ବଢୁଛି ହୀରାକୁଦ ଜଳସ୍ତର,୧୬ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ

Jul 23, 2026 - 12:02
ବଢୁଛି ହୀରାକୁଦ ଜଳସ୍ତର,୧୬ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ

ସମ୍ବଲପୁର : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍ । ଗତକାଲି ସୁଦ୍ଧା ୧୨ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ବାମ ପାର୍ଶ୍ବରୁ ୧୧ଟି ଓ ଡାହାଣ ପାର୍ଶ୍ବରୁ ୫ଟି ଗେଟ୍ ଖୋଲାଯାଇଛି  ।  ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାରରେ ଜଳସ୍ତର ୬୧୪.୨୩ ରହିଛି । ପ୍ରତି ସେକେଣ୍ଡ ରେ ଜଳଭଣ୍ଡାରକୁ ୨ ଲକ୍ଷ ୭୦ ହଜ଼ାର ୪୪୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୨୨ ହଜ଼ାର ୨୯୫ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି ।  

ଗତ ଜୁଲାଇ ୯ ତାରିଖରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଥିଲା । ପ୍ରଥମ ଦିନରେ ପର୍ଯ୍ୟାୟ କ୍ରମେ ଖୋଲିବାକୁ ପଡ଼ିଥିଲା ୧୦ ଟି ଗେଟ୍ । ହୀହୀରାକୁଦରୁ ଅଧିକ ପରିମାଣରେ ପାଣି ଛଡ଼ାଯାଉଥିବାରୁ ମହାନଦୀର ତଳମୁଣ୍ଡ ଅଞ୍ଚଳରେ ଜଳସ୍ତର ବଢ଼ିବାର ଆଶଙ୍କା ରହିଛି । ତେଣୁ ସମ୍ବଲପୁର, ସୋନପୁର, ବୌଦ୍ଧ, କଟକ, ଜଗତସିଂହପୁର ସମେତ ମହାନଦୀ କୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।