ବୈପାରୀଗୁଡା ଜଙ୍ଗଲରେ ମାଓ ଡମ୍ପ ଠାବ

Jul 03, 2026 - 15:40
ବୈପାରୀଗୁଡା ଜଙ୍ଗଲରେ ମାଓ ଡମ୍ପ ଠାବ


କୋରାପୁଟ: ମାଓ ବିରୋଧୀ ଅଭିଯାନରେ କୋରାପୁଟ ପୁଲିସକୁ ପୁଣି ଏକ ବଡ଼ ସଫଳତା ।  ମାଲକାନଗିରି ସୀମାନ୍ତ ବୈପାରୀଗୁଡା ତେନ୍ତୁଳିଗୁମା ଜଙ୍ଗଲରେ ମାଓ ଡମ୍ପ ଠାବ କରିଛି ସୁରକ୍ଷାବାହିନୀ । ଗତ ୧୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ କୋରାପୁଟ ଜିଲ୍ଲା ପୁଲିସର ଡିଭିଏଫ୍ ଯବାନମାନେ ମାଓବାଦୀଙ୍କ ଏକ ଡମ୍ପ ଠାବ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ଜବତ ସାମଗ୍ରୀ ମଧ୍ୟରେ ରହିଛି ୬ଟି ଦେଶୀ ବନ୍ଧୁକ, ୧୧ଟି ଟିଫିନ୍ ବୋମା, ବାରୁଦ, ଗୁଳି, ମାଓବାଦୀ ସାହିତ୍ୟ, ଗୋଟିଏ କ୍ୟାମେରା ଏବଂ ଦୁଇଟି ଫ୍ଲାସ୍ ଲାଇଟ୍ । ଜବତ ହୋଇଥିବା ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ରକୁ ସୁରକ୍ଷିତ ଭାବେ ଜବତ କରି ପରବର୍ତ୍ତୀ ତଦନ୍ତ ଜାରି ରହିଛି । ସୀମାନ୍ତ ଜଙ୍ଗଲ ଅଞ୍ଚଳରେ ଆଉ କୌଣସି ମାଓ ଡମ୍ପ କିମ୍ବା ମାଓବାଦୀଙ୍କ ଉପସ୍ଥିତି ରହିଛି କି ନାହିଁ, ସେନେଇ ସୁରକ୍ଷାବାହିନୀ ତନାଘନା ଚଳାଇଛି । କୋରାପୁଟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ପ୍ରେସ୍‌ମିଟ୍‌ରେ ଏହି ସୂଚନା ଦେଇ କହିଛନ୍ତି ଯେ, ମାଓବାଦୀଙ୍କ ଗତିବିଧି ଉପରେ ପୁଲିସର କଡ଼ା ନଜର ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି କମ୍ବିଂ ଅପରେସନ ଜାରି ରହିବ ।