Accident: ପାର୍କିଂ ହୋଇଥିବା ଟ୍ରକ୍ ଉପରକୁ ମାଡ଼ିଗଲା ଦ୍ରୁତଗାମୀ କାର୍, ୫ ମୃତ
"ଭୋପାଳ: ମଧ୍ୟପ୍ରଦେଶର ଉମରିୟା ଜିଲ୍ଲାରେ ଆଜି ଏକ ପାର୍କିଂ ହୋଇଥିବା ଟ୍ରକ୍ ଉପରକୁ ଏକ କାର୍ ମାଡ଼ି ଯିବା ଫଳରେ ଏଥିରେ ୩ ମହିଳା ଏବଂ ଜଣେ ଶିଶୁଙ୍କ ସମେତ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି।
Advertisment ସିଭିଲ୍ ଲାଇନ୍ସ ଥାନା କ୍ଷେତ୍ରାଧିକାର ମଧ୍ୟରେ ଆସୁଥିବା ଭରୁଲା ଗ୍ରାମ ନିକଟରେ ଆଜି ଭୋର୍ ପ୍ରାୟ ୩.୩୦ ସମୟରେ ଦୁର୍ଘଟଣା ହୋଇଛି।
ରାସ୍ତାକଡ଼ରେ ପାର୍କିଂ ହୋଇଥିବା ଏକ ଟ୍ରକ୍କୁ ଏକ ଏର୍ଟିଗା ପିଟି ଦେବା ଫଳରେ କାର୍ରେ ଥିବା ୪ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି।
ଜଣେ ମହିଳା ଏହି ଘଟଣାରେ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି।
ଦୁର୍ଘଟଣା ଏତେ ଜୋର୍ ହୋଇଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ଚେପା ହୋଇଯାଇଛି।
ମୃତକମାନେ ହେଉଛନ୍ତି ଅନୁପୁର ଜିଲ୍ଲାର ଲିଲହାତୋଲା ବାସିନ୍ଦା।
ସେମାନେ ସତନାର ଚିତ୍ରକୁଟ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
ଅତିରିକ୍ତ ଏସ୍ପି ଆଲୋକ କୁମାର ଶର୍ମା କହିଛନ୍ତି, ସିଦ୍ଧବାବା ଧାମ ଭରୌଲ ନିକଟରେ ଏହି ଦୁର୍ଘଟଣା ହୋଇଛି।
ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। bike accident ଗଛକୁ ପିଟିଲା ବାଇକ୍, ଦୁର୍ଘଟଣାରେ ୨ ମୃତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।