ଭାଲୁଡୁଙ୍ଗୁରୀ ୟୁପି ସ୍କୁଲରୁ ବ୍ୟାପକ ଚୋରି, ରାତି ଅଧରେ କବାଟ ଭାଙ୍ଗି ନେଇଗଲେ…
ଅମରପାଲି,୨।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ଭାଲୁଡ଼ୁଙ୍ଗୁରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସୋମବାର ରାତିରେ ବ୍ୟାପକ ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସ୍କୁଲ ତରଫରୁ ଥାନାରେ ଅଭିଯୋଗ ପରେ ପୋଲିସ ସ୍କୁଲକୁ ଆସି ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ଅନୁସାରେ ଗତ ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ସ୍କୁଲ ଭିତରକୁ ପଶି ଅଫିସ ଗୃହର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ସେଠାରେ ସେମାନେ ଗୋଟିଏ ୩୨ ଇଞ୍ଚର ସ୍ମାର୍ଟ ଏଲଇଡି ଟିଭି ସହିତ ଦୁଇଟି ସିଲିଙ୍ଗ ପଙ୍ଖା, ଗୋଟିଏ ଭେଣ୍ଡିଙ୍ଗ ମେସିନ୍ ଓ ଚାରି ପ୍ୟାକେଟ ଚାଉଳ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଆଜି ସକାଳୁ ସ୍କୁଲର ଶିକ୍ଷକମାନେ ଦେଖିଲାପରେ ସ୍କୁଲ ପରିଚାଳନା କମିଟିକୁ ଜଣାଇଥିଲେ।
ଏନେଇ ପ୍ରଧାନ ଶିକ୍ଷକ ତ୍ରିମୁଖ ମୁଣ୍ଡା ସୁବଳୟା ଥାନାରେ ସ୍କୁଲରୁ ଚୋରି ହୋଇଥିବା ନେଇ ଏବେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ସୁବଳୟା ଥାନା ରେ ଏକ ମାମଲା ( କେସ ନଂ ୧୦୪/୨୬ ) ରୁଜୁ ହୋଇଛି। ଅଭିଯୋଗ ପରେ ଏକ ପୋଲିସ ଟିମ୍ ସ୍କୁଲକୁ ଆସି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ପଞ୍ଚାନନ ନାୟକ ପ୍ରକାଶ କରିଛନ୍ତି ।
Dharitri – Odisha’s No.1 Odia Daily
The post ଭାଲୁଡୁଙ୍ଗୁରୀ ୟୁପି ସ୍କୁଲରୁ ବ୍ୟାପକ ଚୋରି, ରାତି ଅଧରେ କବାଟ ଭାଙ୍ଗି ନେଇଗଲେ… appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।