716 ATM: ବର୍ଷକରେ ୭୧୬ ଏଟିଏମ୍‌ ବନ୍ଦ: ଖୋରଧାରେ ସର୍ବାଧିକ ୧୬୩, କଟକରେ ୫୮

Jul 30, 2026 - 03:54
716 ATM: ବର୍ଷକରେ ୭୧୬ ଏଟିଏମ୍‌ ବନ୍ଦ: ଖୋରଧାରେ ସର୍ବାଧିକ ୧୬୩, କଟକରେ ୫୮

"ଭୁବନେଶ୍ବର: ୟୁପିଆଇ ଯୁଗରେ "ଅଟୋମେଟେଡ୍‌ ଟେଲର୍‌ ମେସିନ୍‌" (ଏଟିଏମ୍‌)ର ଗୁରୁତ୍ବ କମିବାରେ ଲାଗିଛି।

ଲୋକଙ୍କ ଦ୍ବାରା କମ୍‌ ବ୍ୟବହାର ହେବା ଓ ପରିଚାଳନା ଖର୍ଚ୍ଚ ବଢ଼ୁଥିବାରୁ ବ୍ୟାଙ୍କଗୁଡ଼ିକ ଗୋଟିଏ ପରେ ‌ଗୋଟିଏ ଏଟିଏମ୍‌ ବନ୍ଦ କରୁଛନ୍ତି।

ବର୍ଷକ ମଧ୍ୟରେ ରାଜ୍ୟରେ ୭୧୬ଟି ଏଟିଏମ୍‌ ବନ୍ଦ ହୋଇଛି।

ରାଜ୍ୟରେ ବୌଦ୍ଧ ଜିଲ୍ଲାକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ୨୯ଟି ଜିଲ୍ଲାରେ ଏଟିଏମ୍‌ ସଂଖ୍ୟା ହ୍ରାସ ପାଇଛି।

ସର୍ବାଧିକ ହ୍ରାସ ଖୋରଧା ଓ କଟକ ଜିଲ୍ଲାରେ ହୋଇଛି।

୨୦୨୫ ମାର୍ଚ୍ଚ ‌ଶେଷ ସୁଦ୍ଧା ରାଜ୍ୟରେ ୬୦୨୫ଟି ଏଟିଏମ୍‌ ଥିଲା।

୨୦୨୬ ମାର୍ଚ୍ଚ ଶେଷ ବେଳକୁ ସେହି ସଂଖ୍ୟା ୫୩୦୯କୁ ଖସିଆସିଛି।

ଏବେବି ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳର ଲୋକମାନେ ନଗଦ ଟଙ୍କା ପାଇଁ ଏଟିଏମ୍‌ ଉପରେ ନିର୍ଭରଶୀଳ ଥିବାରୁ ବର୍ଷକ ଭିତରେ ଏତେ ସଂଖ୍ୟାରେ ଏଟିଏମ୍‌ ବନ୍ଦ ହେବା ନିଶ୍ଚିତ ରୂପେ ଚିନ୍ତାର ବିଷୟ।Advertisment Horoscope 2026 July 30: ଜାଣନ୍ତୁ ଆଜିର ରାଶିଫଳ...

ଖୋରଧାରେ ସର୍ବାଧିକ ୧୬୩, କଟକରେ ୫୮ ୨୪ ଜିଲ୍ଲାରେ ଋଣ ଜମା ଅନୁପାତ ୬୦%ରୁ କମ୍‌ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଖୋରଧାରେ ସର୍ବାଧିକ ୧୬୩ଟି ଏଟିଏମ୍‌ ବର୍ଷକ ଭିତରେ ବନ୍ଦ ହୋଇଛି।

କଟକରେ ୫୮, ସୁନ୍ଦରଗଡ଼ରେ ୪୯, ବାଲେଶ୍ବରରେ ୪୧, ଗଞ୍ଜାମରେ ୩୧, କେନ୍ଦୁଝରରେ ୩୦, ପୁରୀରେ ୨୩, ଅନୁଗୁଳରେ ୧୯ ଓ ବଲାଙ୍ଗୀରରେ ୧୬ଟି ଏଟିଏମ୍‌ ବନ୍ଦ ହୋଇଛି।

