ବିଲରେ ତଳି ରୋଉଥିବା ବେଳେ ବଜ୍ରଘାତରେ ଚାଷୀ ମୃତ

Aug 02, 2026 - 13:43
ବିଲରେ ତଳି ରୋଉଥିବା ବେଳେ ବଜ୍ରଘାତରେ ଚାଷୀ ମୃତ

"ବିନିକା: ବଜ୍ରପାତ ହେବାରୁ ଜଣେ କୃଷକଙ୍କ ଜୀବନ ଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତକାଲି ବିନିକା ବ୍ଳକ ଲଛିପୁର ଥାନା ଖୁର୍ଡ଼ିଆବାହାଲ ଗ୍ରାମ ଚାଷୀ ଗଙ୍ଗାଧର ବାଗ୍ ବିଲରେ ତଳି ଉପାଡ଼ିବା ଓ ରୁଆ କାର୍ଯ୍ୟ କରୁଥିଲେ ।

ହଠାତ୍ ଘଡ଼ଘଡ଼ି ସହ ବର୍ଷା ହୋଇ ବଜ୍ରାଘାତ ହେବାରୁ ସେଠାରେ ବିଲରେ ପଡିଯାଇଥିଲେ ।

ବିଲରେ ଥିବା ପରିବାର ଲୋକେ ଓ ମଜୁରିଆମାନେ ମିଶି ଚିକିତ୍ସା ପାଇଁ ଡ଼ୁଙ୍ଗୁରିପାଲି ଡ଼ାକ୍ତରଖାନାକୁ ନେଇଥିଲେ ।

ଡାକ୍ତର ଗଙ୍ଗାଧରଙ୍କୁ ମୃତ ଘୋଷଣା କରିଥିବା ପରିବାର ଲୋକେ କହିଛନ୍ତି ।Advertisment Supreme Court: ନୀଟ୍ ଆନ୍ଦୋଳନ: ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇ ସୁପ୍ରିମକୋର୍ଟ ଗଲେ ଆଇଆଇଟି ଛାତ୍ର ଗଙ୍ଗାଧରଙ୍କ ବାମପାଶ୍ବରେ କାନ୍ଧ ଓ ଛାତିରେ ଆଘାତ ଲାଗିଥିବା ତାଙ୍କ ପୁଅ ଅଶୋକ ବାଗ୍ ଲଛିପୁର ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି ।

ପରେ ଲଛିପୁର ଥାନାରେ ଏକ ମାମାଲା ରୁଜୁ କରି ମୃତଦେହକୁ ଜବତ କରି ଆଜି ଶବ ବ୍ୟବଚ୍ଛେଦ ପାଇଁ ବିନିକା ଡ଼ାକ୍ତର ଖାନାକୁ ଆଣିଥିବା ଜଣାପଡ଼ିଛି ।

ଏନେଇ ଲଛିପୁର ଆଇଆଇସି ଲିଙ୍ଗରାଜ ସେଠୀଙ୍କୁ ପଚରାଯିବାରୁୁ ଲିଖିତ ଅଭିଯୋଗକୁ ଭିତ୍ତିକରି ଏକ ୟୁଡ଼ି ମାମାଲ ରୁଜୁ କରି ଲଛିପୁର ଥାନା ଏଏସଆଇ କୈଲାଶ ଚନ୍ଦ୍ର ସାହୁ ତଦନ୍ତ ଜାରୀ ରଖିଥିବା ପ୍ରକାଶ କରିଛନ୍ତି ।

ଚାଷୀ ପରିବାକୁ ସରକାରୀ ସହଯୋଗ ଯୋଗାଇ ଦେବାକୁ ଦାବି ହେଉଛି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।