3 Tourists Missing on Malyagiri Hill: ମାଲ୍ୟଗିରିରେ ୩ ନିଖୋଜ, ପାହାଡ଼ରେ ଫସିଛନ୍ତି ପର୍ଯ୍ୟଟକ
ମାଲ୍ୟଗିରିରେ ପାହାଡ଼ରେ ଫସିଛନ୍ତି ପର୍ଯ୍ୟଟକ। ଅନୁଗୋଳ ପାଲଲହଡ଼ା ସ୍ଥିତ ମାଲ୍ୟଗିରି ପାହାଡ଼ରେ ଫସିଛନ୍ତି ୩ ଯୁବକ। ଗତକାଲି କେଉଁଝର ଟାଉନ ଅଞ୍ଚଳରୁ ୭ ଜଣ ଯୁବକ ମାଲ୍ୟଗିରି ପାହାଡ଼ ଚଢ଼ିବା ପାଇଁ ଆସିଥିଲେ। ୪ ଜଣ ଯୁବକ ସୁରକ୍ଷିତ ଭାବେ ଫେରି ଆସିଥିବା ବେଳେ, ୩ ଜଣ ଯୁବକ ନିଖୋଜ ହୋଇଛନ୍ତି।
ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଏବଂ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ କିଛିଟା ସମସ୍ୟା ସୃଷ୍ଟି ହେଉଥିଲେ ମଧ୍ୟ ଅଗ୍ନିଶମ ବାହିନୀ ନିଜର ଆପ୍ରାଣ ଚେଷ୍ଟା ଜାରି ରଖିଛି। ଏପଟେ ଅଗ୍ନିଶମ ଅଧିକାରୀଙ୍କ କହିବା ଅନୁଯାୟୀ ସେମାନେ ପ୍ରାୟ ସୁରକ୍ଷିତ ଥିବା ଖବର ଅଛି ଓ ୭ କିଲୋମିଟର ଦୂରରେ ଅଛନ୍ତି। ଖୁବ୍ ଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।