ବିସ୍କୁଟ ନା ବୁଢିଆଣୀ

Jul 03, 2026 - 16:28
ବିସ୍କୁଟ ନା ବୁଢିଆଣୀ

 

ଆଫ୍ରିକାରେ ଦେଖାଯାଉଥିବା 'ବିସ୍କୁଟ୍ କାଇଟ୍ ସ୍ପାଇଡର୍' ନିଜର ଅଦ୍ଭୁତ ରୂପ ପାଇଁ ସବୁବେଳେ ବେଶ୍ ଚର୍ଚ୍ଚାରେ ରହିଥାଏ । ଯାହାକୁ ଦେଖିଲେ ମନେହୁଏ ସତେ ଯେମିତି କିଏ ଗଛ ପତ୍ରରେ ଏକ ଛୋଟ ବିସ୍କୁଟ୍ ଲଗାଇ ଦେଇଛି । 'ଆଇସୋକ୍ସିଆ ଟାବୁଲାଟା'  ବୈଜ୍ଞାନିକ ନାମରେ ପରିଚିତ ଏବଂ 'ୟେଲୋ ଆଇସୋକ୍ସିଆ ବକ୍ସ କାଇଟ୍ ସ୍ପାଇଡର୍' ଭାବେ ଜଣାଶୁଣା ଏହି ପ୍ରଜାତିର ବୁଢ଼ୀଆଣୀର ଆକାର ମାତ୍ର ୩ ରୁ ୭ ମିଲିମିଟର ହୋଇଥାଏ । ଏହାର ଶରୀରର ହଳଦିଆ-ନାରଙ୍ଗୀ ରଙ୍ଗ ଏବଂ କଳା ଦାଗ ଯୋଗୁଁ ଏହା ହୁବହୁ ଏକ ବିସ୍କୁଟ୍ ଭଳି ଦେଖାଯାଏ । କିନ୍ତୁ ଏହି ବିଶେଷତା କେବଳ ମାଈ ବୁଢ଼ୀଆଣୀଠାରେ ହିଁ ଦେଖିବାକୁ ମିଳିଥାଏ ଏବଂ ଅଣ୍ଡିରା ବୁଢ଼ୀଆଣୀମାନେ ସାଧାରଣ ଦେଖାଯାନ୍ତି । ଏହି ରୂପ ଯୋଗୁଁ ସେ ଶୁଖିଲା ପତ୍ର ଭଳି ପ୍ରତିଭାତ ହୋଇ ପକ୍ଷୀ ଓ ଅନ୍ୟ ଶିକାରୀଙ୍କ ନଜରରୁ ନିଜକୁ ସହଜରେ ରକ୍ଷା କରିପାରେ । ସବୁଠାରୁ ଆଶ୍ୱସ୍ତିର କଥା ହେଉଛି ଯେ ମଣିଷମାନଙ୍କ ପାଇଁ ଏହା ଆଦୌ ବିପଜ୍ଜନକ ନୁହେଁ, ବରଂ ଏହାର ଏହି ଅନନ୍ୟ ରୂପ ପ୍ରକୃତିର ଏକ ଚମତ୍କାର କାରିଗରୀ ଏବଂ ଆତ୍ମରକ୍ଷାର ଏକ ପ୍ରାକୃତିକ କୌଶଳ ମାତ୍ର ।