2 MROs will open: ୨ଟି ଏମ୍‌ଆର୍‌ଓ ଖୋଲିବ: ୩ ବର୍ଷରେ ୫ ବିମାନବନ୍ଦର, ୪ ହେଲିପୋର୍ଟ

Jul 27, 2026 - 06:21
2 MROs will open: ୨ଟି ଏମ୍‌ଆର୍‌ଓ ଖୋଲିବ: ୩ ବର୍ଷରେ ୫ ବିମାନବନ୍ଦର, ୪  ହେଲିପୋର୍ଟ

"ଭୁବନେଶ୍ବର: ଆସନ୍ତା ୨୦୨୮-୨୯ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟରେ ବିମାନବନ୍ଦର ସଂଖ୍ୟାକୁ ୧୦ରେ ପହଞ୍ଚାଇବା ଲକ୍ଷ୍ୟ ନେଇ ରାଜ୍ୟ ସରକାର "ଓଡ଼ିଶା ବେସାମରିକ ବିମାନ ଚଳାଚଳ ନୀତି ୨୦୨୬"ର ଚିଠା ଜାରି କରିଛନ୍ତି।

ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ଜାରି କରାଯାଇଥିବା ଚିଠା ନୀତି ଅନୁସାରେ ରାଜ୍ୟରେ ଏବେ ୫ଟି ବିମାନବନ୍ଦର ରହିଛି।

ଆଉ ୫ଟି ନୂଆ ବିମାନବନ୍ଦର ନିର୍ମାଣ କରାଯିବ।

ବିମାନ ଯାତ୍ରୀ ସଂଖ୍ୟା ୨୦୨୫-୨୬ରେ ୫୦ ଲକ୍ଷ ଥିଲା।

୨୦୨୮-୨୯ ସୁଦ୍ଧା ତାହା ୧ କୋଟିକୁ ବୃଦ୍ଧି ପାଇବ।

ସେହି ସମୟ ସୁଦ୍ଧା ୪ଟି ହେଲିପୋର୍ଟ ଓ ୨ଟି ଏମ୍‌ଆର୍‌ଓ ସ୍ଥାପନ କରିବାକୁ ମଧ୍ୟ ଲକ୍ଷ୍ୟ ରହିଛି।

ବିମାନରେ ପଣ୍ୟ ପରିବହନ କ୍ଷମତାକୁ ୯୦୮୬ ଏମ୍‌ଟିରୁ ବଢ଼ାଇ ୧୫ହଜାର ଏମ୍‌ଟି କରାଯିବ।Advertisment Flight Trial Run: ମାଲକାନଗିରିରେ ପରୀକ୍ଷା ମୂଳକ ଉଡ଼ାଣ ସଫଳ ହବ୍‌ ଆଣ୍ଡ୍‌ ସ୍ପୋକ୍‌ ମଡେଲ୍‌ରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରମୁଖ ହବ୍‌ ହେବ।

ଝାରସୁଗୁଡ଼ା, ଜୟପୁର, ପୁରୀ (ପ୍ରସ୍ତାବିତ), ପାରାଦୀପ (ପ୍ରସ୍ତାବିତ) ଓ ରାଉରକେଲା ବିମାନବନ୍ଦରକୁ ମାଧ୍ୟମିକ ହବ୍‌ କରାଯିବ।

କଳାହାଣ୍ଡିର ଉତ୍‌କେଲା, ସମ୍ବଲପୁରର ଜମାଦାରପାଲି, ବ୍ରହ୍ମପୁରର ରଙ୍ଗେଇଲୁଣ୍ଡା ଓ ମୟୂରଭଞ୍ଜର ଦାଣ୍ଡବୋସକୁ ସ୍ପୋକ୍‌ ବିମାନବନ୍ଦର/ଏୟାରଷ୍ଟ୍ରିପ୍‌ କରାଯିବ।

ପୁରୀ, କୋଣାର୍କ, ସମ୍ବଲପୁର, କୋରାପୁଟ, ଶିମିଳିପାଳ ଓ ଭିତରକନିକା ଭଳି ପର୍ଯ୍ୟଟନ ସ୍ଥଳ ଓ ଜିଲ୍ଲା ମୁଖ୍ୟାଳୟ ପାଇଁ ହେଲିକପ୍ଟର ଓ ଛୋଟ ବିମାନ ଚଳାଚଳର ସୁବିଧା କରାଯିବ।

