ପଡ଼ିଆରେ ହାତାହାତି
ବିଶ୍ୱକପ୍ ଫାଇନାଲ୍ ପରେ ଆର୍ଜେଣ୍ଟିନା ଓ ସ୍ପେନ୍ ଖେଳାଳିଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ମ୍ୟାଚ୍ ପରିସମାପ୍ତି ହ୍ୱିସଲ୍ ବାଜିବା ପରେ ଆର୍ଜେଣ୍ଟିନା ଲିଆନ୍ଦ୍ରୋ ପାରଡେସ ସ୍ପେନର ମିଡଫିଲ୍ଡର ପାବ୍ଲୋ ଗାଭିରା (ଗାଭି)ଙ୍କୁ ରାଗରେ ଧକ୍କା ମାରୁଥିବା ଦେଖାଯାଇଥିଲା । ଆଉଜଣେ ଆର୍ଜେଣ୍ଟିନା ଖେଳାଳି ଥିଆଗୋ ଆଲମାଦା ମଧ୍ୟ ଏଥିରେ ସଂପୃକ୍ତ ଦେଖାଯାଇଥିଲା । ପାରେଦେସ୍ଙ୍କ ଧକ୍କା ଯୋଗୁ ପଡ଼ିଆରେ ଖସିପଡ଼ିଥିଲେ । ପରିସ୍ଥିତି ଖରାପ ହେଉଥିବା ଦେଖି ଆର୍ଜେଣ୍ଟିନା ପ୍ରଶିକ୍ଷକ ଲିଓନେଲ୍ ସ୍ଲାଲୋନି ସେଠାରେ ପହଞ୍ଚି ଉଭୟ ପକ୍ଷର ଖେଳାଳିଙ୍କୁ ଅଲଗା କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା । କିନ୍ତୁ ଉଭୟ ପକ୍ଷର ମଧ୍ୟରେ ଉତ୍ତେଜନା ଜାରି ରହିଥିଲା । ଏହି ଘଟଣା ପରେ ରେଫରୀ ସ୍ଲାଭୋ ଭିନ୍ସକ ପାରଡେସଙ୍କୁ ଲାଲ କାର୍ଡ ଦେଖାଇଥିଲେ । ଏହି ବିବାଦର କାରଣ ଜଣାପଡ଼ି ନାହିଁ ଓ ଫିଫା ପକ୍ଷରୁ ମଧ୍ୟ କୌଣସି ବୟାନ ଜାରି ହୋଇନାହିଁ । ତେବେ ପରାଜୟ ପରେ ହତାଶ ହୋଇ ଆର୍ଜେଣ୍ଟିନା ଖେଳାଳି ଏପରି କରିଥିବା ଅନୁମାନ କରାଯାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।