ଭିଜିଲାନ୍ସ ଜାଲରେ CADA କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ସମ୍ବଲପୁର : ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ଆୟାବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସମ୍ବଲପୁର CADA ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ପଦ୍ମଲୋଚନ ନାୟକଙ୍କ ଏକକାଳୀନ ୭ଟି ଜାଗାରେ ଚଢ଼ାଉ ଚାଲିଛି । ସମ୍ବଲପୁର, କଟକ, ବାଲେଶ୍ୱର ଏବଂ ମାଲକାନଗିରିରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଚଢ଼ଉରେ ୪ ଜଣ ଡିଏସପି, ୧୩ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି ।
ସୂଚନାନୁସାରେ, ସମ୍ବଲପୁର କମାଣ୍ଡ ଏରିଆ ଡେଭେଲପମେଣ୍ଟ ଅଥରିଟି ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ଘରେ ବଡ ଧରଣର ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ତାଙ୍କ ଧନୁପାଲି ସ୍ଥିତ ଭଡ଼ା ଘର, ସରକାରୀ କାର୍ଯ୍ୟାଳୟ, କଟକ ବିଦ୍ୟାଧରପୁର ସ୍ଥିତ ୩ ମହଲା ଘରେ ମଧ୍ୟ ଚଢ଼ାଉ ଜାରି ରହିଛି । ସେହିପରି କଟକ ସହରର ପଦ୍ମଲୋଚନ ସହଯୋଗୀଙ୍କ ଘର ସହ ୨ଟି ସ୍ଥାନରେ ଯାଞ୍ଚ ଚାଲିଛି । ବାଲେଶ୍ୱର ବସ୍ତା ଥାନା ମୁଖାଲିସ ଗାଁରେ ଥିବା ଦୁଇ ମହଲା କୋଠା, ମାଲକାନଗିରି କାଲିମେଳା ସ୍ଥିତ ଜଣେ ସହଯୋଗୀଙ୍କ ବାସଭବନରେ ଚଢ଼ାଉ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ ।