Abhijit Majumdar:ଭେଣ୍ଟିଲେଟର୍‌ରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର

ନିଜର ମେଲୋଡି ଗୀତରେ ସମସ୍ତଙ୍କୁ ମତୁଆଲା କରୁଥିବା ମଣିଷଟା ଆଜି ଚୁପ୍‌। ଶୋଇ ରହିଛି ହସ୍ପିଟାଲ ବେଡ୍‌ରେ। ଓଲିଉଡ୍‌କୁ ଅନେକ ହିଟ୍‌ ଗୀତ ଭେଟି ଦେଇଥିବା ଗୀତିକାର ଆଜି କୋମାରେ। ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ। ଭେଣ୍ଟିଲେଟର ସପୋର୍ଟରେ ଓଡ଼ିଆ

04 September 2025 03:45 PM IST
Abhijit Majumdar:ଭେଣ୍ଟିଲେଟର୍‌ରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର

ନିଜର ମେଲୋଡି ଗୀତରେ ସମସ୍ତଙ୍କୁ ମତୁଆଲା କରୁଥିବା ମଣିଷଟା ଆଜି ଚୁପ୍‌। ଶୋଇ ରହିଛି ହସ୍ପିଟାଲ ବେଡ୍‌ରେ। ଓଲିଉଡ୍‌କୁ ଅନେକ ହିଟ୍‌ ଗୀତ ଭେଟି ଦେଇଥିବା ଗୀତିକାର ଆଜି କୋମାରେ। ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ। ଭେଣ୍ଟିଲେଟର ସପୋର୍ଟରେ ଓଡ଼ିଆ ସିନେ ଜଗତର ଦାଦା।

ନିଜର ମେଲୋଡି ଗୀତରେ ସମସ୍ତଙ୍କୁ ମତୁଆଲା କରୁଥିବା ମଣିଷଟା ଆଜି ଚୁପ୍‌। ଶୋଇ ରହିଛି ହସ୍ପିଟାଲ ବେଡ୍‌ରେ। ଓଲିଉଡ୍‌କୁ ଅନେକ ହିଟ୍‌ ଗୀତ ଭେଟି ଦେଇଥିବା ଗୀତିକାର ଆଜି କୋମାରେ। ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ। ଭେଣ୍ଟିଲେଟର ସପୋର୍ଟରେ ଓଡ଼ିଆ ସିନେ ଜଗତର ଦାଦା। ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଓ ସିଙ୍ଗର ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ସେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଛନ୍ତି।

ଅନେକ ଦିନରୁ ଲିଭର୍ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ ଅଭିଜିତ। ହେଲେ ତାଙ୍କ ଦୈନନ୍ଦିନ କାର୍ଯ୍ୟକୁ ସଠିକ୍ ରୂପେ କରୁଥିଲେ। ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଗଣେଶ ପୂଜା ଏବଂ ଦଶହରାରେ ପାଇଁ ବେଶ୍ ଉତ୍ସାହିତ ଥିଲେ। ତେବେ ଗଣେଶ ପୂଜା ଦିନ ଅଭିଜିତ୍‌ ମଜୁମଦାର୍‌ଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା। ବ୍ରେନ୍‌ରେ ସୋଡିୟମ୍‌ ମାତ୍ରା କମିଯିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ପ୍ରଥମେ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ୪ ଦିନ ଚିକିତ୍ସିତ ହେବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସିନଥିଲା।

ରବିବାର ସିଡିଏସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ସେଠାରେ ବି ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ଗୁରୁବାର ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଏବେ ସେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ଅଭିଜିତ ମଜୁମଦାରଙ୍କ ଅସୁସ୍ଥତା ଖବର ସାମ୍ନାକୁ ଆସିବା ପରେ ସଙ୍ଗୀତ ଜଗତରେ ଦୁଃଖର କଳାବାଦଳ ଛାଇ ଯାଇଛି। ବିଭିନ୍ନ କଳାକାର, ସଂଗୀତ ପ୍ରେମୀ, କଣ୍ଠଶିଳ୍ପୀ ହସ୍ପିଟାଲ ଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି।

ଗୋଟିଏ ପଟେ ପାର୍ବଣ ଋତୁରେ ଦର୍ଶକ ମେଲୋଡି ଗୀତ ପାଇଁ ଦାଦାଙ୍କୁ ଅପେକ୍ଷା କରିଥିବା ବେଳେ ଅନ୍ୟପଟେ ତାଙ୍କ ଅସୁସ୍ଥତା ଖବରକୁ ନେଇ ଏବେ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି। ସେ କିଭଳି ଶୀଘ୍ର ଭଲ ହୋଇ ଘରକୁ ଫେରିବେ ଓ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସମସ୍ତେ।

Disclaimer: This content has been automatically aggregated from television for informational purposes. To read the original article, please visit television.