ପ୍ରିୟାଂଶ ଆର୍ଯ୍ୟଙ୍କ ଦମଦାର ଇନିଂସ!

Jun 18, 2026 - 15:05
ପ୍ରିୟାଂଶ ଆର୍ଯ୍ୟଙ୍କ ଦମଦାର ଇନିଂସ!

ଭାରତୀୟ କ୍ରିକେଟର ଭବିଷ୍ୟତ କେତେ ଉଜ୍ଜ୍ୱଳ, ତାହାର ଆଉ ଏକ ଝଲକ ଦେଖିବାକୁ ମିଳିଛି ଭାରତ ବନାମ ଆଫଗାନିସ୍ତାନ ମୁକାବିଲାରେ। ଚୌକା-ଛକାର ବର୍ଷା, ଯୁବ ତାରକାମାନଙ୍କ ଧମାକେଦାର ପ୍ରଦର୍ଶନ ଏବଂ ଅଧିନାୟକ ତିଲକ ବର୍ମାଙ୍କ ଦାୟିତ୍ୱପୂର୍ଣ୍ଣ ଇନିଂସ ସହ ଭାରତ ୩୧୯ ରନ୍ ର ବିଶାଳ ସ୍କୋର ଛିଡ଼ା କରିଥିଲା । ତେବେ କିଏ ଥିଲେ ଏହି ମ୍ୟାଚ୍ ର ସବୁଠାରୁ ବଡ଼ ହିରୋ? 
WhatsApp Image 2026-06-18 at 12.31.32 PM (1)
 
ଆସନ୍ତୁ ଜାଣିବା ଏହି ରୋମାଞ୍ଚକର ମ୍ୟାଚ୍ର ସମ୍ପୂର୍ଣ୍ଣ କାହାଣୀ 
ଭାରତ ବନାମ ଆଫଗାନିସ୍ତାନ ମ୍ୟାଚ୍ ରେ ଦର୍ଶକମାନେ ଦେଖିବାକୁ ପାଇଥିଲେ ଏକ ଜବରଦସ୍ତ ବ୍ୟାଟିଂ ଶୋ। ଚୌକା-ଛକାର ବର୍ଷା ମଧ୍ୟରେ ଭାରତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୯ ରନ୍ ର ବିଶାଳ ସ୍କୋର ଗଢ଼ିଥିଲା। ଟସ୍ ଜିତି ଆଫଗାନିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ପ୍ରିୟାଂଶ ଆର୍ୟ୍ୟ ଏବଂ ବୈଭବ ସୂର୍ୟ୍ୟବଂଶୀ ଇନିଂସର ଆରମ୍ଭ କରିଥିଲେ। ଆରମ୍ଭରୁ ହିଁ ଦୁଇଜଣ ବ୍ୟାଟସମ୍ୟାନ ଆକ୍ରମଣାତ୍ମକ ଭାବ ଦେଖାଇ ଆଫଗାନ ବୋଲରମାନଙ୍କୁ ଚାପରେ ପକାଇଦେଇଥିଲେ । ପ୍ରିୟାଂଶ ଆର୍ୟ୍ୟ ଅତ୍ୟନ୍ତ ଚମତ୍କାର ବ୍ୟାଟିଂ କରି ୪୨ ବଲରେ ୫୮ ରନ୍ କରିଥିଲେ । ତାଙ୍କ ଇନିଂସରେ ୯ଟି ଚୌକା ଓ ୧ଟି ଛକା ରହିଥିଲା । ଅନ୍ୟପଟେ ବୈଭବ ସୂର୍ୟ୍ୟବଂଶୀ ମଧ୍ୟ ତାଙ୍କ ପ୍ରତିଭାର ଝଲକ ଦେଖାଇ ୨୮ ବଲରେ ୩୮ ରନ୍ କରିଥିଲେ । ସେ ୪ଟି ଚୌକା ଓ ୨ଟି ବିଶାଳ ଛକା ମାରି ଦର୍ଶକଙ୍କ ମନ ଜିତିନେଇଥିଲେ । ଏହାପରେ ଋତୁରାଜ ଗାୟକୱାଡ କ୍ରିଜକୁ ଆସି ଇନିଂସକୁ ସ୍ଥିରତା ଦେଇଥିଲେ। ସେ ୩୧ ବଲରେ ୩୦ ରନ୍ କରି ମଧ୍ୟକ୍ରମକୁ ମଜବୁତ କରିଥିଲେ। ତେବେ ମ୍ୟାଚ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ଅଧିନାୟକ ତିଲକ ବର୍ମା। ପ୍ରାରମ୍ଭିକ ୱିକେଟ୍ ପଡ଼ିଯିବା ପରେ ସେ ଧୈର୍ୟ୍ୟର ସହ ବ୍ୟାଟିଂ କରି ୭୫ ବଲରେ ୫୯ ରନ୍ ସଂଗ୍ରହ କରିଥିଲେ। ସେ କେବଳ ରନ୍ କରିନଥିଲେ, ସମଗ୍ର ଇନିଂସକୁ ନିୟନ୍ତ୍ରଣରେ ରଖିଥିଲେ।
WhatsApp Image 2026-06-18 at 12.31.32 PM (1)WhatsApp Image 2026-06-18 at 12.31.32 PM (3)
 
