ଭାରତ ଗସ୍ତରେ ଆସି ବଡ଼ ଘୋଷଣା କଲେ ମ୍ୟାନ୍‌ମାର ରାଷ୍ଟ୍ରପତି, ଖୁସିରେ ମୋଦି କହିଲେ…

Jun 02, 2026 - 12:58

ନୂଆଦିଲ୍ଲୀ,୨।୬: ଭାରତର ସୁରକ୍ଷା ସ୍ବାର୍ଥ ବିରୋଧରେ ମ୍ୟାନ୍‌ମାର ଅଞ୍ଚଳ ବ୍ୟବହାର ହେବାକୁ ଦିଆଯିବ ନାହିଁ ବୋଲି ନୂଆଦିଲ୍ଲୀ ଗସ୍ତରେ ଆସିଥିବା ଏହାର ରାଷ୍ଟ୍ରପତି ମିନ୍‌ ଅଙ୍ଗ୍‌ ହ୍ଲାଇଙ୍ଗ୍‌ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି ଓ ଯୋଗାଯୋଗ ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଲାଗି ୨ ନେତାଙ୍କ ମଧ୍ୟରେ ସୋମବାର ଆଲୋଚନା ହୋଇଛି।

ହ୍ଲାଇଙ୍ଗ୍‌ ରାଷ୍ଟ୍ରପତି ହେବାର ୨ ମାସ ମଧ୍ୟରେ ୫ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ବୈଠକ ପରେ ମୋଦି ଏବଂ ହ୍ଲାଇଙ୍ଗ୍‌ଙ୍କ ପକ୍ଷରୁ ଏକ ମିଳିତ ବିବୃତିରେ ଅର୍ଥନୈତିକ, ଯୋଗାଯୋଗ ଏବଂ ସୁରକ୍ଷା ସହଯୋଗ ଦୃଢ଼ୀଭୂତ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି । କାଲାଦାନ ମଲ୍ଟିମୋଡାଲ ଟ୍ରାଞ୍ଜିଟ୍‌ ଟ୍ରାନ୍ସପୋର୍ଟ ପ୍ରୋଜେକ୍ଟ, ଭାରତ-ମ୍ୟାନ୍‌ମାର-ଥାଇଲାଣ୍ଡ ତ୍ରିିପାକ୍ଷିକ ହାଇଓ୍ବେ ସମ୍ପୂର୍ଣ୍ଣ କରିବା ଦିଗରେ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଉଭୟ ପକ୍ଷ ପ୍ରାଧାନ୍ୟ ଦେଇଛନ୍ତି ।

 

Dharitri – Odisha’s No.1 Odia Daily

The post ଭାରତ ଗସ୍ତରେ ଆସି ବଡ଼ ଘୋଷଣା କଲେ ମ୍ୟାନ୍‌ମାର ରାଷ୍ଟ୍ରପତି, ଖୁସିରେ ମୋଦି କହିଲେ… appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।