ଚିଠା ନୀତି ଅନୁଯାୟୀ ପୁରୀ, ଝାରସୁଗୁଡ଼ା, ରାଉରକେଲା, ପାରାଦୀପ, ବିରାଶାଳ, ଜୟପୁର, ଉତ୍‌କେଲା, ଅମର୍ଦା ରୋଡ୍‌, ଦାଣ୍ଡବୋସ, ଗୋଟମା, ଜମାଦାରପାଲି, ମାଲକାନଗିରି, ରଙ୍ଗେଇଲୁଣ୍ଡା, ରାଇସୁଆଁ, ସତୀଭଟା ଓ ତୁସୁରାରେ ରନ୍‌ୱେ ସମ୍ପ୍ରସାରଣ କରାଯିବ।

ହେଲିପୋର୍ଟ ପାଇଁ ୨୦ଟି ସ୍ଥାନ ଚିହ୍ନଟ କରାଯାଇଛି।

ଯୋଗାଯୋଗ, ପର୍ଯ୍ୟଟନ, ଚିକିତ୍ସା ଆବଶ୍ୟକତା ଓ ବିପର୍ଯ୍ୟୟ ପରିଚାଳନାକୁ ନଜରରେ ରଖି ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ନୟାଗଡ଼, ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ଦେବଗଡ଼ ଓ ଗଞ୍ଜାମର ତାରା ତାରିଣୀରେ ହେଲିପୋର୍ଟ ନିର୍ମାଣ କରିବା ପ୍ରସ୍ତାବ ରହିଛି।

ଜରୁରୀକାଳୀନ ମେଡିକାଲ୍‌ ଆବଶ୍ୟକତା ପାଇଁ ଏମ୍‌ସ ଭୁବନେଶ୍ବର, କଟକର ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌, ବୁର୍ଲାର ଭିମ୍‌ସାର ଓ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲ୍‌ରେ ମଧ୍ୟ ହେଲିପୋର୍ଟ ନିର୍ମାଣ ଯୋଜନା ରହିଛି।

Flight Service: କାମରେ ଆସୁନି ଛୋଟ ବିମାନ; ଅଢ଼େଇ ମାସରେ ଯାଇଛନ୍ତି ୧୫୨, ଆସିଛନ୍ତି ୧୭୨ ବିମାନର ରକ୍ଷଣାବେକ୍ଷଣ, ମରାମତି ଓ କାୟାକଳ୍ପ(ଏମ୍‌ଆର୍‌ଓ) ପାଇଁ ଭୂବନେଶ୍ବର, ପୁରୀ, ଝାରସୁଗୁଡ଼ା ବିମାନବନ୍ଦରକୁ ବିଚାରକୁ ନିଆଯାଇଛି।

ସେଠାରେ ବିମାନକୁ ରଙ୍ଗ କରିବା, ଏୟାରଫ୍ରେମ୍‌, ଇଞ୍ଜିନ ଓ ଉପକରଣ ମରାମତି ସୁବିଧା ରହିବ।

ରାସଗୋବିନ୍ଦରପୁରରେ ଆଞ୍ଚଳିକ ବିମାନଗୁଡ଼ିକର ଏମ୍‌ଆର୍‌ଓ ସୁବିଧା ରହିବ।

ପାରାଦୀପରେ ଶିଳ୍ପ ହେଲିକପ୍ଟର ପାଇଁ ଏମ୍‌ଆର୍‌ଓ ସୁବିଧା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଭୁବନେଶ୍ବର, ପାରାଦୀପ, ଝାରସୁଗୁନା ଓ ଧାମରା ଏୟାରଷ୍ଟ୍ରିପ୍‌କୁ ବିମାନ ଆଧାରିତ ମଲ୍‌ଟି ମୋଡାଲ୍‌ ଲଜିଷ୍ଟିକ୍ସ ହବ୍‌ ଭାବେ ବିକାଶ କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କ ଯୋଜନା ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।