୮ଟା ମହାସ୍ନାନ ଶେଷ: ୯ଟା ମଇଲମ ଓ ବେଶ: ୧୦ଟା ସନ୍ଧ୍ୟା ଆଳତି: ସାଢ଼େ ୧୦ଟା ସନ୍ଧ୍ୟାଧୂପ: ୧୧ଟାରୁ ୧୨ଟା ମଇଲମ ଓ ଚନ୍ଦନ ଲାଗି: ସାଢ଼େ ୧୨ଟା ବଡ଼ସିଂହାର ବେଶ: ରାତି ଗୋଟେ ବଡ଼ସିଂହାର ଭୋଗ: ସାଢ଼େ ଗୋଟେ ଗରୁଡ଼ ଶୟନ: ସାଢ଼େ ଗୋଟେ ରାତ୍ର ପହୁଡ଼: ରାତି ୨ଟା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।