ତିଲକଙ୍କୁ ଭଲ ସାଥ୍ ଦେଇଥିଲେ ୱିକେଟକିପର ବ୍ୟାଟସମ୍ୟାନ କୁମାର କୁଶାଗ୍ର। ସେ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରି ୬୭ ବଲରେ ୫୮ ରନ୍ କରିଥିଲେ । ଏହି ଦୁଇଜଣଙ୍କ ମଧ୍ୟରେ ହୋଇଥିବା ଭାଗୀଦାରୀ ଭାରତକୁ ଏକ ବଡ଼ ସ୍କୋର ଦିଗରେ ନେଇଯାଇଥିଲା। ଶେଷ ଓଭରଗୁଡ଼ିକରେ ବିପ୍ରରାଜ ନିଗମ ଦ୍ରୁତ ବ୍ୟାଟିଂ କରି ମାତ୍ର ୨୦ ବଲରେ ୩୦ ରନ୍ କରିଥିଲେ। ତାଙ୍କର ଏହି କ୍ୟାମିଓ ଇନିଂସ ଭାରତର ସ୍କୋରକୁ ୩୦୦ ପାର କରାଇବାରେ ବଡ଼ ଭୂମିକା ନେଇଥିଲା। ଶେଷରେ ଭାରତ ଦଳ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୯ ରନ୍ ସଂଗ୍ରହ କରିଥିଲା। ଏହି ଇନିଂସର ସବୁଠାରୁ ବଡ଼ ବିଶେଷତା ଥିଲା ଯେ ପ୍ରାୟ ପ୍ରତ୍ୟେକ ବ୍ୟାଟସମ୍ୟାନ ଦଳ ପାଇଁ ମୂଲ୍ୟବାନ ଅବଦାନ ଦେଇଥିଲେ । ଆଫଗାନିସ୍ତାନ ପକ୍ଷରୁ ଫରିଦୁନ ଦାଉଦଜାଇ, ଅବଦୁଲ୍ଲା ଅହମଦି ଏବଂ ଫରମାନ ଦିଲା ସାଫି ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । କିନ୍ତୁ କୌଣସି ବୋଲର ଭାରତୀୟ ବ୍ୟାଟସମ୍ୟାନଙ୍କ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ସ୍ଥାପନ କରିପାରିନଥିଲେ । ଏହି ମ୍ୟାଚ୍ କେବଳ ଏକ ବିଜୟୀ ସ୍କୋରର କାହାଣୀ ନୁହେଁ, ବରଂ ଭାରତୀୟ କ୍ରିକେଟର ଉଜ୍ଜ୍ୱଳ ଭବିଷ୍ୟତର ଏକ ଝଲକ ଥିଲା । ପ୍ରିୟାଂଶ ଆର୍ୟ୍ୟ, ବୈଭବ ସୂର୍ୟ୍ୟବଂଶୀ, ତିଲକ ବର୍ମା ଓ କୁମାର କୁଶାଗ୍ର ଭଳି ଯୁବ ଖେଳାଳିମାନେ ପୁଣିଥରେ ପ୍ରମାଣ କରିଦେଲେ ଯେ ଭାରତୀୟ କ୍ରିକେଟର ଭବିଷ୍ୟତ ଅତ୍ୟନ୍ତ ସୁରକ୍ଷିତ ହାତରେ ରହିଛି। ହେଲେ ଏବେ ପ୍ରଶ୍ନ ଉଠୁଛି-ଏହି ମ୍ୟାଚ୍ର ସବୁଠାରୁ ବଡ଼ ହିରୋ କିଏ ଥିଲେ?