18 States on Rain Alert: ୧୮ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, ଓଡ଼ିଶାକୁ ବି ହାଇ ଆଲର୍ଟ

Jul 13, 2026 - 12:57
18 States on Rain Alert: ୧୮ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, ଓଡ଼ିଶାକୁ ବି ହାଇ ଆଲର୍ଟ

ଦେଶର ସମତଳ ଅଞ୍ଚଳଗୁଡ଼ିକରେ ମୌସୁମୀ ବର୍ଷା ହଠାତ୍ ଥମିଯାଇଥିଲେ ମଧ୍ୟ, ଆଜିଠାରୁ ପୁଣି ଥରେ ପ୍ରବଳ ବର୍ଷାର ପ୍ରକୋପ ଆରମ୍ଭ ହୋଇପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ, ବର୍ତ୍ତମାନ ୧୮ଟି ରାଜ୍ୟକୁ ବର୍ଷା, ଘଡ଼ଘଡ଼ି ସହ ପବନ ଓ ଝଡ଼ତୋଫାନର ସତର୍କତା ଜାରି କରାଯାଇଛି। ଏହା ସହିତ ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ଦେଶର ଉତ୍ତର ଓ ପୂର୍ବ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହି ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷିବ

ପାଣିପାଗ ବିଭାଗ ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ଦେଶର ଉତ୍ତର ଓ ପୂର୍ବ ଅଞ୍ଚଳରେ ପ୍ରବଳ ବର୍ଷାକୁ ନେଇ ସତର୍କତା ଜାରି କରିଛି। ବିଭାଗ ପକ୍ଷରୁ ଜମ୍ମୁ-କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ପାହାଡ଼ିଆ ରାଜ୍ୟଗୁଡ଼ିକ ପାଇଁ ବର୍ଷା ଆଲର୍ଟ ଜାରି କରାଯାଇଛି। ଏହା ସହ ପଞ୍ଜାବ, ଚଣ୍ଡୀଗଡ଼, ହରିୟାଣା, ଦିଲ୍ଲୀ ଓ ପୂର୍ବ ଉତ୍ତର ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷିବ।

ସେହିପରି ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ମଧ୍ୟ ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଓ ଓଡ଼ିଶା ପାଇଁ ବିଶେଷ ଭାବେ ଆଲର୍ଟ ଜାରି କରାଯାଇଛି।

ପାହାଡ଼ିଆ ଅଞ୍ଚଳରେ କେଉଁଠି ବାଦଲ ଫଟା ବର୍ଷା ହେଉଛି ତ ଆଉ କେଉଁଠି ପାହାଡ଼ ଧସିଯାଉଛି। ବଡ଼ ବଡ଼ ପଥର ଖସିବା କାରଣରୁ ରାସ୍ତା ଅବରୋଧ ହେଉଛି। ପ୍ରକୃତିର ଏହି ବିପର୍ଯ୍ୟୟରେ ରାସ୍ତା, ଦୋକାନ ଓ ଘର ସବୁ ବନ୍ୟା ପାଣିରେ ପ୍ରଭାବିତ ହେଉଛି। ଏହି ସଙ୍କଟ ଦେଶର ୧୮ଟି ରାଜ୍ୟରେ ଆହୁରି ମଧ୍ୟ ବଢିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।