ତେବେ କେଉଁ ବ୍ୟାଙ୍କ କେତୋଟି ଲେଖାଏଁ ଏଟିଏମ୍‌ ବନ୍ଦ କରିଛନ୍ତି ସେହି ତଥ୍ୟ ଜାରି କରାଯାଇନାହିଁ।

ଏଟିଏମ୍‌ ସଂଖ୍ୟା କମ୍‌ ହୋଇଥିଲେ ମଧ୍ୟ ବ୍ୟାଙ୍କ ଶାଖା ସଂଖ୍ୟାରେ ବୃଦ୍ଧି ଘଟିଛି।

୨୦୨୫ ମାର୍ଚ୍ଚ ୩୧ ବେଳକୁ ରାଜ୍ୟରେ ୫୮୦୭ଟି ବ୍ୟାଙ୍କ ଶାଖା ଥିଲା।

ବର୍ଷକ ମଧ୍ୟରେ ସେହି ସଂଖ୍ୟା ୧୭୬କୁ ବୃଦ୍ଧି ପାଇ ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ୫୯୮୩ରେ ପହଞ୍ଚିଛି।

ଅନ୍ୟ ଏକ ତଥ୍ୟ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଋଣ ଜମା ଅନୁପାତ ବା ସିଡି ରେସିଓରେ ବଡ଼ଧରଣର ଅନ୍ତର ରହିଛି।

Book Released: ହଜିଯାଉଥିବା ଶବ୍ଦର କବିତା ପୁସ୍ତକ ଉନ୍ମୋଚିତ ମାତ୍ର ୬ଟି ଜିଲ୍ଲାକୁ ବାଦ୍‌ ଦେଇ ଅନ୍ୟ ୨୪ଟି ଜିଲ୍ଲାରେ ତାହା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଧାର୍ଯ୍ୟ ସର୍ବନିମ୍ନ ୬୦ ପ୍ରତିଶତ ସ୍ତରରେ ପହଞ୍ଚି ପାରିନାହିଁ।

୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ବଲାଙ୍ଗୀର (୬୦.୦୪%), ବରଗଡ଼ (୬୯.୪୦ ପ୍ରତିଶତ), ବୌଦ୍ଧ (୬୩.୦୬ ପ୍ରତିଶତ), କଳାହାଣ୍ଡି (୬୪.୬୯ ପ୍ରତିଶତ), ନୟାଗଡ଼ (୬୪.୯୩ ପ୍ରତିଶତ) ଓ ସୁବର୍ଣ୍ଣପୁର (୬୦.୧୨ ପ୍ରତିଶତ)ରେ ଋଣ ଜମା ଅନୁପାତ ସର୍ବନିମ୍ନ ସ୍ତର ୬୦ ପ୍ରତିଶତରୁ ଅଧିକ ରହିଛି।

ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ସୂଚନା ଅନୁସାରେ, ଜଗତସିଂହପୁର (୨୪.୭୮ ପ୍ରତିଶତ), ‌କେନ୍ଦୁଝର (୨୭.୧୯ ପ୍ରତିଶତ), ସମ୍ବଲପୁର (୩୨.୫୩ ପ୍ରତିଶତ), କେନ୍ଦ୍ରାପଡ଼ା (୩୬.୫୬ ପ୍ରତିଶତ), ଦେବଗଡ଼ (୩୬.୬୪ ପ୍ରତିଶତ) ଓ ମୟୂରଭଞ୍ଜ (୩୯.୫୦ ପ୍ରତିଶତ)ରେ ଋଣ ଜମା ଅନୁପାତ ୪୦ ପ୍ରତିଶତଠାରୁ କମ୍‌ ରହିଛି।

ଅର୍ଥାତ ଏହି ଜିଲ୍ଲାଗୁଡ଼ିକରେ ଜମା ସଂଗ୍ରହ ଓ ଋଣ ପ୍ରଦାନ‌ରେ ବଡ଼ଧରଣର ତାରତମ୍ୟ ରହିଛି।

ନଅଟି ଜିଲ୍ଲାରେ ଏହି ଅନୁପାତ ୫୦-୬୦ ପ୍ରତିଶତ ମଧ୍ୟରେ ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।