30 Cobra Hatchlings Rescued; ଦେଖିଲେ ଦେହ ଶିହରି ଉଠିବ... ବେଲ ଗଛ ମୂଳରେ ମାଳମାଳ ବିଷଧର
ଦେଖିଲେ ଦେହ ଶିହରି ଉଠିବ...ବେଲ ଗଛ ମୂଳରେ ମାଳମାଳ ବିଷଧର । ବାରିପଦା ଉପକଣ୍ଠ ପାରୁଳିଆ ଗାଁର ଏକ ବେଲ ଗଛ ତଳେ ରହିଥିଲା ନାଗ ପରିବାର । ଗୋଟିଏ ଗାତରୁ ଉଦ୍ଧାର ହେଲେ ୩୦ ନାଗଛୁଆ ।
ସୂଚନା ଅନୁସାରେ, ପାରୁଳିଆ ଗାଁର ଗୌରାଙ୍ଗ ନାଏକଙ୍କ ଘର ସମ୍ମୁଖରେ ଥିବା ବେଲ ଗଛ ମୂଳରେ ପ୍ରଥମେ ଏକ ବଡ଼ ନାଗ ସାପ ଦେଖାଯାଇଥିଲା। ଏହାକୁ ଦେଖି ପରିବାର ସଦସ୍ୟଙ୍କ ସମେତ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ପରେ ତାଲିମପ୍ରାପ୍ତ ସାପ ଉଦ୍ଧାରକାରୀଙ୍କ ସହାୟତାରେ ଗାତ ଭିତରୁ ୩୦ରୁ ଅଧିକ ନାଗ ସାପ ଛୁଆଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।
- ବେଲ ଗଛ ମୂଳରେ ମାଳମାଳ ବିଷଧର
- ବାରିପଦା ଉପକଣ୍ଠ ପାରୁଳିଆ ଗାଁର ଦୃଶ୍ୟ
- ଗାତରୁ ଉଦ୍ଧାର ହେଲେ ୩୦ ନାଗଛୁଆ
- ସାପକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