Accident: ଝିଅ ଘରକୁ ରଜ ଭାର ନେଇ ଆସିଥିଲେ, ଫେରିବାବେଳେ ମହିଳାଙ୍କୁ ଧକ୍କା ଦେଲା ବସ

Jun 11, 2026 - 15:03
Accident: ଝିଅ ଘରକୁ ରଜ ଭାର ନେଇ ଆସିଥିଲେ, ଫେରିବାବେଳେ ମହିଳାଙ୍କୁ ଧକ୍କା ଦେଲା ବସ

"ବେଗୁନିଆ: ଝିଅ ଘରକୁ ରଜ ଭାର ନେଇ ଆସିଥିଲେ, ଆଉ ଆଜି ଫେରିବାବେଳେ ମହିଳାଙ୍କୁ ଧକ୍କା ଦେଲା ବସ | ଖୋର୍ଦ୍ଧା ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ବାଘମାରି ଥାନା ଅଧୀନ ସାରୁଅ ବଜାରରେ ଏଭଳି ଏକ ଦୁର୍ଘଟଣା ଘଟିଛି ।

ମିଳିଥିବା ସୂଚନା ମୁତାବକ ବନ୍ଧୁ ଘରକୁ ଆସିଥିବା ଜଣେ ମହିଳା ସ୍କୁଟିରେ ସମୁଦିଙ୍କ ସହ ଯାଉଥିବାବେଳେ ମିନାର ନାମକ ଘରୋଇ ବସ ଧକ୍କା ଦେଇଥିଲା | ଆଉ ଘଟଣାସ୍ଥଳରେ ହିଁ ମହିଳାଙ୍କ ପ୍ରାଣବାୟୁ ଉଡିଯାଇଥିଲା | ମୃତ ମହିଳାଙ୍କ ନାମ ଝରଣା ମଲ୍ଲିକ ।

ଝରଣା ନିଜ ଝିଅ ଘରକୁ ରଜ ଭାର ନେଇ ଗତକାଲି ଆସିଥିଲେ।

ଆଜି ନିଜ ଘର ପୁରୀ ସାତସଂଖକୁ ଯିବା ପାଇଁ ସମୁଦି ସ୍କୁଟିରେ ବସି ବସଷ୍ଟାଣ୍ଡକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି।

ଘଟଣାସ୍ଥଳ ରେ ଚାପା ଉତ୍ତେଜନା ଲାଗି ରହିଥିଲା ।

ସ୍ଥାନୀୟ ଲୋକମାନେ ରାସ୍ତାରୋକ୍ କରିଥିଲେ ।

ବାଘମାରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।

ଦୁର୍ଘଟଣାଗ୍ରସ୍ତ ବସ, ସ୍କୁଟି, ମୃତଦେହ ଜବତ କରି ପୁଲିସ ତଦନ୍ତ ଚଳାଇଛି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।