2 Indian Sailors Killed: ହର୍ମୁଜରୁ ଭାରତ ପାଇଁ ଦୁଃଖଦ ଖବର: ଆମେରିକା ଆକ୍ରମଣରେ ୨ ଭାରତୀୟ ନାବିକଙ୍କ ମୃତ୍ୟୁ

Jun 11, 2026 - 15:03
2 Indian Sailors Killed: ହର୍ମୁଜରୁ ଭାରତ ପାଇଁ ଦୁଃଖଦ ଖବର: ଆମେରିକା ଆକ୍ରମଣରେ ୨ ଭାରତୀୟ ନାବିକଙ୍କ ମୃତ୍ୟୁ

"ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀରୁ ଭାରତ ପାଇଁ ଦୁଃଖଦ ଖବର ଆସିଛି।

ଓମାନ ଉପକୂଳରେ ଏକ ଜାହାଜ ଉପରେ ଆମେରିକାର ଆକ୍ରମଣରେ ଦୁଇ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି।

ଅନ୍ୟପକ୍ଷରେ ଜାହାଜର ମୁଖ୍ୟ ଇଞ୍ଜିନିୟର୍‌ ଏବେବି ନିଖୋଜ ଅଛନ୍ତି। "ସିମେନ୍ସ ୟୁନିୟନ ଅଫ୍‌ ଇଣ୍ଡିଆ" ସୂତ୍ରରୁ ପ୍ରକାଶ ଓମାନ ଉପକୂଳରେ ଏକ ଭାରତୀୟ ବାଣିଜ୍ୟିକ ଜାହାଜ "ସେଟ୍ଟେବେଲ୍ଲୋ" ଉପରେ ବୁଧବାର ହୋଇଥିବା ଆକ୍ରମଣରେ ୩ ଜଣ ଭାରତୀୟ ନିଖୋଜ ହୋଇଯାଇଥିଲେ।Advertisment ଭାରତୀୟ ଜାହାଜ ଉପରେ ଲଗାତାର ଆକ୍ରମଣକୁ ଭାରତର ତୀବ୍ର ବିରୋଧ ଆକ୍ରମଣ ସମୟରେ ଜାହାଜରେ ୨୪ ଜଣ ଭାରତୀୟ ନାଗରିକ ଥିଲେ।

ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି।

କିନ୍ତୁ ୩ ଜଣଙ୍କର କିଛି ପତ୍ତା ମିଳୁନଥିଲା।

ଭାରତୀୟ ଜାହାଜ ଉପରେ ଲଗାତାର ଟାର୍ଗେଟ୍‌ ଆକ୍ରମଣକୁ ଭାରତ ତୀବ୍ର ବିରୋଧ କରିଛି।

ଆମେରିକୀୟ ବାହିନୀ ଦ୍ବାରା "ସେଟ୍ଟେବେଲ୍ଲୋ" ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିବା ପରେ ଭାରତ ଏହାର ତୀବ୍ର ବିରୋଧ କରିଛି ଓ ବିଦେଶ ବ୍ୟାପାର ମନ୍ତ୍ରଣାଳୟ ଆମେରିକା ରାଷ୍ଟ୍ରଦୂତ ଜାସନ ମିକ୍ସଙ୍କୁ ସମନ କରି କଡ଼ା ଆପତ୍ତି ପ୍ରକାଶ କରିଛି।

ପଟନାଲା ସୁରେଶ ନିଖୋଜ ମୃତ ନାବିକଙ୍କ ମଧ୍ୟରେ ହିମାଚଳ ପ୍ରଦେଶର ୨୩ ବର୍ଷୀୟ ଆଦିତ୍ୟ ଶର୍ମା ଅଛନ୍ତି।

ଅନ୍ୟ ଜଣେ ମୃତ ଭାରତୀୟ ନାବିକ ହେଲେ ଶିବାନନ୍ଦ ଚୌରସିଆ।

ଅନ୍ୟପକ୍ଷରେ ପଟନାଲା ସୁରେଶ ନିଖୋଜ ଅଛନ୍ତି।

ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ବିଭିନ୍ନ ଏଜେନ୍ସି ଓ ଉଦ୍ଧାରକାରୀ ଦଳ ଅଭିଯାନରେ ସାମିଲ ହୋଇଛି।

ଆହୁରି ପଢ଼ନ୍ତୁ: Attack On Iran: ଇରାନ ଉପରେ ପୁଣି ଆକ୍ରମଣ କଲା ଆମେରିକା: ସୂର୍ଯ୍ୟୋଦୟ ପୂର୍ବରୁ ଏୟାର ଷ୍ଟ୍ରାଇକ୍ ହୋଇଥିବା କହିଲା ସେଣ୍ଟକମ୍"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।