ଥ୍ରିଡି ଛତା

Jul 04, 2026 - 15:08
ଥ୍ରିଡି ଛତା

 

 କାନାଡାର ଜଣେ ଇଞ୍ଜିନିୟର ଏଭଳି ଏକ ସ୍ମାର୍ଟ ଉଡ଼ନ୍ତା ଛତା ପ୍ରସ୍ତୁତ କରିଛନ୍ତି, ଯାହାକୁ ବିନା ହାତରେ ଧରି ମଧ୍ୟ ଏହା ଆପେଆପେ ଆପଣଙ୍କ ମୁଣ୍ଡ ଉପରେ ଉଡ଼ିପାରିବ । ଏହି ଅଭିନବ ଛତା ଉଭୟ ଖରା ଓ ବର୍ଷାରୁ ସୁରକ୍ଷା ଦେବା ସହ ଉପଭୋକ୍ତା ଯେଉଁଆଡ଼େ ଯିବେ, ତାଙ୍କ ପଛେ ପଛେ ଗତି କରିବାର କ୍ଷମତା ରଖିଛି । ଏହି ଛତା ଭିତରେ ଡ୍ରୋନ୍ ଟେକ୍ନୋଲୋଜି ଲୁଚି ରହିଥିବା ବେଳେ ଏହାର ଉପରିଭାଗରେ ୪ଟି ପ୍ରୋପେଲର୍ ଲଗାଯାଇଛି, ଯାହା ଏହାକୁ ଶୂନ୍ୟରେ ଉଡ଼ାଇବାରେ ସାହାଯ୍ୟ କରିଥାଏ । ଏହାର ସ୍ୱତନ୍ତ୍ର ଫୋଲ୍ଡିଂ ଡିଜାଇନ୍ ଯୋଗୁଁ ଏହାକୁ ସହଜରେ ବନ୍ଦ କରି ଏକ ସାଧାରଣ ଛତା ଭଳି ମଧ୍ୟ ସାଇତି ରଖାଯାଇପାରିବ । ଏହାଛଡ଼ା, ଉପଭୋକ୍ତାଙ୍କର ଠିକ୍ ସ୍ଥିତିକୁ ଥ୍ରିଡି ରୂପରେ ଚିହ୍ନଟ କରିବା ପାଇଁ ଏଥିରେ ଏକ 'ଟାଇମ୍-ଅଫ୍-ଫ୍ଲାଇଟ୍ ଡେପ୍ଥ କ୍ୟାମେରା' ସଂଯୋଗ କରାଯାଇଛି । ଥ୍ରିଡି ପ୍ରିଣ୍ଟିଂ ଏବଂ କାର୍ବନ-ଫାଇବର ନାଇଲନ୍ ପାର୍ଟସ୍କୁ ନେଇ ଗଢ଼ାଯାଇଥିବା ଏହି ପ୍ରୋଜେକ୍ଟକୁ ସଫଳ କରିବା ପାଇଁ ପ୍ରାୟ ଏକ ବର୍ଷ ସମୟ ଲାଗିଥିଲା । ଯେଉଁଥିରେ ଅନେକ ସଫ୍ଟୱେର୍ ବିଫଳତା, ପାର୍ଟସ୍ ଭାଙ୍ଗିବା ଏବଂ ବାରମ୍ବାର ସିଷ୍ଟମ୍ ବଦଳାଇବା ଭଳି ଚାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା । ପରିଶେଷରେ ଏହି ଆଧୁନିକ ଉଡ଼ନ୍ତା ଛତା ସଫଳତାର ସହ ପ୍ରସ୍ତୁତ ହୋଇପାରିଛି ।