25 JULY 2026

Welcome!

Unlock your personalized experience.
Sign Up

Accident Breaking: ଶେଫାଳି ପାହାଡ଼ରୁ ଫେରୁଥିବା ବେଳେ ସ୍କୁଟି ଦୁର୍ଘଟଣା, ୨ ମୃତ, ଜଣେ ଗୁରୁତର

Jul 25, 2026 - 09:26
Accident Breaking: ଶେଫାଳି ପାହାଡ଼ରୁ ଫେରୁଥିବା ବେଳେ ସ୍କୁଟି ଦୁର୍ଘଟଣା, ୨ ମୃତ, ଜଣେ ଗୁରୁତର

ଗୁଣୁପୁର,୨୫/୭: ରାୟଗଡ଼ା ଶେଫାଳି ପାହାଡ଼ରେ ଥିବା ପ୍ରସିଦ୍ଧ ରାମେଶ୍ୱର ଶୈବପୀଠକୁ ବୁଲି ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଟିର ବ୍ରେକ୍ ହଠାତ୍ ଫେଲ୍ ହୋଇଯିବାରୁ ରାସ୍ତାକଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଦେଲେ ଧକ୍କା। ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଦୁଇଜଣ ହେଲେ ଗୁଣୁପୁର ନୃତ୍ୟଗୁରୁ ଶଶ୍ମିତା ପଣ୍ଡା(୩୩ ) ଓ ଅନ୍ୟ ଜଣେ ଓଡ଼ିଶା ଅଡିଟର ଶମ୍ଭୁନାଥ ଦାସ (୫୫) ବୋଲି ଜଣାପଡିଛି। ମୃତ ଅଡିଟରଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳରେ  ଏବଂ ଶଶ୍ମିତାଙ୍କ ଘର ଭଦ୍ରକ ଅଞ୍ଚଳ ବୋଲ ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ସ୍କୁଟିରେ ଗୁଣୁପୁର କେନ୍ଦ୍ରୀୟ ବିଦ୍ୟାଳୟର ଠିକା କର୍ମଚାରୀ ନୃତ୍ୟଗୁରୁ ଯୁବତୀ ଶଶ୍ମିତା ପଣ୍ଡାଙ୍କ ସମେତ ତିନିଜଣ ଶେଫାଳି ପାହାଡକୁ ଯାଉଥିଲେ। ୩ଜଣ ଗୋଟିଏ ସ୍କୁଟିରେ ରାତିରେ ରାମେଶ୍ୱର ଶୈବପୀଠ ବୁଲି କରି ପାହାଡ଼ ତଳକୁ ଫେରୁଥିଲେ। ହଠାତ୍ ସ୍କୁଟିର ବ୍ରେକ୍ ଫେଲ୍ ହୋଇଯାଇଥିଲା। ଫଳରେ ଚାଳକ ଗାଡିକୁ ନିୟନ୍ତ୍ରଣ କରିପାରିନଥିଲେ। ସ୍କୁଟିଟି ଦ୍ରୁତଗତିରେ ଆସି ପାହାଡ଼ ତଳେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଜଣେ ଯୁବତୀଙ୍କ ସମେତ ତିନିଜଣ ରାସ୍ତା କଡ଼ରେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଗୁଣୁପୁର ଅଗ୍ନିଶମ ବାହିନୀ ଓ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଗୁଣୁପୁର ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ଅଧିକ ପଢ଼ନ୍ତୁ :-  ଆୟୁର୍ବେଦିକ ମସାଜ୍ ସେଣ୍ଟରରେ ସେକ୍ସ ରାକେଟ୍ ଚଢ଼ଉ ଘଟଣା, ଦମ୍ପତିଙ୍କୁ ବାନ୍ଧିଲା ପୁଲିସ

ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟକେନ୍ଦ୍ରରେରେ ହିଁ ଅଡିଟରଙ୍କ ମୃତ୍ୟୁ ହୋଇଥିଲା। ଅଧିକ ଚିକିତ୍ସା ପାଇଁ ଯୁବତୀ ଶଶ୍ମିତାଙ୍କୁ ପାରଳାଖେମୁଣ୍ଡି ମେଡିକାଲକୁ ସ୍ଥାନାନ୍ତର ହେବା ପରେ ପାରଳାଖେମୁଣ୍ଡି ମେଡିକାଲଠାରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି। ଶଶ୍ମିତା ଗୁଣୁପୁର ଅଞ୍ଚଳରେ ଭାରତୀୟ କଳା ଓ ସଂସ୍କୃତି ନୃତ୍ୟ ଗବେଷଣା କେନ୍ଦ୍ର ପିଲାଙ୍କୁ ନୃତ୍ୟ ଶିକ୍ଷା ପ୍ରଦାନ କରୁଥିଲେ। ଏହି ବେସରକାରୀ ନୃତ୍ୟ କେନ୍ଦ୍ରର ଅଡିଟ୍ ପାଇଁ ଦୁଇ ଅଧିକାରି ଆସିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।