ଦୁର୍ଘଟଣାରେ ଓଡିଶୀ ନୃତ୍ୟ ଗୁରୁଙ୍କ ସମେତ ୨ ମୃତ ଜଣେ ଗୁରୁତର

Jul 25, 2026 - 12:58
ଦୁର୍ଘଟଣାରେ ଓଡିଶୀ ନୃତ୍ୟ ଗୁରୁଙ୍କ ସମେତ ୨ ମୃତ ଜଣେ ଗୁରୁତର

ଗୁଣପୁର : ରାୟଗଡ଼ା ଜିଲା ଗୁଣପୁର ସହର ଶେଫାଳୀ ପାହାଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ଶେଫାଳି ପାହାଡ଼ରେ ଥିବା ପ୍ରସିଦ୍ଧ ରାମେଶ୍ୱର ଶୈବପୀଠକୁ ବୁଲି ଫେରୁଥିବା ବେଳେ ସ୍କୁଟି ବ୍ରେକଫେଲ ହେବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ପ୍ରସିଦ୍ଧ ଓଡିଶୀ ନୃତ୍ୟଗୁରୁ ସସ୍ମିତା ପଣ୍ଡା ଏବଂ ଅନ୍ୟ ଜଣେ ଓଡ଼ିଶା ଅଡିଟର ଶମ୍ଭୁନାଥ ଦାସ (୫୫) । 

ସସ୍ମିତା ପଣ୍ଡା ହେଉଛନ୍ତି ରାୟଗଡା ଜିଲ୍ଲା ତଥା ଗୁଣପୁର ଅଞ୍ଚଳର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓଡିଶୀ ନୃତ୍ୟୁ ଗୁରୁ । ସେ ସ୍ଥାନୀୟ ଅଞ୍ଚଳରେ,ଶହ ଶହ ପିଲାଙ୍କୁ ଓଡିଶୀ ନୃତ୍ୟ ଶିକ୍ଷା ଦେଇ ସୁନାମ ଅର୍ଜ୍ଜନ କରିବା ସହ ଘରେ ଘରେ ପରିଚିତ ଥିଲେ । ତାଙ୍କର ଅକାଳ ବିୟୋଗରେ ସମଗ୍ର ରାୟଗଡା ଜିଲାରେ ଶୋକର ଛାୟା ଖେଳିଯାଇଛି ।

ସୂଚନାନୁସାରେ, ସସ୍ମିତା ପଣ୍ଡାଙ୍କ ନୃତ୍ୟ ଅନୁଷ୍ଠାନର ଅଡିଟ ପାଇଁ କଲିକତାରୁ ଜଣେ ଓ ଓଡିଶାର ଜଣେ ଅଡିଟର ଆସିଥିଲେ । କାମ ସାରିବା ପରେ ସସ୍ମିତା ସେହି ଦୁଇ ଜଣଙ୍କୁ ସ୍କୁଟିରେ ଶେଫାଳି ପାହାଡ଼ରେ ଥିବା ରାମେଶ୍ୱର ପୀଠକୁ ଦର୍ଶନ ପାଇଁ ନେଇ ଯାଇଥିଲେ । ତେବେ ଫେରିବା ବେଳେ ବାଟରେ ସ୍କୁଟିର ବ୍ରେକ ଫେଲ ହେବାରୁ ଗାଡିଟି ଏକ ବିଦ୍ୟୁତ ଖୁଣ୍ଟକୁ ଧକା ଦେଇ ୩ ଜଣ ଯାତ୍ରୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ହିଁ ଓଡିଶା ଅଡିଟରଙ୍କ ମୃତ୍ୟୁ ହୋଇଥିଲା । ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ୧୦୮ କୁ ଖବର ଦେଇ ସମସ୍ତଙ୍କୁ ଉଦ୍ଧାର କରି ଗୁଣପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାରେ ଶେଫାଳି ଏବଂ ଅନ୍ୟ ଜଣେ ଅଡିରରଙ୍କ ଅବସ୍ଥା ଗୁରୁତର ହେବାରୁ ଶେଫାଳୀ ଙ୍କୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଅନ୍ୟ ଜଣେ ଗୁରୁତର ହୋଇଥିବା ଅଡିଟରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । 

ମୃତ ଅଡିଟର ଶମ୍ଭୁନାଥ ଦାସଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳରେ ଏବଂ ଶଶ୍ମିତାଙ୍କ ଘର ଭଦ୍ରକ ଅଞ୍ଚଳ ବୋଲ ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।