Accident: ଦୋକାନ ଭିତରେ ପଶିଗଲା ଦ୍ରୁତଗାମୀ କାର; ୩ ଆହତଙ୍କ ମଧ୍ୟରୁ ୨ ଗୁରୁତର
"ବାଲିପାଟଣା (ବସନ୍ତ ଦାଶ): ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ସାପ୍ତାହିକ ହାଟରେ ଆଜି ରାତି ପ୍ରାୟ ୯ ଟାରେ ଏକ ଦ୍ରୁତଗାମୀ କାର ଦୋକାନ ଭିତରକୁ ପଶି ଯାଇଛି।
ଫଳରେ ଜନ ସେବା କେନ୍ଦ୍ର ଭାଙ୍ଗି ରୁଜି ଯିବା ସହ ୩ ଜଣ ଦୁର୍ଘଟଣା ଶିକାର ହୋଉଛନ୍ତି।
ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।
ଗୁରୁତର ହେବାରୁ ପ୍ରତାପରୁଦ୍ରପୁର ପଞ୍ଚାୟତ ନୂଆସାହି ଗ୍ରାମର ଖିରୋଦ ଚନ୍ଦ୍ର ପଣ୍ଡା (୫୮), ଗଣ୍ଡିଲୋ ଗ୍ରାମ ପ୍ରଶାନ୍ତ କୁମାର ବରାଳ (୩୮) ଅବସ୍ଥା ସଙ୍କଟା ପନ୍ନ ଥିବାରୁ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର କ୍ୟାପିଟାଲ ହସ୍ପିଟାଲକୁ ପଠାଇଛନ୍ତି।
ଚାଳକଙ୍କୁ ପୁଲିସ ଅଟକ ରଖିବା ସହ କାର ଜବତ କରିଛି।
Advertisment ସୂଚନା ଅନୁସାରେ ବାଲିପାଟଣା ତହସିଲ ସାମ୍ନାରେ ଏହି ଥାନା ଚମ୍ପାବସ୍ତ ଗ୍ରାମର ସପନ ମଣ୍ଡଳ ଜନ ସେବା କେନ୍ଦ୍ର କରିଛନ୍ତି।
ଆଜି ରାତି ୯ଟାରେ ଦୋକାନରେ ଚାରି ଜଣ ବ୍ୟକ୍ତି ଥିଲେ।
ଚାଳକଙ୍କ ଅସାବଧାନତା ଯୋଗୁଁ ବାଲିପାଟଣା ଭିଙ୍ଗାରପୁର ରାସ୍ତା ପାର କରି ହଠାତ ହାଟ ଭିତର ଜନ ସେବା କେନ୍ଦ୍ର ଭିତରକୁ ପଶି ଯାଇଥିଲା।
ଦୋକାନ କାନ୍ଥ, କାଚ, ଆସବାବପତ୍ର ଗୁଣ୍ଡ ହୋଇଯାଇଛି।
କ୍ଷୀରୋଦ ପଣ୍ଡା, ପ୍ରଶାନ୍ତ ବରାଳ ଏବଂ ପବିତ୍ର ଭୋଇ ଆହତ ହୋଇଥିବା ଜଣାପଡ଼ିଛି।
ଆହୁରି ପଢ଼ନ୍ତୁ: Ahmedabad: ଏୟାର୍ ଇଣ୍ଡିଆ ଦୁର୍ଘଟଣାରେ ୨୬୦ ଜଣଙ୍କ ମୃତ୍ୟୁର ଗୋଟିଏ ବର୍ଷ ପୂରିଲା: ଏବେ ବି ତଦନ୍ତ ଚାଲିଛି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।