ମୁହଁରେ ବରଫ ଲଗାଇବାର ସତର୍କତା

Jul 03, 2026 - 15:40
ମୁହଁରେ ବରଫ ଲଗାଇବାର ସତର୍କତା

 

ଆଜିକାଲି ସୋସିଆଲ ମିଡିଆରେ ଫେସ୍ ଆଇସିଙ୍ଗ୍ବା ମୁହଁରେ ବରଫ ଲଗାଇବା ଟ୍ରେଣ୍ଡ ଖୁବ ଭାଇରାଲ ହେଉଛି । ତେବେ ଏହାକୁ ନେଇ ବିଶେଷଜ୍ଞଙ୍କର କିଛି ମତ ରହିଛି ।  ସେମାନଙ୍କ ମତ ଅନୁସାରେ, ବରଫ ଲଗାଇବା ଦ୍ୱାରା ମୁହଁର ରକ୍ତ କୈଶିକା ଗୁଡ଼ିକ ସଙ୍କୁଚିତ ହୋଇଯାଏ, ଯାହାଫଳରେ ଉଜ୍ଜଳତା ଆସିବା ସହ ପୋର୍ସ ଗୁଡ଼ିକ ଟାଇଟ୍ ଦେଖାଯାଏ ଏବଂ ମୁହଁର ଫୁଲାଭାବ କମିଯାଏ । ହେଲେ ଏହି ଗ୍ଲୋ କେବଳ ଅସ୍ଥାୟୀ ସମୟ ପାଇଁ ହିଁ ରହିଥାଏ । ମୁହଁରେ କେବେ ହେଲେ ସିଧାସଳଖ ବରଫ ଘଷିବା ଉଚିତ୍ ନୁହେଁ, କାରଣ ଏହାଦ୍ୱାରା ଫ୍ରୋଷ୍ଟ-ନିପ୍, ନାଲିପଡ଼ିବା, ଜଳାପୋଡ଼ା ଏବଂ ସ୍କିନ୍ ପ୍ରୋଟେକ୍ଟିଭ୍ ବ୍ୟାରିଅର୍ ନଷ୍ଟ ହେବାର ଆଶଙ୍କା ଥାଏ । ତେଣୁ ସବୁବେଳେ ଏହାକୁ ଏକ କପଡ଼ାରେ ଗୁଡ଼ାଇ ସର୍ବାଧିକ ୧-୨ ମିନିଟ୍ ପାଇଁ ଲଗାଇବା ଆବଶ୍ୟକ । ସେହିପରି ଆଇସ୍ ବାଉଲ୍ ଡିପ୍ବା ବରଫ ପାଣିରେ ମୁହଁ ବୁଡ଼ାଇବା ମଧ୍ୟ ମୁହଁର ଫୁଲାଭାବ କମାଇବା ପାଇଁ ଭଲ, କିନ୍ତୁ ସେଥିରେ ଅଧିକ ବରଫ ନଦେଇ କେବଳ ୫-୧୦ ସେକେଣ୍ଡ୍ ପାଇଁ ହିଁ ମୁହଁ ବୁଡ଼ାଇବା ଉଚିତ୍ । ବିଶେଷକରି ଶୁଷ୍କ ଓ ସେନ୍ସିଟିଭ୍ ତ୍ୱଚା ଥିବା ଲୋକେ ଏଥିରୁ ଦୂରେଇ ରହିବା ଭଲ । ବରଫ ଲଗାଇବା ଦ୍ୱାରା ରଙ୍ଗ ଗୋରା ହୁଏନାହିଁ କିମ୍ବା ଚର୍ମର କୁଞ୍ଚନ ସ୍ଥାୟୀ ଭାବେ ଦୂର ହୁଏନାହିଁ । ସେହିଭଳି ଶୀତଦିନେ କିମ୍ବା ବ୍ରଣ ଏବଂ ସେନ୍ସିଟିଭ୍ ସ୍କିନ୍ ସମସ୍ୟା ଥିଲେ ଏହା ଚର୍ମକୁ ଅଧିକ ଖରାପ କରିଦିଏ । ତେଣୁ ଏକ୍ସପର୍ଟଙ୍କ ମତରେ, ସେଲିବ୍ରିଟି ବା ଇନ୍ଫ୍ଲୁଏନ୍ସରଙ୍କ ଭାଇରାଲ୍ ହ୍ୟାକ୍ସକୁ ଆଖିବୁଜା ବିଶ୍ୱାସ ନକରି ନିଜ ସ୍କିନ୍ ଟାଇପ୍ ଅନୁସାରେ ଡର୍ମାଟୋଲୋଜିଷ୍ଟଙ୍କ ପରାମର୍ଶ ନେବା ଜରୁରୀ ।  ବରଫ ଲଗାଇବା ସମୟରେ ଯଦି କୌଣସି ପ୍ରକାରର କଷ୍ଟ କିମ୍ବା ପ୍ରତିକ୍ରିୟା ଦେଖାଯାଏ, ତେବେ ତୁରନ୍ତ ଏହାକୁ ବନ୍ଦ କରିବା ଉଚିତ୍ ।