ବେଦାନ୍ତ ଗ୍ରୁପ୍ ଅଫିସ୍‌ରେ ଇଡି ଚଢ଼ାଉ: ଦିଲ୍ଲୀ, ମୁମ୍ବାଇ-ରାଜସ୍ଥାନ ସମେତ ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ

Jun 03, 2026 - 02:40

ନୂଆଦିଲ୍‌ଲୀ,୨।୬: ‘ବେଦାନ୍ତ ଗ୍ରୁପ’ (Vedanta Group) ଉପରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଙ୍ଗଳବାର ବିଦେଶୀ ମୁଦ୍ରା ପରିଚାଳନା ଆଇନ (FEMA) ର ନିୟମ ଉଲ୍ଲଂଘନ ଅଭିଯୋଗରେ ଇଡି ପକ୍ଷରୁ ବେଦାନ୍ତ ଗ୍ରୁପ ସହ ଜଡ଼ିତ ବିଭିନ୍ନ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦେଶର ପ୍ରମୁଖ ସହର ଯେପରିକି ଦିଲ୍ଲୀ, ରାଜସ୍ଥାନ, ମୁମ୍ୱାଇ ସମେତ ବେଦାନ୍ତ ଗ୍ରୁପର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟରେ ଏହି ସର୍ଚ୍ଚ ଅପରେଶନ କରାଯାଇଛି।

ବେଦାନ୍ତ ଗ୍ରୁପ ତାର ମୂଳ କମ୍ପାନୀ ‘ବେଦାନ୍ତ ରିସୋର୍ସେସ’ (Vedanta Resources) କୁ ଦେଇଥିବା ରୟାଲଟି ପେମେଣ୍ଟରେ ବଡ଼ ଧରଣର ବିଦେଶୀ ମୁଦ୍ରା ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ସମ୍ପୂର୍ଣ୍ଣ ମାମଲାର ଯାଞ୍ଚ ଫେମା (FEMA) ର ସିଭିଲ ପ୍ରାବଧାନ ଅନ୍ତର୍ଗତ କରାଯାଉଛି।

The post ବେଦାନ୍ତ ଗ୍ରୁପ୍ ଅଫିସ୍‌ରେ ଇଡି ଚଢ଼ାଉ: ଦିଲ୍ଲୀ, ମୁମ୍ବାଇ-ରାଜସ୍ଥାନ ସମେତ ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।