୧୬ ମାସ ପରେ ଏକାଠି ହେଲେ ମୋଦି ଓ ଟ୍ରମ୍ପ

ନୂଆଦିଲ୍ଲୀ : ୧୬ ମାସ ପରେ ପୁଣି ଥରେ ଏକାଠି ହେବେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏ୭ ଶିଖର ସମ୍ମିଳନୀରେ ଦୁଇ ନେତାଙ୍କ ସାକ୍ଷାତ ପରେ ସାରା ବିଶ୍ୱର ନଜର ଏବେ ଏହି ବୈଠକ ଉପରେ । ବାଣିଜ୍ୟ ଚୁକ୍ତିଠାରୁ ଆରମ୍ଭ କରି ବିଶ୍ୱ ଆତଙ୍କବାଦ, ପଶ୍ଚିମ ଏସିଆର ପରିସ୍ଥିତି ଓ ଭାରତ-ଆମେରିକା ସମ୍ପର୍କକୁ ନେଇ କଣ ହୋଇପାରେ ବଡ ଆଲୋଚନା? କାହିଁକି ଏହି ସାକ୍ଷାତକୁ ନେଇ ଆନ୍ତର୍ଜାତୀୟ ମହଲରେ ଚର୍ଚ୍ଚା ଜୋର ଧରିଛି? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ।
ଏ୭ ଶିଖର ସମ୍ମିଳନୀରେ ମୋଦି-ଟ୍ରମ୍ପ ସାକ୍ଷାତ:ବିଶ୍ୱ ପ୍ରସଙ୍ଗ, ବାଣିଜ୍ୟ ଓ ସୁରକ୍ଷା ଉପରେ ହେଲା ଆଲୋଚନା । ପ୍ରାୟ ୧୬ ମାସ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ଫ୍ରାନ୍ସରେ ଆୟୋଜିତ ଏ୭ ଶିଖର ସମ୍ମିଳନୀର ଅବସରରେ ଦୁଇ ନେତା ଗୋଲଟେବୁଲ ବୈଠକରେ ଏକାଠି ଯୋଗଦେଇଥିଲେ ଏବଂ ବିଶ୍ୱର ବିଭିନ୍ନ ସମସାମୟିକ ପ୍ରସଙ୍ଗ ଉପରେ ମତବିନିମୟ କରିଥିଲେ । ସୂଚନା ଅନୁସାରେ ଆଗାମୀ ଦିନରେ ଦୁଇ ନେତାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ମଧ୍ୟ ହେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି, ରଣନୈତିକ ସହଯୋଗ, ପ୍ରଯୁକ୍ତି ଏବଂ ସୁରକ୍ଷା ସମ୍ବନ୍ଧୀୟ ବିଷୟଗୁଡିକ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ । ଏ୭ ସମ୍ମିଳନୀରେ ମୋଦି ଓ ଟ୍ରମ୍ପଙ୍କୁ ପରସ୍ପର ପାଖାପାଖି ବସିଥିବା ଦେଖାଯାଇଥିଲା । ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ସଂକ୍ଷିପ୍ତ ଆଲୋଚନା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ବିଶ୍ୱ ଗଣମାଧ୍ୟମର ଧ୍ୟାନ ଆକର୍ଷଣ କରିଥିଲା ।
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରାଯାଇଥିବା ଦୃଶ୍ୟ ମଧ୍ୟ ଚର୍ଚ୍ଚାରେ ରହିଛି । ସମ୍ମିଳନୀ ସମୟରେ ମୋଦି ବିଭିନ୍ନ ଦେଶର ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ବିଶ୍ଳେଷକମାନଙ୍କ ମତରେ ଏହି ସାକ୍ଷାତକାରରେ ବିଶ୍ୱ ଆତଙ୍କବାଦ, ପଶ୍ଚିମ ଏସିଆର ପରିସ୍ଥିତି, ଭାରତ-ଆମେରିକା ଆର୍ଥିକ ସମ୍ପର୍କ ଏବଂ ଅଞ୍ଚଳୀୟ ସୁରକ୍ଷା ପ୍ରସଙ୍ଗ ପ୍ରମୁଖ ଆଲୋଚ୍ୟ ବିଷୟ ହୋଇପାରେ । ଏହା ମଧ୍ୟରେ ଆମେରିକା-ଇରାନ ଆଲୋଚନା ଏବଂ ଏହା ସହ ଜଡିତ କୂଟନୈତିକ ପ୍ରକ୍ରିୟାକୁ ନେଇ ମଧ୍ୟ ବିଶ୍ୱ ରାଜନୀତିରେ ଚର୍ଚ୍ଚା ଜାରି ରହିଛି । ତେବେ ଏହି ପ୍ରସଙ୍ଗରେ ବିଭିନ୍ନ ଦେଶର ଭୂମିକା ଓ ଦାବିକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ଏ୭ ଶିଖର ସମ୍ମିଳନୀରେ ମୋଦି-ଟ୍ରମ୍ପ ସାକ୍ଷାତକୁ ଭାରତ-ଆମେରିକା ସମ୍ପର୍କର ଦୃଷ୍ଟିକୋଣରୁ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଘଟଣା ଭାବେ ଦେଖାଯାଉଛି । ଆଗାମୀ ଦ୍ୱିପାକ୍ଷିକ ବୈଠକ ପରେ ଉଭୟ ଦେଶର ସମ୍ପର୍କକୁ ନେଇ ଆହୁରି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।