ମାରାତ୍ମକ ପାଇଜାମା!

Jul 18, 2026 - 07:48
ମାରାତ୍ମକ ପାଇଜାମା!

"ହଳେ ପାଇଜାମା ଏବେ ଇଣ୍ଟର୍‌ନେଟ୍‌ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଏହାର କାରଣ କିନ୍ତୁ ଖୁବ୍ ଅପ୍ରତ୍ୟାଶିତ।

ଏହି ପାଇଜାମା ପିନ୍ଧି ଚାଲିବା ବେଳେ ଅନେକ ମହିଳା ଛନ୍ଦିହୋଇ ପଡ଼ି ଯାଉଥିବାର ଜଣାପଡ଼ିଛି।

ବିଶ୍ବପ୍ରସିଦ୍ଧ ପୋଷାକପତ୍ର ପ୍ରସ୍ତୁତକାରୀ କମ୍ପାନି "ଜାରା" ଏହି ପାଇଜାମା ପ୍ରସ୍ତୁତ କରିଛି।

ଏହାର ଗୋଡ଼ଗୁଡ଼ିକ ବହୁତ ଓସାରିଆ ଓ ଧଡ଼ିଗୁଡ଼ିକ ଖୁବ୍ ଲମ୍ବ ହୋଇଥିବାରୁ ପରିଧାନକାରୀ ଚାଲିବା ବେଳେ ତାଙ୍କ ଗୋଡ଼ରେ ଗୁଡ଼େଇ ହେବା କାରଣରୁ ସେ ପଡ଼ିଯିବାର ସମ୍ଭାବନା ଅଧିକ ବୋଲି କୁହାଯାଉଛି।

ଆଜିକାଲିର ଯୁବପିଢ଼ି ଗହଣରେ ଏଭଳି ପାଇଜାମା ବା ପ୍ୟାଣ୍ଟର ଟ୍ରେଣ୍ଡ୍‌ ଚାଲିଥିବାରୁ "ଜାରା" ଏହି ଫୁଲ୍‌କା ପ୍ୟାଣ୍ଟକୁ ବଜାରକୁ ଛାଡ଼ିଛି।Advertisment Rath Yatra: ରଥଯାତ୍ରାରେ "ବ୍ୟାଙ୍କ ଅଫ୍ ବରୋଦା "ର ସେବା ସମାନ ଡିଜାଇନ୍‌ର ଅନ୍ୟ କୌଣସି ପାଇଜାମା ଏଭଳି ବିପଦ ସୃଷ୍ଟି କରୁ ନଥିବା ବେଳେ ଏହି ନିର୍ଦ୍ଦିଷ୍ଟ ପାଇଜାମାର ପତଳା ଖସରା କନା ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି।

ଏହି ପ୍ୟାଣ୍ଟ ଯୋଗୁଁ ରାସ୍ତାଘାଟରେ ଖଣ୍ଡିଆଖାବରା ହେବା ସମ୍ପର୍କରେ ଭିଡିଓ ବନାଇ ମହିଳାମାନେ ଇଣ୍ଟର୍‌ନେଟ୍‌ରେ ଛାଡ଼ିବା ପରେ ଏବେ ଏହାକୁ ଲୋକେ "ମାରାତ୍ମକ ଜାରା ପ୍ୟାଣ୍ଟ", "ମୃତ୍ୟୁ ପାଇଜାମା" ଭଳି ନାମ ଦେଇସାରିଲେଣି।

କିଛି ଫ୍ୟାସନ୍‌ ଡିଜାଇନର୍‌ଙ୍କ ମତରେ ଏହି ପାଇଜାମା ଦର୍ଶାଉଛି ଯେ ଟ୍ରେଣ୍ଡ୍‌ ସର୍ବଦା ବାସ୍ତବ ଜୀବନ ପାଇଁ ଉପଯୁକ୍ତ ହୋଇ ନଥାଏ।

ଯଦି ଗୋଟିଏ ପୋଷାକ ପରିଧାନକାରୀଙ୍କୁ ଫିଟ୍‌ ନ ହୁଏ ତେବେ ତାହା ବେଳେବେଳେ ଏହିଭଳି ସମସ୍ୟା ସୃଷ୍ଟି କରିପାରେ।

ପୁଣି ପୋଷାକ ଯେତେ ହୁଗୁଳା ହୁଏ ତାହା ବିଭିନ୍ନ ସ୍ଥାନରେ ଲାଖିଯିବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ।

ଭାରତରେ ମଧ୍ୟ "ଜାରା" ତା" ୱେବ୍‌ସାଇଟ୍‌ରେ ଏହି ଭାଇରାଲ୍‌ ପାଇଜାମା ବିକ୍ରି କରୁଛି।

ଏହାର ଦର ୨୩୫୦ ଟଙ୍କାରୁ ଆରମ୍ଭ।

Odisha: ନିଟ୍‌ ୟୁଜିରେ ଆଲେନ୍‌ ଓଡ଼ିଶାର ସଫଳତା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।