Abhijit Deepke: ଅଭିଜିତଙ୍କ ଜୀବନ ପ୍ରତି ବିପଦ: ସୁରକ୍ଷା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ପରିବାରର ଗୁହାରି

Jul 25, 2026 - 14:07
Abhijit Deepke: ଅଭିଜିତଙ୍କ ଜୀବନ ପ୍ରତି ବିପଦ: ସୁରକ୍ଷା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ପରିବାରର ଗୁହାରି

"ନୂଆଦିଲ୍ଲୀ: ନୀଟ୍ ପ୍ରଶ୍ନପତ୍ର ଲିକ୍ ବିରୋଧରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ଯୁବ କର୍ମୀ ଅଭିଜିତ୍ ଦୀପକେଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଏବଂ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କ ପରିବାର ରାଷ୍ଟ୍ରପତିଙ୍କ ନିକଟରେ ସୁରକ୍ଷା ପାଇଁ ଗୁହାରି କରିଛନ୍ତି।

ଅଭିଜିତଙ୍କ ଭଉଣୀ ସ୍ନେହା ଭଞ୍ଜାରେ ବୀଡ୍ ଜିଲ୍ଲା କଲେକ୍ଟରଙ୍କ ମାଧ୍ୟମରେ ଭାରତର ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଅଭିଜିତ୍ ଓ ତାଙ୍କ ସାଥୀ ଆନ୍ଦୋଳନକାରୀଙ୍କୁ ତୁରନ୍ତ ମହାରାଷ୍ଟ୍ର ପୁଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।Advertisment ଦେଶର ୧୫୦ରୁ ଅଧିକ ସହରକୁ ବ୍ୟାପିଛି ଆନ୍ଦୋଳନ ଅତ୍ୟଧିକ ଶାରୀରିକ ଓ ମାନସିକ ଚାପ ଯୋଗୁଁ ଅଭିଜିତ୍ ଟାଇଫଏଡରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସେ ପ୍ରତିବାଦ ସ୍ଥଳ ଛାଡ଼ିନାହାନ୍ତି।

ପ୍ରତିବାଦକାରୀଙ୍କ ଉପରେ ଦିଲ୍ଲୀ ପୁଲିସର ଲାଠିଚାର୍ଜ ଘଟଣା ପରେ ଦିଲ୍ଲୀ ପୁଲିସ ଉପରେ ବିଶ୍ୱାସ ନଥିବା ସ୍ନେହା ପ୍ରକାଶ କରିଛନ୍ତି।

ଅନ୍ୟପଟେ, ''କକ୍ରୋଚ୍ ଜନତା ପାର୍ଟି'' (ସିଜେପି) ବ୍ୟାନର ତଳେ ଜୁନ୍ ୬ ତାରିଖରୁ ଦିଲ୍ଲୀର ଜନ୍ତର ମନ୍ତରରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ୩୪ ଦିନରୁ ଅଧିକ ସମୟ ଧରି ଜାରି ରହିଥିବା ବେଳେ ଏହା ଏବେ ଦେଶର ୧୫୦ରୁ ଅଧିକ ସହରକୁ ବ୍ୟାପିଛି।

ଶିକ୍ଷା ବ୍ୟବସ୍ଥାରେ ଦୁର୍ନୀତି ବିରୋଧରେ ହେଉଥିବା ଏହି ଆନ୍ଦୋଳନ ଏବେ ଏକ ବୃହତ୍ ଦେଶବ୍ୟାପୀ ଜନ ଆନ୍ଦୋଳନର ରୂପ ନେଇଛି।

H1B Visa: ଟ୍ରମ୍ପଙ୍କୁ ବଡ଼ ଝଟକା ଦେଲେ କୋର୍ଟ: ଲକ୍ଷେ ଡଲାର ଏଚ୍-୧-ବି ଭିସା ଫି ଉପରେ ଲାଗିଲା ରୋକ୍ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।